ଏସିଆ କପ୍: ଭାରତ ଆଗରେ ୧୭୨ ରନ୍‌ର ଟାର୍ଗେଟ ରଖିଲା ପାକିସ୍ତାନ

ଏସିଆ କପ୍ ମ୍ୟାଚ୍‌ରେ ପାକିସ୍ତାନ ଭାରତ ପାଇଁ ୧୭୨ ରନ୍‌ର ଟାର୍ଗେଟ ରଖିଛି । ଏସିଆ କପ ସୁପର-୪ର ଆଜିର ମ୍ୟାଚରେ ଭାରତ ଆଗରେ ବିଜୟ ପାଇଁ ୧୭୨ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରି ଭାରତକୁ ୧୭୨ ରନର ବିଜୟ ଲକ୍ଷ୍ୟ ଦେଇଛି । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୮ ରନ କରିଥିବାବେଳେ ଫକର ଜମାନ ୧୫ ରନ କରିଥିଲେ ।

ସଇମ ଆୟୁବ ୨୧ ରନ ଓ ମହମ୍ମଦ ନଓ୍ବାଜ ୨୧ ରନ ସହ ସଲମାନ ଆଗା ୧୭ ରନ ଓ ଫହିମ ଅସରଫ ୨୦ ରନ କରିଥିଲେ । ଭାରତ ପକ୍ଷରୁ ଶିବମ ଦୁବେ ୨ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ତେବେ ଭାରତର ଫିଲଡିଂ ଆଜି ନିରାଶାଜନକ ଥିଲା । ଭାରତୀୟ ଫିଲଡରମାନେ ୪ଟି କ୍ୟାଚ ହାତଛଡ଼ା କରିଥିଲେ । ଯାହାକି ପାକିସ୍ତାନର ରନ ରେଟ ବୃଦ୍ଧିରେ ସହାୟକ ହୋଇଥିଲା ।


Pakistan set a target of 172 runs for India in super four

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+