ଏସିଆ କପ୍ : ପାକିସ୍ତାନକୁ ୨ ଓ୍ଵିକେଟରେ ହରାଇଲା ଶ୍ରୀଲଙ୍କା, ଭାରତ ସହ ଫାଇନାଲ ଫାଇଟ୍
କଲୋମ୍ବୋ: ଏସିଆ କପ୍ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ହେବେ ମୁହାମୁହିଁ । ପାକିସ୍ଥାନକୁ ହରାଇଲା ଶ୍ରୀଲଙ୍କା। ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଶ୍ରୀଲଙ୍କା। ଡ଼କ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଶ୍ରୀଲଙ୍କା ପାକିସ୍ତାନକୁ ୨ ଓ୍ଵିକେଟରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୨ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୨ ରନ କରିଥିଲା। ମହମ୍ମଦ ରିଜଓ୍ଵାନଙ୍କ ୮୬ ରନ, ଶଫିକଙ୍କ ୫୨ ରନ ଓ ଇଫତିକାର ଅହମ୍ମଦଙ୍କ ୪୭ ରନ ବଳରେ ପାକିସ୍ତାନ ଏହି ରନ କରି ପାରିଥିଲା।
ତେବେ ଏହାର ଜବାବରେ ଶ୍ରୀଲଙ୍କା କୁଶଲ ମେଣ୍ଡିସଙ୍କ ଚମତ୍କାର ୯୧ ରନ ଇନିଂସ ସହ ଚରିଥ ଅସଲଙ୍କାଙ୍କ ଅପରାଜିତ ୪୯ ରନ ଓ ସଦିରା ସମରବିକ୍ରମାଙ୍କ ୪୮ ରନ ବଳରେ ୪୨ ଓଭରରେ ବିଜୟ ଲାଭ କରିଥିଲା । ବର୍ଷା ହେତୁ ମ୍ୟାଚକୁ ୪୨ ଓଭର କରାଯାଇଥିଲା।

ଏକଦା ସହଜ ବିଜୟ ଆଡ଼କୁ ଗତି କରୁଥିବା ଶ୍ରୀଲଙ୍କା ଶେଷ ଆଡ଼କୁ ଲଗାତାର ଓ୍ଵିକେଟ୍ ହରାଇଥିଲା । ଆଉ ପାକିସ୍ତାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଓଭରରେ ଶ୍ରୀଲଙ୍କାକୁ ଜିତିବା ପାଇଁ ୮ ରନ ଦରକାର ଥିଲା। ପାକିସ୍ତାନର ବିଜୟ ସମ୍ଭାବନା ବଢିଥିଲେ ହେଁ ପଞ୍ଚମ ଓ ଷଷ୍ଠ ବଲରେ ଚୌକା ଓ ଦୁଇ ରନ ନେଇ ଚରିଥ ଅସଲଙ୍କା ଶ୍ରୀଲଙ୍କାକୁ ବିଜୟ କରିଥିଲେ ।
ଏହି ମ୍ୟାଚରେ ଡକ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଶ୍ରୀଲଙ୍କା ପାକିସ୍ତାନକୁ ୨ ଓ୍ଵିକେଟରେ ପରାସ୍ତ କରିଛି । ସେପ୍ଟେମ୍ବର ୧୭ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ଆସନ୍ତା 17 ସେପ୍ଟେମ୍ବରରେ ଶ୍ରୀଲଙ୍କାର କଲୋମ୍ବୋ ସ୍ଥିତ ଆର ପ୍ରେମାଡାସା ଷ୍ଟାଡିୟମରେ ଖେଳାଯିବ ଚଳିତ ଏସିଆ କପ୍ 2023ର ଫାଇନାଲ୍ ମ୍ୟାଚ୍ । ତେବେ ଏପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଖେଳା ଯାଇଥିବା ଅଧିକାଂଶ ମ୍ୟାଚ ବର୍ଷା ହେତୁ ବ୍ୟାଘାତ ହୋଇଛି । ସେହିପରି ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications