Asia Cup 2025: ଟ୍ରଫି୍ ଏସିସି କାର୍ଯ୍ୟାଳୟକୁ ଫେରାଅ: ଭାରତ
ଙ୍ଗଳବାରରେ ଦୁବାଇରେ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ର ଏକ ବୈଠକ ବସିଥିଲା ।ଏହି ବୈଠକରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବର୍ତ୍ତମାନର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ପୂର୍ବତନ କୋଷାଧ୍ୟକ୍ଷ ଆଶିଷ ଶେଲାର୍ ଉପସ୍ଥିତ ଥିଲେ। ବୈଠକ ସମୟରେ, ଭାରତ ପକ୍ଷରୁ ଏସିଆ କପ୍ ଟ୍ରଫିକୁ ଏସିସି କାର୍ଯ୍ୟାଳୟକୁ ଫେରାଇବା ପାଇଁ କୁହାଯାଇଥିଲା । ଟ୍ରଫି ଫେରାଇବା ପରେ ବିସିସିଆଇ ନିଜ ଉଦ୍ୟମ ଏବଂ ପଇସାରେ ଏହାକୁ ଦେଶକୁ ନେବ ବୋଲି ଏହାର ପ୍ରତିନିଧିମାନେ କହିଥିଲେ ।
ପାକିସ୍ତାନ ସରକାରରେ ମନ୍ତ୍ରୀ ଥିବା ଏସିସି ଅଧ୍ୟକ୍ଷ ମୋହସିନ୍ ନାକଭି ଟ୍ରଫି ନଦେବା ପାଇଁ ବିଭିନ୍ନ ବାହାନା କରିଥିବା ଜଣାପଡିଛି। ସେ ବାରମ୍ବାର ଏହି କଥାକୁ ଏଡାଇ ଦେଇଥିବା ଦେଖିବା ପାଇଁ ମିଳିଥିଲା । ସେ ଏତେ ତଳକୁ ଚାଲିଯାଇଥିଲେ ଭାରତୀୟ କ୍ରିକେଟ ଦଳକୁ ଏହାର ସଫଳତା ପାଇଁ ଶୁଭେଚ୍ଛା ଦେଇ ନଥିଲେ । । ନାକଭି ତାଙ୍କ ବକ୍ତବ୍ୟରେ ଭାରତର ଟୁର୍ନାମେଣ୍ଟ୍ ବିଜୟକୁ ସ୍ୱୀକାର କରି ନଥିଲେ । ଶେଲାର୍ଙ୍କ ହସ୍ତକ୍ଷେପ ପରେ ସେ ଭାରତକୁ ଏସିଆ କପ୍ ଟୁର୍ନାମେଣ୍ଟ୍ ଜିତିଥିବାରୁ ଅଭିନନ୍ଦନ ଜଣାଇଥିଲେ।













Click it and Unblock the Notifications