Get Updates
Get notified of breaking news, exclusive insights, and must-see stories!

ଏସିଆ କପ: ପୁରୁଷ ଦଳ ପରେ ପାକିସ୍ତାନଠୁ ବି ହାରିଲା ଭାରତୀୟ ମହିଳା ଦଳ

ଏସିଆ କପରେ ପାକିସ୍ତାନଠୁ ମ୍ୟାଚ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ପୁରୁଷ ଦଳ ପରେ ଏସିଆ କପରେ ଏହା ହେଉଛି ପାକିସ୍ତାନଠୁ ଭାରତୀୟ ମହିଳା ଦଳର ପ୍ରଥମ ପରାଜୟ । ୨୦୧୬ ପରଠାରୁ ଭାରତ ବିପକ୍ଷରେ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଜିତି ନଥିବା ପାକିସ୍ତାନ ମହିଳା

ଢାକା: ଏସିଆ କପରେ ପାକିସ୍ତାନଠୁ ମ୍ୟାଚ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ପୁରୁଷ ଦଳ ପରେ ଏସିଆ କପରେ ଏହା ହେଉଛି ପାକିସ୍ତାନଠୁ ଭାରତୀୟ ମହିଳା ଦଳର ପ୍ରଥମ ପରାଜୟ । ୨୦୧୬ ପରଠାରୁ ଭାରତ ବିପକ୍ଷରେ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଜିତି ନଥିବା ପାକିସ୍ତାନ ମହିଳା ଦଳ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ବାଂଲାଦେଶରେ ଚାଲିଥିବା ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ମ୍ୟାଚରେ ପାକିସ୍ତାନ ଭାରତକୁ ୧୩ ରନରେ ପରାସ୍ତ କରିଛି ।

Asia Cup

ଆଜି ମ୍ୟାଚରେ ପାକିସ୍ତାନ ଅଧିନାୟିକା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଦଳ ପକ୍ଷରୁ ନିଦା ଦାର ୫୬ ରନର ଅପରାଜିତ ଇଂନିସ ଖେଳିଥିଲେ । ତା ସହିତ ପ୍ରଥମ ତିନି ଜଣ ବ୍ୟାଟ୍ସମ୍ୟାନ୍ ମଧ୍ୟ କିଛି କିଛି ଯୋଗଦାନ ରଖିଥିଲେ । ଯାହା ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୩ ୱିକେଟ୍ ନେଇଥିବା ବେଳେ, ପୂଜା ଭାସ୍ତ୍ରକାର ୨ଟି ସଫଳତା ପାଇଥିଲେ ।

ଏହାର ଜବାବରେ ଭାରତୀୟ ମହିଳା ଦଳ ୧୯.୪ ଓଭରରେ ୧୨୪ ରନ କରି ଅଲଆଉଟ ହୋଇଯାଇଛି। ଭାରତ ପାଇଁ ଶେଷ ଭାଗରେ ରିଚା ଘୋଷ ୧୩ ବଲରେ ୨୬ ରନ କରିଥିଲେ ମଧ୍ୟ ଏହା ମ୍ୟାଚ୍‌ ଜିତିବା ପାଇଁ ଯଥଷ୍ଟ ନଥିଲା। ସେ ୧୯ତମ ଓଭରରେ ଆଉଟ ହେବା ପରେ ଭାରତର ବିଜୟ ଆଶା ମଧ୍ୟ ମଉଳି ଯାଇଥିଲା।

ଏଥିସହ ଏସିଆ କପରେ ଭାରତୀୟ ମହିଳା ଦଳ ଜାରି ରଖିଥିବା ବିଜୟ ରଥରେ ମଧ୍ୟ ବ୍ରେକ ଲାଗିଛି। ଦିନକ ତଳେ ପାକିସ୍ତାନ ମହିଳା ଟିମ୍‌ ଅତ୍ୟନ୍ତ ଦୁର୍ବଳ ଥାଇଲ୍ୟାଣ୍ଡ ଠାରୁ ହାରି ଯାଇଥିଲା । ହେଲେ ଆଜି ଦଳ ଦମଦାର କମବ୍ୟାକ କରି ଶକ୍ତିଶାଳୀ ଭାରତକୁ ହରାଇ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+