ଏସିଆ କପ୍: ହଂକଂକୁ ୭ ୱିକେଟ୍ରେ ହରାଇଲା ବାଂଲାଦେଶ
ଚଳିତ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ରେ ଗୁରୁବାର ବାଂଲାଦେଶ ୭ ୱିକେଟ୍ରେ ହଂକଂକୁ ପରାସ୍ତ କରିଛି। ଏଥି ସହ ବାଂଲାଦେଶ ନିଜ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ହଂକଂ କ୍ରମାଗତ ପରାଜୟ ବରଣ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହଂକଂ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା। ନିଜାକତ ଖାନ୍ (୪୨, ୪୦ ବଲ୍), ଜୀସାନ୍ ଅଲୀ (୩୪ ବଲ୍ରୁ ୩୦ ରନ୍) ଏବଂ ୟାସିମ୍ ମୁର୍ତାଜା (୧୯ ବଲ୍ରୁ ୨୮ ରନ୍) ସଂଗ୍ରହ କରିଥିଲେ। ହଂକଂ ପାଇଁ ଓପନିଂ କରୁଥିବା ଓଡ଼ିଆ ପୁଅ ଅଂଶୁମାନ ରଥ (୪ ରନ୍) ପୁଣି ଥରେ ବିଫଳ ହୋଇଥିଲେ।

ବାଂଲାଦେଶ ପାଇଁ ତଂଜିମ ହାସନ୍ ସକିବ୍ (୪-୧-୨୧-୨), ରିଶଦ ହୋସେନ୍ (୪-୦-୩୧-୨) ଓ ତସ୍କିନ୍ ଅହମ୍ମଦ (୪-୦-୩୮-୨) ସଫଳ ବୋଲର ଥିବାବେଳେ ଜଣେ ରନ୍ ଆଉଟ୍ ହୋଇଥିଲେ। ଜବାବରେ ଲିଟନ୍ ଦାସ (୩୯ ବଲ୍ରୁ ୫୯ ରନ୍) ଓ ତୌହିଦ ହୃଦୟ (୩୬ ବଲ୍ରୁ ୩୫* ରନ୍)ଙ୍କ ୯୫ ରନ୍ ଭାଗୀଦାରି ବଳରେ ବାଂଲାଦେଶ ୧୭.୪ ଓଭରରେ ୩ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରି ନେଇଥିଲା।












Click it and Unblock the Notifications