ଏସିଆ କପ୍ 2023: ଆରମ୍ଭରୁ ଦମ୍ ଦେଖାଇଲା ପାକିସ୍ତାନ, ନେପାଳ ବିପକ୍ଷରେ ବିରାଟ୍ ବିଜୟ...
Asia Cup 2023 Pakistan vs Nepal Match Report: ଆରମ୍ଭ ହୋଇ ସାରିଛି ଏସିଆ କପ୍ 2023 ଟୁର୍ଣ୍ଣାମେଣ୍ଟ । ଆଜି ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚକୁ 238 ରନରେ ଜିତି ନେଇଛି ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ । ତେବେ ଏହି ବିଶାଳ ବିଜୟ ସହ ଏସିଆ କପ ଅଭିଯାନ ଆରମ୍ଭ କରିଛି ପାକ୍ ଟିମ୍ ।
ଆଜିର ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 50 ଓଭରରେ 6 ୱିକେଟ୍ ହରାଇ ମୋଟ୍ 342 ରନ୍ ସଂଗ୍ରହ କରିଥିଲା । ବାବର ଆଜାମ ଏବଂ ଇଫ୍ଟିକର ଅହମ୍ମଦ ପାକିସ୍ତାନ ପାଇଁ ଚମତ୍କାର ଶତକ ହାସଲ କରିଥିଲେ । ତେବେ ଜିତିବା ପାଇଁ ନେପାଳର 343 ରନ୍ ଲକ୍ଷ୍ୟ ଥିଲା । କିନ୍ତୁ ପୁରା ଦଳ 23.4 ଓଭରରେ ମାତ୍ର 104 ରନରେ ଅଲଆଉଟ୍ ହୋଇ ଯାଇଥିଲା । ଫଳରେ ଅତି ସହଜରେ ମ୍ୟାଚକୁ 238 ରନର ବଡ଼ ବ୍ୟବଧାନରେ ଜିତି ନେଇଛି ପାକିସ୍ତାନ ।

ପାକ୍ ପାଳି
ଟସ୍ ଜିତିବା ପରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ଖରାପ ଆରମ୍ଭ କରିଥିଲା । ଓପନର୍ ବ୍ୟାଟ୍ସମ୍ୟାନ୍ ଫଖର ଜମାନ 14 ରନ୍ କରିଥିବା ବେଳେ ଇମାମ-ଉଲ-ହକ 5 ରନ ସ୍କୋର କରିଥିଲେ । ଏହା ପରେ ବାବର ଆଜାମ ଏବଂ ରିଜୱାନ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକ ଭାଗିଦାରୀ ବାଣ୍ଟିଥିଲେ ।
ରିଜୱାନ ଆଉଟ୍ ହେବା ପରେ ସଲମାନ ଆଗା ବ୍ୟାଟିଂ କରିବାକୁ ଆସି ବ୍ୟକ୍ତିଗତ ସ୍କୋର 5ରନରେ ପାଭିଲିଅନ ଫେରିଥିଲେ । ମାତ୍ର ପାକ୍ ଅଧିନାୟକ ବାବର ଆଜାମ ଗୋଟିଏ ମୁଣ୍ଡ ଧରି ରଖିଥିଲେ । ସେ ତାଙ୍କର 19 ତମ ଶତକ ହାସଲ କରିବାରେ ସଫଳ ହୋଇଥିଲେ । 14 ଚୌକା ଓ 4 ଛକା ସହ 131 ବଲରେ 151 ରନ୍ ସ୍କୋର କରିବା ପରେ ବାବର ଆଜାମ ଆଉଟ୍ ହୋଇଥିଲେ ।
ବାବର ଆଜମଙ୍କ ସହ ଦ୍ରୁତ ବ୍ୟାଟିଂ କରୁଥିବା ଇଫ୍ଟିଖର ଅହମ୍ମଦ 67 ବଲରେ ଶତକ ହାସଲ କରିଥିଲେ । ଦିନିକିଆରେ ଏହା ତାଙ୍କର ପ୍ରଥମ ଶତକ ଥିଲା । ଇଫ୍ଟିହାର 71 ବଲରେ ଅପରାଜିତ 109 ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟାଟରୁ 11 ଚୌକା ଓ 4 ଛକା ଆସିଥିଲା । ପାକିସ୍ତାନ 6 ୱିକେଟ୍ ପାଇଁ 342 ରନ୍ ସଂଗ୍ରହ କରିଥିଲା ।
ନେପାଳ ବ୍ୟାଟିଂକୁ ନଷ୍ଟ କରି ଦେଲା ପାକ୍ ବୋଲିଂ ଆଟାକ୍
ପାକିସ୍ତାନର 342 ରନ ଜବାବରେ ନେପାଳର ବ୍ୟାଟିଂ ଆରମ୍ଭ ଭଲ ନଥିଲା । ଶାହିନ୍ ଆଫ୍ରିଦି ପ୍ରଥମ ଓଭରରେ ନେପାଳକୁ ଚକିତ କରିଥିଲେ । ନେପାଳର 3 ଖେଳାଳି 14 ରନ ସ୍କୋରରେ ପାଭିଲିୟନକୁ ଫେରିଥିଲେ । ଏହା ପରେ ଆରିଫ ଶେଖ ଏବଂ ସୋମପାଲ କାମି ନିଶ୍ଚିତ ଭାବରେ ସଂଘର୍ଷ ପ୍ରଦର୍ଶନ କରିଥିଲେ, କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ପାକିସ୍ତାନୀ ବୋଲରଙ୍କୁ ଦୀର୍ଘ ସମୟ ଧରି ସମ୍ମିଖିନ କରିପାରିଲେ ନାହିଁ। ନେପାଳ ଦଳ 8 ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିପାରି ନଥିଲେ । ନେପାଳ ପାଇଁ ସୋମ୍ପାଲ କାମି 46 ବଲରେ 28 ରନର ସର୍ବାଧିକ ଇନିଂସ ସ୍କୋର କରିଥିଲେ ।
ସେହିପରି ପାକିସ୍ତାନ ପାଇଁ ଶାଦବ ଖାନ ସର୍ବାଧିକ 4 ୱିକେଟ୍ ନେଇଥିଲେ। ଶାହିନ୍ ଆଫ୍ରିଦି ଏବଂ ହରିସ୍ ରାଉଫ୍ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ନାସିମ ଶାହା ଏବଂ ମହମ୍ମଦ ନୱାଜ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications