Asia Cup 2025: ଏସିଆ କପ୍‌ ପାଇଁ ଏହି ୧୫ ଜଣଙ୍କୁ ନେଇ ଖେଳିପାରେ ଭାରତ

ଇଂଲଣ୍ଡରେ ଭାରତର ଦମଦାର ପ୍ରଦର୍ଶନ ପରେ ଏବେ ଫୋକସ୍ ଏସିଆ କପ୍‌ ଉପରେ । ୫ ଟିକିଆ ଟେଷ୍ଟ ସିରିଜ୍‌କୁ ୨-୨ରେ ବରାବର ରଖିଥିଲା ଶୁଭମନ ଗିଲଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ଏବେ ଦଳର ପରବର୍ତ୍ତୀ ପ୍ରୋଜେକ୍ଟ ହେଉଛି ଏସିଆ କପ୍ ୨୦୨୫ ।

ଆସନ୍ତା ସେପ୍ଟେମ୍ବର ୯ ତାରିଖରୁ ୨୮ ତାରିଖ ଯାଏ ଖେଳାଯିବ ଏସିଆ କପ୍‌ । ଏଥର ଏସିଆ କପ୍‌ ସଂଯୁକ୍ତ ଆରବ ଏମିରେଟ୍ସ ବା UAEରେ ଖେଳାଯିବାକୁ ଅଛି। ଭାରତୀୟ ଦଳ ପାକିସ୍ତାନ, UAE ଏବଂ ଓମାନ ସହିତ ଗ୍ରୁପ୍ A ରେ ରହିଛି ।

ଯଦି ଆମେ କାର୍ଯ୍ୟସୂଚୀ ଉପରେ ନଜର ପକାଇବା, ତେବେ ଭାରତ ସେପ୍ଟେମ୍ବର ୧୦ରେ UAE, ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ ସେପ୍ଟେମ୍ବର ୧୯ରେ ଓମାନ ସହିତ ମ୍ୟାଚ୍ ଖେଳିବ। ତେବେ ଭାରତୀୟ ଦଳ ଘୋଷଣା ହୋଇନଥିଲେ ବି ସମ୍ଭାବ୍ୟ ଟିମ୍ ଉପରେ ନଜର ପକାଇବା ।

ଭାରତୀୟ ଦଳର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହାର୍ନିଆ ଅସ୍ତ୍ରୋପଚାର ପରେ ଅଭ୍ୟାସକୁ ଫେରିଛନ୍ତି। କିନ୍ତୁ ଏସିଆ କପ୍‌ ବେଳକୁ ସେ ଫିଟ୍‌ ଥିବେ କି ନାହିଁ ସେ ନେଇ ସସପେନ୍ସ ଦେଖାଦେଇଛି ।

ଅନ୍ୟପକ୍ଷରେ ଜସପ୍ରିତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ। କିନ୍ତୁ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ବୁମରାହଙ୍କୁ ସାମିଲ କରିବା ଦିଗରେ ବିଚାର କରିପାରେ ଦଳୀୟ ବିସିସିଆଇ । ଯଦିଓ ଟି-୨୦ ବିଶ୍ୱକପରେ ସୂର୍ଯ୍ୟକୁମାର ଏବଂ ବୁମରାହଙ୍କୁ ନିଶ୍ଚିତ ଭାବରେ ସାମିଲ କରାଯାଇପାରେ ।

ସୂର୍ଯ୍ୟକୁମାର ଯାଦବ ଯଦି ଫିଟ୍‌ ନୁଅନ୍ତି ତେବେ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରାଯାଇ ତାଙ୍କୁ ସିଧାସଳଖ କ୍ୟାପଟେନ୍ ଭାର ଦିଆଯାଇପାରେ । କାର ଟି୨୦ ଫର୍ମାଟରେ ଯୁବ ଖେଳାଳି ଭର୍ତ୍ତି ହୋଇ ରହିଛନ୍ତି ।

ଏସିଆ କପ୍ ଟିମରେ ଶୁଭମନ ଗିଲ, ଯଶସ୍ୱୀ ଜୟସୱାଲ ଏବଂ ସାଇ ସୁଦର୍ଶନଙ୍କୁ ସାମିଲ କରାଯାଇପାରେ । ନିରନ୍ତର ଭଲ ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟର ମଧ୍ୟ ତାଙ୍କ ସ୍ଥାନ ସୁରକ୍ଷିତ ରଖିପାରନ୍ତି ।ସଞ୍ଜୁ ସାମସନ, ତିଲକ ବର୍ମା, ଧ୍ରୁବ ଜୁରେଲ ଏବଂ ରିଙ୍କୁ ସିଂହ ଟି-୨୦ ଦଳରେ ଭାରତୀୟ ବ୍ୟାଟିଂର ଭାର ଭଲ ଭାବରେ ସମ୍ଭାଳିଛନ୍ତି।

ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ଦେଖିବାକୁ ମିଳିପାରେ । ନୀତିଶ ରେଡ୍ଡୀଙ୍କ ନାଁକୁ ମଧ୍ୟ ବିଚାରକୁ ନେଇପାରେ ବିସିସିଆଇ ।

ଏସିଆ କପ୍ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ୱୀ ଜୟସ୍ବାଲ, ଶୁଭମନ ଗିଲ୍/ ସୂର୍ଯ୍ୟକୁମାର, ସଞ୍ଜୁ ସାମସନ, ସାଇ ସୁଦର୍ଶନ, ଶ୍ରେୟସ ଆୟର, ତିଲକ ବର୍ମା, ରିଙ୍କୁ ସିଂ, ଧ୍ରୁବ ଜୁରେଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ୱାଶିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ ଏବଂ କୁଲଦୀପ ଯାଦବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+