ଏସିଆ କପ୍ 2023: ଭାରତର ଦମଦାର ଆରମ୍ଭ ମଝିରେ ପୁଣି ବର୍ଷା ସାଜିଲା ବାଧକ, ଖେଳ ବନ୍ଦ...

IND vs PAK Super 4 Match in Asia Cup 2023: ଆଜି (ରବିବାର) ଖେଳା ଯାଉଥିବା ଭାରତ ବନାମ ପାକିସ୍ତାନ ଏସିଆ କପ୍ 2023ର ସୁପର-4 ମୁକାବିଲାରେ ପୁଣି ବର୍ଷା ବାଧକ ସାଜିଛି । କଲମ୍ବୋରେ ଖେଳା ଯାଉଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ପାକିସ୍ତାନ ।

ବର୍ଷା ହେତୁ ଏହି ମ୍ୟାଚ୍ ବନ୍ଦ ହୋଇ ଯାଇଛି । ପ୍ରବଳ ବର୍ଷା ହେତୁ ପଡିଆକୁ ଜରି ପାଲ ଦ୍ବାରା ଆଚ୍ଛାଦିତ କରାଯାଇଛି | ମ୍ୟାଚ୍ ବନ୍ଦ ନହେବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ 24.1 ଓଭରରେ 147 ରନ୍ ସଂଗ୍ରହ କରିଛି । ଦଳର ଉଭୟ ଓପନର୍ ଆଉଟ୍ ହୋଇଛନ୍ତି ।

IND vs PAK Super 4 Match in Asia Cup 2023

ବର୍ଷା ଆରମ୍ଭ ହେବା ମାତ୍ରେ ଗ୍ରାଉଣ୍ଡ କର୍ମଚାରୀମାନେ ଶୀଘ୍ର କଭର ସହିତ ଭୂମି ଆଚ୍ଛାଦନ କରିଥିଲେ । ବର୍ତ୍ତମାନ ବର୍ଷା ହେଉଛି । ବର୍ଷା ବନ୍ଦ ହେବା ପରେ ହିଁ ଖେଳ ଆରମ୍ଭ ହେବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଏସୀୟ କ୍ରିକେଟ୍ ପରିଷଦ ଟ୍ୱିଟ୍ କରି ବର୍ଷା ସମ୍ପର୍କରେ ସୂଚନା ଦେଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ ଖେଳିଥିଲା । କିନ୍ତୁ ପାକିସ୍ତାନ ଦଳ ଗୋଟିଏ ବି ବଲ ଖେଳି ପାରି ନଥିଲା । ଯଦି ବର୍ଷା ହେତୁ ଏହି ଭାରତ-ପାକିସ୍ତାନ ମ୍ୟାଚ୍ ସମାପ୍ତ ହୋଇ ପାରିବ ନାହିଁ, ତେବେ ରିଜର୍ଭ ଦିନରେ ଏହା ଖେଳାଯିବ । ତେବେ କୌତୂହଳର ବିଷୟ ହେଉଛି, ସୁପର ଫୋରରେ ଭାରତ-ପାକିସ୍ତାନ ଏକମାତ୍ର ମ୍ୟାଚ୍, ଯେଉଁଥିପାଇଁ ଏକ ରିଜର୍ଭ ଦିନ ରଖାଯାଇଛି ।

ଭାରତୀୟ ପାଳି ବିଷୟରେ କହିବାକୁ ଗଲେ 24.1 ଓଭରରେ ଭାରତ 14 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି । ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଛନ୍ତି । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଛନ୍ତି ।

ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 51 ବଲରୁ 58 ରନ ସହ ଅପରାଜିତ ରହିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଭାରତ ଗୋଟିଏ ୱିକେଟ ହରାଇ 17 ଓଭରେ 122 ରନ ସ୍କୋର କରିଛି । ରୋହିତ୍ ଶର୍ମା ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଛନ୍ତି ବିରାଟ୍ କୋହଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+