ଭାରତକୁ ବିଜୟ ‘ତିଲକ’ ପିନ୍ଧାଇଲେ ତିଲକ ବର୍ମା; ପାକିସ୍ତାନକୁ ୫ ୱିକେଟରେ ହରାଇ ଭାରତ ଏସିଆ କପ ଚମ୍ପିୟାନ
କ୍ରିକେଟ ମୈଦାନରେ ଆତଙ୍କୀ ଆଚରଣ ଚଳିବ ନାହିଁ । ବ୍ୟାଟର ଜବାବ ବ୍ୟାଟରେ ହିଁ ଦେବାକୁ ହୁଏ ବୋଲି ପାକିସ୍ତାନକୁ ଶିକ୍ଷା ଦେଲା ଟିମ୍ ଇଣ୍ଡିଆ । ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ହେଲା । ଶେଷରେ ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପ୍ରଥମ ଥର ପାଇଁ ପରାସ୍ତ କରିଛି ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ ଉପରେ ଥିଲା ସାରା ବିଶ୍ବର ନଜର । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ମାତ୍ର ପାକିସ୍ତାନ ଓପନିଂ ଖୁବ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ତେବେ ପ୍ରଥମ ଦଳର ସ୍କୋର ୮୧ ଥିବାବେଳେ ପ୍ରଥମ ବ୍ରେକ୍ ଥ୍ରୁ ଦେଇଥିଲେ ବରୁଣ ଚକ୍ରବର୍ତ୍ତି । ପରେ ଭାରତର ସ୍ପିନ୍ ବାହିନୀ ପାକ୍ ବ୍ୟାଟରଙ୍କୁ ଧୂଳି ଚଟାଇ ଦେଇଥିଲେ । କାଳ ସାଜିଥିବା କୁଲଦୀପ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ ୨ ଏବଂ ବରୁଣଙ୍କୁ ମିଳିଥିଲା ୨ଟି ୱିକେଟ୍ । ବାକି ଦୁଇଟି ୱିକେଟ୍ ବୁମରାଙ୍କ ହାତରେ ଲାଗିଥିଲା । ନିର୍ଦ୍ଦାରିତ ୨୦ ଓଭରରେ ୧୪୬ ରନ୍ ସ୍କୋର କରି ଅଲଆଉଟ ହୋଇଯାଇଥିଲା ପାକିସ୍ତାନ ।













Click it and Unblock the Notifications