Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍ 2023: ଫାଇନାଲରେ ଭାରତକୁ ଭେଟିବ ଶ୍ରୀଲଙ୍କା !

Pakistan vs Sri Lanka Asia Cup 2023: ଏସିଆ କପ୍ ସୁପର ୪ ରାଉଣ୍ଡରେ ଆଜି (ଗୁରୁବାର) (୧୪ସେପ୍ଟେମ୍ବର) ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଉଛି । ଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ ଉଭୟ ଦଳ ପାଇଁ ସେମିଫାଇନାଲ ସଦୃଶ ହୋଇଛି ।

ମାତ୍ର ବର୍ଷା ହେତୁ ମ୍ୟାଚ୍ ଆରମ୍ଭରୁ ବାଧାପ୍ରାପ୍ତ ହୋଇଛି । ବିଳମ୍ବରେ ଟସ୍ ପଡିବା ସହ ମ୍ୟାଚକୁ 45 ଓଭର ବିଶିଷ୍ଟ କରାଯାଇଛି । ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଛି । କିନ୍ତୁ ଯଦି ଆଜି ବର୍ଷା ପାଇଁ ମ୍ୟାଚ୍ ବାତିଲ ହୁଏ । ତେବେ ଭାରତ ସହିତ ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍ ଖେଳିବା ନିଶ୍ଚିତ ହୋଇଯିବ ।

Asia Cup 2023

କାରଣ ସୁପର-4 ର ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ଦଳର ନେଟ୍ ରନ୍ ହାର ପାକିସ୍ତାନ ତୁଳନାରେ ବହୁତ ଭଲ ରହିଛି । ଉଭୟ ଶ୍ରୀଲଙ୍କା ଏବଂ ପାକିସ୍ତାନରେ 2-2 ପଏଣ୍ଟ ରହିଛି ।

ସମ୍ପ୍ରତି ଶ୍ରୀଲଙ୍କାର ନେଟ ରନ୍ ହାର -0.200 ଥିବାବେଳେ ପାକିସ୍ତାନର -1.892 ରହିଛି । ତେବେ ଏହି ମ୍ୟାଚ୍ ପାଇଁ ରିଜର୍ଭ ଦିନ ମଧ୍ୟ ରଖାଯାଇ ନାହିଁ । ଏଭଳି ପରିସ୍ଥିତିରେ ଯଦି ମ୍ୟାଚ୍ ବାତିଲ ହୁଏ ତେବେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବ ।

ସୂଚନାଥାଉ କି, ଏସିଆ କପ୍ 2023ର ଫାଇନାଲ ମ୍ୟାଚ୍ ରବିବାର ଖେଳାଯିବ । ଭାରତ ଫାଇନାଲରେ ପ୍ରବେଶ କରିସାରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+