ଏସିଆ କପ୍: ପଡିଆ ଭିତରେ ଖେଳାଳି ମୁହାଁମୁହିଁ, ଷ୍ଟାଣ୍ଡରେ ବି ପାକିସ୍ତାନ ସମର୍ଥକଙ୍କୁ ପିଟିଲେ ଆଫଗାନୀ
ବୁଧବାର ଏସିଆ କପ-୨୦୨୨ର ସୁପର-୪ ମ୍ୟାଚରେ ଆଫଗାନିସ୍ତାନକୁ ଗୋଟିଏ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ତେବେ ମ୍ୟାଚରେ ଦେଖିବାକୁ ମିଳିଥିଲା ହାଇ-ଭୋଲ୍ଟେଜ୍ ଡ୍ରାମ । ପଡିଆ ଭିତରେ ମ୍ୟାଚ ଚାଲିଥିବା ସମୟରେ ମୁହାଁମୁଁହି ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ ଖେଳା
ଶାରଜା: ବୁଧବାର ଏସିଆ କପ-୨୦୨୨ର ସୁପର-୪ ମ୍ୟାଚରେ ଆଫଗାନିସ୍ତାନକୁ ଗୋଟିଏ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ତେବେ ମ୍ୟାଚରେ ଦେଖିବାକୁ ମିଳିଥିଲା ହାଇ-ଭୋଲ୍ଟେଜ୍ ଡ୍ରାମ । ପଡିଆ ଭିତରେ ମ୍ୟାଚ ଚାଲିଥିବା ସମୟରେ ମୁହାଁମୁଁହି ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ ଖେଳାଳି । ସେହିପରି ମ୍ୟାଚ ଶେଷ ହେବା ପରେ ଷ୍ଟାଣ୍ଡରେ ଦୁଇ ଦେଶର ସମର୍ଥକଙ୍କ ମଧ୍ୟ ମାରପିଟ୍ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ଭାଇରାଲ୍ ହେବାର ଲାଗିଛି ।

ପାକିସ୍ତାନ ସମର୍ଥକଙ୍କୁ ପିଟିଲେ ଆଫଗାନୀ
ଆଫଗାନିସ୍ତାନ ସମର୍ଥକମାନେ ପାକିସ୍ତାନ ସମର୍ଥକଙ୍କୁ ନିର୍ଧୁମ ପିଟିଛନ୍ତି । ଏପରିକି ସାରଜା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାଙ୍ଗାରୁଜା ମଧ୍ୟ ହୋଇଛି। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପରସ୍ପର ମଧ୍ୟରେ ମାରପିଟ୍ ଓ ଚେୟାର ଫୋପାଡ଼ୁଛନ୍ତି ଦୁଇ ଦେଶର ଫ୍ୟାନ୍ସ । ମ୍ୟାଚ ହାରିବା ପରେ ଆଫଗାନୀ ସମର୍ଥକ ଷ୍ଟାଡ଼ିୟମରେ କିଛି ପାକିସ୍ତାନୀ ସମର୍ଥକଙ୍କୁ ମାରପିଟ କରୁଥିବା ଦେଖାଯାଇଛି ।
Afghanistan Fans Showing Their Anger After Today's Loss #PakvsAfg pic.twitter.com/sGcbn3xJh9
— r/Ghar Ke Kalesh (@gharkekalesh) September 7, 2022
ଗତକାଲିର ରୋମାଞ୍ଚକର ମ୍ୟାଚର ଶେଷ ଓଭରର ଶେଷ ୱିକଟରେ ଜିତିଥିଲା ପାକିସ୍ତାନ । ୨ଟି ବଲରେ ଲଗାତାର ୨ଟି ଛକା ମାରି ମ୍ୟାଚ ଜିତାଇଥିଲେ ପାକିସ୍ତାନ ଖେଳାଳି ନଂସିମ୍ ଶାହା । ଏହା ପରେ ପଡ଼ିଆ ଭିତରର ଉପସ୍ଥିତ ଥିବା ଆଫଗାନସ୍ତାନ ପ୍ରଶଂସକ ଉତ୍ତେଜିତ ହୋଇ ପଡ଼ିଥିଲେ । ନିଜ ଦେଶର ପତାକା ଦେଖାଇବା ସହ ପାକିସ୍ତାନ ସମର୍ଥକଙ୍କ ଉପରକୁ ଚେୟାର ଫୋପାଡ଼ିଥିଲେ ।
ପଡିଆ ଭିତରେ ଖେଳାଳି ମୁହଁମୁହିଁ
ତେବେ ମ୍ୟାଚ ଚାଲିଥିବା ସମୟରେ ମଧ୍ୟ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ଖେଳାଳି । ଆଫଗାନିସ୍ତାନ ବୋଲିଂର 19ତମ ଓଭରରେ ପାକିସ୍ତାନ ଆସିଫ ଅଲ୍ଲୀଙ୍କୁ ସର୍ଟ ପିଚ୍ ବଲରେ କ୍ୟାଚ ଆଉଟ୍ କରାଇଥିଲେ ଫରିଦ୍ ଅହମ୍ମଦ । ଆଉଟ୍ ହେବା ପରେ ଉତକ୍ଷିପ୍ତ ହୋଇ ଫରିଦଙ୍କ ଉପରକୁ ହାତ ଉଠାଇବା ସହିତ ବ୍ୟାଟ୍ ଉଞ୍ଚାଇଥିଲେ ପାକ୍ ବ୍ୟାଟର୍ ଆସିଫ ।
ସୂଚନାଥାଉ କି, ଟସ ହାରି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୯ ରନ କରିଥିଲା । ଏହାର ଜବାବରେ ପାକିସ୍ତାନ ୧୯.୨ ଓଭରରେ ୯ ୱିକେଟ ହରାଇ ୧୩୧ ରନ କରି ମ୍ୟାଚକୁ ରୋମାଞ୍ଚ ମୋଡରେ ୧ ୱିକେଟରେ ଜିତି ନେଇଛି । ଆଉ ପାକିସ୍ତାନର ଏହି ବିଜୟ ସହ ଏସିଆ କପରେ ଭାରତର ଅଭିଯାନ ଶେଷ ହୋଇଛି ।












Click it and Unblock the Notifications