ଏସିଆ କପ: ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା, ଟକ୍କର ଦେବାକୁ ପ୍ରସ୍ତୁତ ଉଭୟ ଦଳ

Asia Cup 2023 : ଆଜି ଏସିଆ କପ ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ୍‌ । ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍ ଜିତି ଦୁଇ ଦଳ ଏହି ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବେ । ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ।

ତେବେ ଉଭୟ ଦଳ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ଉଭୟ ଦଳ କିଛି ପ୍ରମୁଖ ଖେଳାଳିଙ୍କ ବିନା କପ୍‌ ଖେଳିବାକୁ ଯାଉଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍‌ ଶ୍ରୀଲଙ୍କା ଦଳ ଘରୋଇରେ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ବାଂଲାଦେଶ ମଧ୍ୟ କଡା ଟକ୍କର ଦେବାକୁ ପ୍ରସ୍ତୁତ ।

ଶ୍ରୀଲଙ୍କା ଟିମକୁ ଦୀର୍ଘ ୨ ବର୍ଷ ପରେ ଦଳକୁ ଫେରିଛନ୍ତି ବିସ୍ଫୋରକ କୁଶଲ ପେରେରା । ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ, ଚରିଥ ଆଶାଲଙ୍କା ପ୍ରମୁଖ ଫର୍ମରେ ରହିଛନ୍ତି । ତେବେ ଆହତ ବା କିଛି ସମସ୍ୟା ହେତୁ ହସରଙ୍ଗା, ଦୁଷ୍ମନ୍ତ ଚାମୀରା, ଦିଲଶାନ ମଦୁଶଙ୍କା ଓ ଲାହିରୁ କୁମାରା ଆହତ ହୋଇ ଏସିଆ କପ୍‌ରୁ ବାଦ ପଡ଼ିଛନ୍ତି ବୋଲି ସୂଚନା ମିଳିଛି ।

asia_cup

ସେପଟେ ବାଂଲାଦେଶରୁ ଇବାଦତ ଓ ଲିଟନ ଦାସ ଆହତ ହୋଇ ବାଦ ପଡ଼ିଛନ୍ତି । ମୁସ୍ତଫିଜୁର ରେହମାନ ବି ଫିଟ୍‌ନେସ୍‌ ସମସ୍ୟା ଦେଇ ଗତି କରୁଛନ୍ତି । ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୮୧.୬୩ ପ୍ରତିଶତ ମ୍ୟାଚ୍‌ ଜିତିବାର ରେକର୍ଡ ରହିଛି । ମାତ୍ର ଶେଷ ୪ଟି ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଛି ।

ସମ୍ଭାବ୍ୟ ଦଳ
ଶ୍ରୀଲଙ୍କା: ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ (ୱିକେଟ ରକ୍ଷକ) , ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ସନକା (ଅଧିନାୟକ), ଦୁଶନ ହେମଥ, ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଜିଥା

ବାଂଲାଦେଶ: ତନଜିଦ ହାସାନ, ଆନାମୁଲ ହକ୍‌, ନଜମୁଲ ହୋସେନ ଶାନ୍ତୋ, ସାକିବ ଅଲ୍‌ ହାସନ (ଅଧିନାୟକ), ତୋୱିଦ ହ୍ରିଦୟ, ମୁସଫିକର ରହିମ (ୱିକେଟ କିପର ) , ଅଫିଫ ହୋସେନ, ମେହେଦି ହାସାନ ମିରାଜ, ଟସ୍କିନ ଅହମ୍ମଦ, ହାସାମ ମାମୁଦ, ଶରିଫୁଲ ଇସଲାମ ।

ଗତକାଲି ବଡ଼ ବିଜୟ ସହ ଏସିଆ କପ୍ ଅଭିଯାନ ଆରମ୍ଭ କରି ପାକିସ୍ତାନ । ବାବର ଆଜମଙ୍କ ଦଳ ୨୩୮ ରନରେ ନେପାଳକୁ ହରାଇଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ କରିଥିଲା ୩୪୨ ରନ୍ । ଜବାବରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା ନେପାଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+