ଏସିଆ କପ୍ 2023: କଲମ୍ବୋରେ ରୋହିତ ଶର୍ମାଙ୍କ 'ତ୍ରି-ଶତକ', ସେହୱାଗଙ୍କ କ୍ଲବରେ ହେଲେ ସାମିଲ
Asia Cup 2023, Rohit Sharma: ଆଜି (ରବିବାର) ଖେଳାଯାଉଛି ଭାରତ ବନାମ ପାକିସ୍ତାନ ଏସିଆ କପ୍ 2023ର ସୁପର-4 ମୁକାବିଲା । କଲମ୍ବୋରେ ଖେଳା ଯାଉଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଛି ।
ତେବେ ଏସିଆ କପ୍ 2023 ସୁପର-4 ର ଏହି ମ୍ୟାଚରେ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଓପନର୍ ଭାବରେ ରୋହିତ ଭାରତ ପାଇଁ 300 ମ୍ୟାଚ୍ ପୂରଣ କରିଛନ୍ତି । ସେ ବିରେନ୍ଦର ସେହୱାଗଙ୍କ ସହ ଜଡିତ ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି । ଭାରତ ପାଇଁ ଓପନର୍ ଭାବରେ ଅଧିକାଂଶ ମ୍ୟାଚ୍ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ।

ରୋହିତ ପାକିସ୍ତାନ ବିପକ୍ଷରେ ଭାରତ ପାଇଁ ଓପନର୍ ଭାବରେ ନିଜର 300 ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି । ଏହାପୂର୍ବରୁ ସେ ଓପନର୍ ଭାବରେ 227 ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଦ୍ୱିତୀୟ ସ୍ଥାନରେ 72 ଟି ମ୍ୟାଚ୍ ଖେଳିଛନ୍ତି । ତେଣୁ ଓପନର୍ ଭାବରେ 299 ମ୍ୟାଚ୍ ଅଛି ।
ବର୍ତ୍ତମାନ ଏହା ତାଙ୍କର 300 ତମ ମ୍ୟାଚ୍ । ପ୍ରଥମ ସ୍ଥାନରେ ବ୍ୟାଟିଂ କରୁଥିବା ବେଳେ ରୋହିତ 9870 ରନ୍ ସଂଗ୍ରହ କରିଛନ୍ତି । ଦ୍ୱିତୀୟ ନମ୍ବରରେ ବ୍ୟାଟିଂ କରୁଥିବାବେଳେ ସେ 3496 ରନ୍ ସଂଗ୍ରହ କରିଛନ୍ତି । ରୋହିତ ଏପର୍ଯ୍ୟନ୍ତ ଓପନର୍ ଭାବରେ 39 ଶତକ ହାସଲ କରିଛନ୍ତି ।
ସଚିନ ଭାରତ ପାଇଁ ଓପନର୍ ଭାବରେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ 346 ଟି ମ୍ୟାଚ୍ ଖେଳିଛନ୍ତି । ବିରେନ୍ଦର ସେହୱାଗ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହୱାଗ 321 ଟି ମ୍ୟାଚ୍ ଖେଳିଛନ୍ତି । ରୋହିତ ତୃତୀୟ ସ୍ଥାନରେ ଅଛନ୍ତି । ଶିଖର ଧାୱନ ଚତୁର୍ଥ ସ୍ଥାନରେ ଅଛନ୍ତି । ଧାୱନ 268 ଟି ମ୍ୟାଚ୍ ଖେଳିଛନ୍ତି ।
ସୂଚନାଯୋଗ୍ୟ ଯେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ 2023 ରେ ଭାରତ ପ୍ରଥମ ମ୍ୟାଚ୍ ଖେଳିଥିଲା । ବର୍ଷା ଯୋଗୁଁ ଏହି ମ୍ୟାଚ୍ ଶେଷ ହୋଇପାରି ନଥିଲା । ଏହା ପରେ ନେପାଳ ବିପକ୍ଷରେ ଭାରତ ଏକ ମ୍ୟାଚ୍ ଖେଳିଥିଲା । ଟିମ ଇଣ୍ଡିଆ ଏହି ମ୍ୟାଚକୁ 10 ୱିକେଟରେ ଜିତିଥିଲା । ଏବେ ଟିମ୍ ଇଣ୍ଡିଆ ପୁଣି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି । ଏହା ପରେ 12 ସେପ୍ଟେମ୍ବରରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯିବ । ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ 15 ସେପ୍ଟେମ୍ବରରେ ଖେଳାଯିବ । ଏହି ଦୁଇଟି ମ୍ୟାଚ୍ କଲମ୍ବୋରେ ମଧ୍ୟ ଅନୁଷ୍ଠିତ ହେବ ।
ତେବେ ଆଜି ମ୍ୟାଚରେ ଭାରତୀୟ ପାଳି ବିଷୟରେ କହିବାକୁ ଗଲେ 24.1 ଓଭରରେ ଭାରତ 14 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି । ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଛନ୍ତି । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଛନ୍ତି ।
ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 51 ବଲରୁ 58 ରନ ସହ ଅପରାଜିତ ରହିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଭାରତ ଗୋଟିଏ ୱିକେଟ ହରାଇ 17 ଓଭରେ 122 ରନ ସ୍କୋର କରିଛି । ରୋହିତ୍ ଶର୍ମା ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଛନ୍ତି ବିରାଟ୍ କୋହଲି ।












Click it and Unblock the Notifications