Asia Cup 2025: ଏସିଆ କପ୍ରେ କିଏ ଖେଳିବେ କିଏ ବସିବେ? ଏମିତି ରହିବ ଭାରତର ପ୍ଲେଇଂ ଇଲେଭେନ
ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଏସିଆ କପ୍ ଖେଳିବ ଭାରତୀୟ ଟିମ୍ । ଉପ ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଶୁବମନ ଗିଲ ।
ଏଥର ଏସିଆ କପ୍ରେ ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ବିଶେଷ କରି ୫ ଜଣ ଯୁବ ତାରକାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ୧୫ ଜଣିଆ ଦଳ ବ୍ୟତିତ ୫ ଜଣଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ଘୋଷଣା କରାଯାଇଛି ।
ତେବେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ବା ପ୍ଲେଇଂ ଇଲେଭେନ କିଭଳି ରହିବ ତାହା ଉପରେ ସମସ୍ତଙ୍କ ନଜର । ଗୋଟିଏ ପଟେ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯାଇନଥିବାରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରାଯାଉଥିବା ବେଳେ ପ୍ଳେଇଂ ଚୟନ ବଡ଼ ଚ୍ୟାଲେଞ୍ଜିଂ ହେବ ।

ପ୍ଲେଇଂ ଇଲେଭେନରୁ ସଞ୍ଜୁ ସାମସନଙ୍କ ଭଳି ଭେଟେରାନ୍ଙ୍କୁ ବାଦ୍ ଦିଆଯାଇପାରେ । ଓ୍ବିକେଟ କିପର ଜିତେଶ ଶର୍ମା ଫର୍ମରୁ ଥିବାରୁ ସଞ୍ଜୁଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍ । ସେହିଭଳି ହର୍ଷିତ ରାଣା ଏବଂ ଓ ରିଙ୍କୁ ସିଂହଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନପାରେ । ରିଙ୍କୁ ସିଂହ ଫର୍ମରେ ନଥିବାରୁ ତାଙ୍କୁ ବାଦ୍ ଦିଆଯାଇପାରେ ।
ଓପନର ଭାବେ ରହିଛନ୍ତି ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମାଙ୍କୁ ଦେଖିବାକୁ ମିଳିପାରେ । ସେହିଭଳି ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନରେ ବ୍ୟାଟିଂ କରିବେ । ଓ୍ବିକେଟ କିପର ଭାବେ ସଞ୍ଜୁଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ନିଆଯାଇପାରେ ।
ଅଲରାଉଣ୍ଡର ଭାବେ ୨ ଜଣଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ଅଲରାଉଣ୍ଡର ଭାବେ ଦଳରେ ନେଇପାରନ୍ତି ସୂର୍ଯ୍ୟକୁମାର ଯାଦବ ।
ବୋଲିଂ ବାହିନୀରେ ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ କିମ୍ବା ଅର୍ଷିତ ରାଣାଙ୍କୁ ସାମିଲ କରାଯାଇପାରେ ।
ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ), ଶୁଭମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ/ହର୍ଷିତ ରାଣା ।












Click it and Unblock the Notifications