ଏସିଆ କପ୍ 2023: ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଶନିବାର ପାକ୍ ବିପକ୍ଷରେ ମହାଯୁଦ୍ଧ
Asia Cup 2023 , India vs Pakistan: ଆରମ୍ଭ ହୋଇ ସାରିଛି ଏସିଆ କପ୍ 2023 ଟୁର୍ଣ୍ଣାମେଣ୍ଟ । ଆଜି ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳା ଯାଉଛି ପ୍ରଥମ ମ୍ୟାଚ । ତେବେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ବୁଧବାର ଶ୍ରୀଲଙ୍କାରେ ପହଞ୍ଚିଛି ଭାରତୀୟ ଦଳ । ଭାରତ ତାର ପ୍ରଥମ ମ୍ୟାଚ୍ ଶନିବାର ପାକିସ୍ତାନ ବିପକ୍ଷରେ ଖେଳିବ ।
ତେବେ କେଏଲ ରାହୁଲ ଟିମ୍ ଇଣ୍ଡିଆ ସହିତ ଶ୍ରୀଲଙ୍କା ଗସ୍ତ କରି ନାହାଁନ୍ତି । ସେ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଛନ୍ତି । ରାହୁଲ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ । ତିଲକ ବର୍ମା ଏବଂ ରବିନ୍ଦ୍ର ଜାଡେଜା ବିମାନରୁ ଫଟୋ ସେୟାର କରିଛନ୍ତି । ସେହିପରି ଶ୍ରୀଲଙ୍କା ପହଞ୍ଚିବା ପରେ ଟିମ୍ ଇଣ୍ଡିଆର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନାଥାଉ କି, ଏସିଆ କପ ପାଇଁ ଟିମ୍ ଇଣ୍ଡିଆରେ ତିଲକ ବର୍ମା ନୂଆ ଚେହେରା ଭାବେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ଏବଂ ଆୟର୍ଲାଣ୍ଡ ବିପକ୍ଷ ଟି -20 ସିରିଜରେ ତିଲକ ଚମତ୍କାର ପ୍ରଦର୍ଶନ କରିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିଲକ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଏହା ପୂର୍ବରୁ ସେ ଘରୋଇ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ତିଲକ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ଏହି କାରଣରୁ ସେ ଟିମ୍ ଇଣ୍ଡିଆରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଖେଳୁଥିବା ଏକାଦଶରେ ତିଲକ ମଧ୍ୟ ସ୍ଥାନ ପାଇ ପାରନ୍ତି । ଟିମ୍ ଇଣ୍ଡିଆ ପାଇଁ ତିଲକ୍ X ଫ୍ୟାକ୍ଟର୍ ବୋଲି ପ୍ରମାଣ ହୋଇ ପାରନ୍ତି ।
କହିରଖୁ କି, ଏସିଆ କପ୍ 2023ରେ ଆସନ୍ତା ସେପ୍ଟେମ୍ବର 2 ତାରିଖରେ ବାରତ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ତେବେ ଏହି ମ୍ୟାଚ୍ ପାକିସ୍ତାନରେ ନୁହେଁ ବରଂ ଶ୍ରୀଲଙ୍କାର କାଣ୍ଡି ଷ୍ଟାଡି଼ୟମରେ ଖେଳାଯିବ ।
Team India at Sri Lanka for the Asia Cup. [wrogn_editz]pic.twitter.com/kzqoTQrnhF
— Johns. (@CricCrazyJohns) August 30, 2023
କାରଣ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମଡେଲରେ ଖେଳା ଯାଉଛି । ଯେଉଁଥିରେ ପାକିସ୍ତାନରେ 4 ଟି ମ୍ୟାଚ୍ ଖେଳାଯିବ ଏବଂ ଫାଇନାଲ ସମେତ 9 ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଫାଇନାଲ ମ୍ୟାଚ୍ 17 ସେପ୍ଟେମ୍ବରରେ ଶ୍ରୀଲଙ୍କାର କଲମ୍ବୋ ଷ୍ଟାଡିୟମରେ ଖେଳାଯିବ ।
ତେବେ ଏଥର ଏସିଆ କପ୍ 50 ଓଭର ଫର୍ମାଟରେ ଖେଳାଯାଉଛି । 2ଟି ଗ୍ରୁପରେ ବିଭକ୍ତ ହୋଇଥିବା ଏସିଆ କପ୍ 2023 ରେ ମୋଟ 6ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଗ୍ରୁପ୍-ଏରେ ପାକିସ୍ତାନ, ନେପାଳ ଏବଂ ଭାରତ ଅଂଶ ଥିବାବେଳେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ଗ୍ରୁପ୍-ବିରେ ସ୍ଥାନିତ କରାଯାଇଛି ।
ଗ୍ରୁପ୍ ମ୍ୟାଚ୍ ସମାପ୍ତ ହେବା ପରେ, ଉଭୟ ଗୋଷ୍ଠୀର ଟପ୍-2 ଦଳ ସୁପର-4 ପର୍ଯ୍ୟାୟ ପାଇଁ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ । ଏହା ପରେ ସମସ୍ତ ଦଳ ମଧ୍ୟରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଖେଳାଯିବ ଏବଂ ଏହି ପର୍ଯ୍ୟାୟରେ ଟପ୍-2 ମାନ୍ୟତା ପ୍ରାପ୍ତ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।












Click it and Unblock the Notifications