ଏସିଆ କପ୍ 2023 ସୁପର-4ରେ ଆଜି ଶ୍ରୀଲଙ୍କା-ବାଂଲାଦେଶ ଫାଇଟ
Sri Lanka vs Bangladesh Super 4: ଚଳିତ ଏସିଆ କପର ସୁପର-4ର ଦ୍ବିତୀୟ ମ୍ୟାଚ କଲମ୍ବୋରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଉକ୍ତ ମ୍ୟାଚ ବାଂଲାଦେଶ ପାଇଁ କର ବା ମର ସଦୃଶ ହୋଇଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ପରାଜିତ ହୋଇଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଜିତି ଫାଇନାଲ ଦୌଡ଼ରେ ରହିବାକୁ ଉଦ୍ୟମ କରିବ ।
ତେବେ ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚ୍ ସମୟରେ କଲମ୍ବୋରେ ଖରାପ ପାଗ ହେବାର ଆଶଙ୍କା ରହିଛି । ସେପ୍ଟେମ୍ବର 9 ତାରିଖରେ କଲମ୍ବୋରେ 90 ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ଏଭଳି ପରିସ୍ଥିତିରେ ବର୍ଷା ହେତୁ ମ୍ୟାଚ୍ ଆରମ୍ଭ କରିବାରେ ବିଳମ୍ବ ହୋଇପାରେ । ମ୍ୟାଚ୍ ସମୟରେ ଘଣ୍ଟା ପ୍ରତି 14 କିଲୋମିଟର ବେଗରେ ପବନ ବହିପାରେ ।

ଚଳିତ ଏସିଆ କପର ଲିଗ୍ ପର୍ଯ୍ୟାୟରେ ଯେତେବେଳେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହୋଇଥିଲା । ସେତେବେଳେ ଶାକିବ ଅଲ ହାସନଙ୍କ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବାଂଲାଦେଶ ଦଳ ଶ୍ରୀଲଙ୍କା ବିପକ୍ଷରେ ପୂରା 50 ଓଭର ଖେଳି ପାରି ନଥିଲା ଏବଂ ମାତ୍ର 164 ରନ୍ ପାଇଁ ଅଲଆଉଟ୍ ହୋଇଯାଇଥିଲା । ତଥାପି, ଦଳ ଏହାର ବୋଲିଂ ସହିତ ଏକ ସମୟରେ ମ୍ୟାଚକୁ ରୋମାଞ୍ଚକର କରିଥିଲା ।
ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ଶ୍ରୀଲଙ୍କାର ପଲ୍ଲା ମଧ୍ୟ ଭାରୀ ରହିଛି । କାରଣ ସେମାନେ ନିଜ ଘରୋଇ ମାଟିରେ ଖେଳୁଛନ୍ତି । ତଥାପି, ଯଦି ମ୍ୟାଚରେ ଏକ ଘନିଷ୍ଠ ପ୍ରତିଯୋଗିତା ଦେଖିକୁ ମିଳିପାରେ ।
ଅନ୍ୟପଟେ ସୁପର-4ର ପ୍ରଥମ ମ୍ୟାଚରେ ସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ 4 ୱିକେଟରେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ଦଳ ଉକ୍ତ ମ୍ୟାଚରେ ବ୍ୟାଟିଂ ବିଫଳତା ପାଇଁ ପରାଜିତ ହୋଇଥିଲା । ସାକିକ୍ ଅଲ୍ ହାସନ ଓ ମୁସଫିକ୍ୟୁର ରହିମଙ୍କୁ ବାଦ୍ ଦେଇ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇ ନଥିଲେ । ଶ୍ରୀଲଙ୍କା ବିପକ୍ଷରେ ଦଳକୁ ବିଜୟୀ ନେଇ ବ୍ୟାଟିଂ ଓ ବୋଲିଂ ବିଭାଗେର ଭଲ ପ୍ରଦର୍ଶନ କରିବାକୁ ପଡିବ ।
- ବାଂଲାଦେଶ ଦଳ: ମହମ୍ମଦ ନାଏମ, ମେହେଦି ହାସନ ମେରାଜ, ଲିଟନ ଦାସ, ଅନାମୁଲ ହକ, ମୁଶଫିକୁର ରହୀମ (ୱିକେଟ୍ କିପର), ଶାକିବ ଅଲ ହାସନ (ଅଧିନାୟକ), ଆଫିଫ ହୁସେନ୍, ମେହେଦି ହାସନ, ତସ୍କିନ୍ ଅହମ୍ମଦ, ଶୋରିଫୁଲ ଇସଲାମ ଏବଂ ମୁସ୍ତାଫିଜୁର ରହମାନ ।
- ଶ୍ରୀଲଙ୍କା ଦଳ: ପୃଥମ୍ ନିସାନ୍କା, ଡିମୁଥ୍ କରୁଣାରାଟେନ୍, କୁସାଲ୍ ମେଣ୍ଡିସ୍ (ୱିକେଟ୍ କିପର), ସାଦିରା ସମରୱିକ୍ରାମା, ଚାରିଥ୍ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଦାସୁନ୍ ଶାନାକା (ଅଧିନାୟକ), ଡୁନିଥ୍ ଭେଲାଲେଜ୍, ମହିଷ ଥେକ୍ସାନା, କାସୁନ୍ ପୃଥ୍ୱୀ ଏବଂ ମଥୀଶା ପୃଥ୍ୱୀ ।












Click it and Unblock the Notifications