ଏସିଆ କପ୍ ୨୦୨୫ ହକି: ଭାରତର ବିଶାଳ ବିଜୟ, କାଜାକସ୍ତାନକୁ ୧୫-୦ରେ ହରାଇଲା
ଭାରତୀୟ ହକି ଦଳ ଏସିଆ କପ୍ ୨୦୨୫ର ପୁଲ୍ ଏ ମ୍ୟାଚରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅଭିଷେକ (୫, ୮, ୨୦, ୫୯ ମିନିଟ), ସୁଖଜୀତ ସିଂ (୧୫, ୩୨, ୩୮), ଜୁଗରାଜ ସିଂ (୨୪, ୩୧, ୪୭), ଅଧିନାୟକ ହରମନପ୍ରୀତ ସିଂ (୨୬), ଅମିତ ରୋହିଦାସ (୨୯), ରାଜିନ୍ଦର ସିଂ (୩୨), ସଞ୍ଜୟ ସିଂ (୫୪) ଏବଂ ଦିଲପ୍ରୀତ ସିଂ (୫୫) ଗୋଲ ସ୍କୋର କରିଥିଲେ।

ଭାରତ ଏହା ପୂର୍ବରୁ ଚାଇନାକୁ ୪-୩ ଓ ଜାପାନକୁ ୩-୨ ଗୋଲରେ ହରାଇ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଚାଇନା ବିପକ୍ଷରେ କଠିନ ଲଢ଼େଇ ପରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତ, ଜାପାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ ଦେଖାଇଥିଲା।












Click it and Unblock the Notifications