Asia Cup 2023 : ଆଜି ପଡୋଶୀ ନେପାଳକୁ ଭେଟିବ ଟିମ୍ ଇଣ୍ଡିଆ
ଚଳିତ ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ପଡୋଶୀ ନେପାଳକୁ ଭେଟିବ । ଦୁଇ ଦଳ ପାଇଁ ଏହି ମ୍ୟାଚ ବହୁତ୍ ଗୁରୁତ୍ଵପୂର୍ଣ୍ଣ । ଏହି ମ୍ୟାଚ୍ ଭାରତ ପାଇଁ ଜିତିବା ଅତ୍ୟନ୍ତ ଜରୁରୀ ହୋଇଯାଇଛି । ପାକିସ୍ତାନ ବିପକ୍ଷ ବାତିଲ ମ୍ୟାଚ୍ରୁ ଭାରତ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ଭଳି ହୋଇଛି ।
ଯଦି ନେପାଳ କିଛି ଚମତ୍କାର କରେ ତେବେ ଭାରତ ଏସିଆ କପରୁ ବାଦ ପଡ଼ିବ । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ ଓ ରୋହିତ କିଛି କମାଲ କରି ପରି ନଥିଲେ । ଏପରିକି ଭାରତୀୟ ବୋଲର ଏସିଆ କରେ ଗୋଟିଏ ବି ବଲ୍ ବୋଲିଂର ସୁଯୋଗ ପାଇ ନାହାନ୍ତି ।
ନେପାଳ ପ୍ରଥମ ମ୍ୟାଚ୍ ପାକିସ୍ତାନଠୁ ୨୩୮ ରନ୍ରେ ପରାସ୍ତ ହୋଇଥିବା ବେଳେ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ସହ ବାତିଲ ହୋଇଛି ।

ଆଜି ନେପାଳ ବିପକ୍ଷରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍, ଶ୍ରେୟସ ଆୟରଙ୍କ ବ୍ୟାଟରୁ ରନ୍ ବାହାରିବାର ଆବଶ୍ୟକତା ରହିଛି । ସେହିପରି ନେପାଳର ଲେଗ୍ସ୍ପିନର୍ ସନ୍ଦୀପ ଲାମିଚାନ୍ ଏବଂ ଅଧିନାୟକ ରୋହିତ ପୌଡ଼ଲ୍ଙ୍କ ବୋଲିଂ ଭାରତ ପାଇଁ ଆହ୍ବାନ ଆଣିପାରେ ।
ଏହାରି ଭିତରେ ଭାରତ ଆସିଛନ୍ତି ବୁମରା। ସୂଚନା ଅନୁସାରେ, ଜସପ୍ରୀତ ବୁମରା ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି । ଯଦିଓ, ଜସପ୍ରୀତ ବୁମ୍ରାଙ୍କ କଲମ୍ବୋରୁ ମୁମ୍ବାଇକୁ ହଠାତ୍ ଫେରିବା ପଛର କାରଣ କ'ଣ ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୁହାଯାଇ ନାହିଁ, କିନ୍ତୁ ଏହି ଦ୍ରୁତ ବୋଲରଙ୍କ ଭାରତକୁ ଫେରିବା ପ୍ରଶଂସକଙ୍କ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଇଛି ।
ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ
୪୮.୫ ଓଭାରେ ଦଳ ୨୬୬ ରନରେ ଅଲଆଉଟ୍ ହୋଇଥିଲା ଭାରତ । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡା ସର୍ବାଧିକ ୮୭ ରନ କରିଥିବା ବେଳେ, ଇଶାନ କିଶନ ୮୨ ରନ କରିଛନ୍ତି । ଭାରତୀୟ ଵ୍ୟାଟରମାନେ ସାହିନ ଆଫ୍ରିଦି ଓ ହାରିସ ରଫଙ୍କ ମୁକାବିଲା କରି ପାରି ନଥିଲେ ।
ପ୍ରଥମରୁ ଭାରତର ବ୍ୟାଟିଙ୍ଗ ବିପର୍ଯ୍ୟୟ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଶୁବମନ୍ ଗିଲ ଓ ରୋହିତ ପଡ଼ିଆକୁ ଓହ୍ଲାଇ ଥିଲେ । ରୋହିତ ୨୨ ବଲରୁ ୧୧ ରନ କରିଥିବା ବେଳେ ବିରାଟ ୭ ବଲରୁ ୪ ରନ କରିଥିଲେ ।
ସାହିନ ଆଫ୍ରିଦଙ୍କ ବଲର ସାମ୍ନା କରିପାରିଲେନି ଦୁଇ ପ୍ରମୁଖ କ୍ରିକେଟର । ବର୍ଷା ପରେ ଆରମ୍ଭ ହୋଇଥିଲା ମ୍ୟାଚ୍ ଆଉ ରୋହିତ ପ୍ରଥମ ବ୍ୟାଟର ଭାବରେ ୱିକେଟ ହରାଇଥିଲେ ।
ପରେ ଶ୍ରେୟସ ଆୟର ୯ ବଲରୁ ୧୪ ଓ ଗିଲ୍ ୩୨ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ । ଇସାନ କିଶନ ୮୧ ବଲରୁ ୮୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯୦ ବଲରୁ ୮୭ ରନ କରି ଆଉଟ୍ ହୋଇଥିଲେ । ଜାଡେଜା ୨୨ ବଲରୁ ୧୪ ଓ ଶାର୍ଦ୍ଦୁଲ ଠାକୁର ୩ ବଲରେ ତିନି କରି ଆଉଟ୍ ହୋଇଥିଲେ ।
ସାହିନ ଆଫ୍ରିଦ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ହାରିସ ରଫ ଓ ନସିମ ସାହା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।
ସମ୍ଭାବ୍ୟ ୧୧
ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର୍, ଈଶାନ କିଶନ (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ
ନେପାଳ : କୁଶାଲ ଭୁର୍ତେଲ, ଆସିଫ୍ ସେଖ୍ (ୱିକେଟରକ୍ଷକ), ରୋହିତ ପୌଡ଼ଲ୍ (ଅଧିନାୟକ), ଆରିଫ୍ ସେଖ୍, ସୋମପାଲ କାମି, ଦୀପେନ୍ଦ୍ର ସିଂହ ଏରେସ୍, ଗୁଲସାନ୍ ଝା, କୁଶାଲ ମଲ୍ଲ, କରଣ କେସି, ସନ୍ଦୀପ ଲାମଚାନ୍, ଲଳିତ ରାଜବଂଶୀ












Click it and Unblock the Notifications