ଏସିଆ କପ୍‌: ବାଂଲାଦେଶ ବିପକ୍ଷରେ ୧୬୮ ରନ୍‌ ସ୍କୋର କଲା ଭାରତ

ଏସିଆ କପ୍‌-୨୦୨୫ର ୧୬ତମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଭାରତ ୧୬୮ ରନ୍‌ ସଂଗ୍ରହ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ବୁଧବାର ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୬୯ ରନ୍‌ର ଲକ୍ଷ୍ୟ ମିଳିଛି। ଏହି ମ୍ୟାଚ୍‌ରେ ଭାରତର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଟିମ୍‌ ଇଣ୍ଡିଆ ପାଇଁ ଅଭିଷେକ ଶର୍ମା ଓ ଶୁବମନ ଗିଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୭୭ ରନ୍‌ ଯୋଡ଼ିଥିଲେ। ବାଂଲାଦେଶର ପ୍ରଥମ ଶିକାର ହୋଇଥିଲେ ଶୁବମନ ଗିଲ, ଯିଏକି ୧୯ଟି ବଲ୍‌ ଖେଳି ୨୯ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ କରିଥିଲେ।

Asia Cup 2025 India s score against Bangladesh

ଅଭିଷେକ ଶର୍ମା ଆଉଟ୍‌ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ଦଳ ପାଇଁ ଭଲ ସ୍କୋର କରିଥିଲେ। ୩୭ଟି ବଲ୍‌ ଖେଳି ୭୫ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଓ ୫ଟି ଛକା ସାମିଲ ଥିଲା।
ଶୁବମନ ଆଉଟ୍‌ ହେଲା ପରେ ଶିଭମ ଦୁବେ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିଲେ। କିନ୍ତୁ ଯୁବ ବ୍ୟାଟର ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ। ସେ ୩ଟି ବଲ୍‌ ଖେଳି ମାତ୍ର ୨ ରନ୍‌ ସଂଗ୍ରହ କରିଥିଲେ। ଭାରତ ଚତୁର୍ଥ ୱିକେଟ୍‌ ଭାବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୫)ଙ୍କୁ ହରାଇଥିଲା। ଏହା ପୂର୍ବରୁ ଅଭିଷେକ ଶର୍ମା ଆଉଟ୍‌ ହୋଇଥିଲେ। କିନ୍ତୁ ସେ ଆଉଟ୍‌ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ଦଳ ପାଇଁ ଭଲ ସ୍କୋର କରିଥିଲେ। ୩୭ଟି ବଲ୍‌ ଖେଳି ୭୫ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଭାବେ ୩୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ବାଂଲାଦେଶ ପକ୍ଷରୁ ରିସାଦ ହୁସେନ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ। ତନଜିମ୍‌ ହାସନ ସକିବ, ମୁସ୍ତାଫିଜୁର ରହିମ ଓ ମହମ୍ମଦ ସଫିଉଦ୍ଦୀନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+