ଏସିଆ କପ୍ ୨୦୨୫ : ଦୁବାଇ ପହଞ୍ଚିଲା ଟିମ୍ ଇଣ୍ଡିଆ, ଆଇସିସି ଏକାଡେମୀରେ ଆରମ୍ଭ କଲା ଅଭ୍ୟାସ
ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ ରୁ UAEରେ ଆରମ୍ଭ ହେବ । ଏଥିରେ ଭାଗ ନେବା ପାଇଁ ୪ ସେପ୍ଟେମ୍ବରରେ ଦୁବାଇ ପହଞ୍ଚିଛି । ଏଥର ଏସିଆ କପ୍ T20 ଫର୍ମାଟରେ ଖେଳାଯିବ । ସେଥିରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଖେଳିବ । ୨୦୨୬ ରେ ହେବାକୁ ଥିବା T20 ବିଶ୍ୱକପ୍ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି, ଏହି ଟୁର୍ଣ୍ଣାମେଣ୍ଟ ଟିମ୍ ଇଣ୍ଡିଆ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ଏସିଆ କପ୍ ଫୋକସରେ ରହିବେ ଅନେକ ଯୁବ ଭାରତୀୟ ଖେଳାଳି । ତେବେ ଦୁବାଇ ପହଞ୍ଚିବା ପରେ ଭାରତୀୟ ଦଳ ମଧ୍ୟ ଏସିଆ କପ୍ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଖେଳାଳିମାନେ ଅଭ୍ୟାସ କରୁଥିବାର ଫଟୋ ସାମ୍ନାକୁ ଆସିଛି । ଭାରତୀୟ ଦଳର ସମସ୍ତ ୧୫ ଜଣ ଖେଳାଳି ଦୁବାଇ ପହଞ୍ଚି ୫ ସେପ୍ଟେମ୍ବରରେ ICC ଏକାଡେମୀରେ ଅନୁଷ୍ଠିତ ଦଳର ପ୍ରଥମ ପ୍ରାକ୍ଟିସ ସେଶନରେ ଉପସ୍ଥିତ ରହିଥିଲେ । ଏସିଆ କପରେ ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୧୦ରେ ଦୁବାଇ ଗ୍ରାଉଣ୍ଡରେ UAE ଦଳ ବିପକ୍ଷରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ ।

ସୂଚନାଯୋଗ୍ୟ, ୨୦୨୫ ଏସିଆ କପର ମ୍ୟାଚଗୁଡ଼ିକ ପୂର୍ବରୁ ଭାରତୀୟ ସମୟ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସେଠାରେ ଗରମକୁ ଦୃଷ୍ଟିରେ ରଖି ମ୍ୟାଚ୍ଗୁଡ଼ିକ ରାତି ୮ ଟାରେ ଆରମ୍ଭ ହେବ । ଗରମ ହେତୁ ଭାରତୀୟ ଦଳର ଖେଳାଳିମାନଙ୍କ ପାଇଁ ସେଠାକାର ପରିସ୍ଥିତି ସହିତ ଖାପ ଖୁଆଇବା ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ଖେଳିବା ପରେ, ଏହାର ପରବର୍ତ୍ତୀ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ହେବ ଏବଂ ଶେଷ ମ୍ୟାଚ୍ ୧୯ ସେପ୍ଟେମ୍ବରରେ ଓମାନ ବିପକ୍ଷରେ ହେବ ।












Click it and Unblock the Notifications