ନେପାଳର ଜବରଦସ୍ତ ବ୍ୟାଟିଂ: ଭାରତ ସାମ୍ନାରେ ୨୩୧ ରନର ଟାର୍ଗେଟ
Ind vs Nep ଏସିଆ କପ୍ 2023: ଭାରତ ସାମ୍ନାରେ ରନର ୨୩୧ ରନର ଟାର୍ଗେଟ ରଖିଲା ନେପାଳ । ଦଳ ୪୮.୨ ଓଭରେରେ ୨୩୦ ରନ କରି ଅଲଆଉଟ୍ ହୋଇଛି ।। ଦୁଇ ଓପନରଙ୍କ ମଧ୍ୟରେ ଭଲ ଭାଗୀଦାରି ପରେ ଦଳ ଏକ ଦୃଢ଼ ସ୍ଥିତିରେ ପହଞ୍ଚିଛି । ୧୫୦-୧୭୦ ଭିତରେ ନେପାଳର ପାରି ସମାପ୍ତ ହେବ ବୋଲି ଅନେକ ଆକଳନ କରିଥିଲା ବେଳେ ଦଳ ଭଲ ପ୍ରଦର୍ଶନ କରି ଭାରତ ସାମ୍ନାରେ ଏକ ମଜବୁତ୍ ଟାର୍ଗେଟ ରଖିଛି ।
ନେପାଳ ପକ୍ଷରୁ ଆସିଫ୍ ସେଖ୍ ସର୍ବାଧିକ ୫୮ ରନ କରିଥିଲେ । ସେହିପରି ସୋମପାଲ କାମି ୪୮ ଓ କୁଶାଲ ଭୁର୍ତେଲ ୩୮ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ସିରାଜ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି । ଅନ୍ୟ ମାନଙ୍କ ଭିତରେ ଶାର୍ଦୁଲ, ହାର୍ଦ୍ଦିକ ଓ ସାମୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ । ଉଭୟ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବେ । ଯିଏ ଜିତିବ ସୁପର-୪ ରେ ପହଞ୍ଚିବ । ଏହି ମ୍ୟାଚ୍ ଯଦି ଭାରତ ହାରେ ଭାରତର ଏସିଆ କପ୍ ଅଭିଯାନ ସରିବ । ଆଗକୁ ବିଶ୍ଵକପ ଥିବା ବେଳେ ଭାରତର ପ୍ରଦର୍ଶନ ଅତି ନିମ୍ନ ମାନର ରହି ଆସିଛି ।
ଭାରତକୁ ଜିତିବାକୁ ହେଲେ ବିରାଟ, ରୋହିତ ଓ ଗିଲଙ୍କୁ ଭଲ ଖେଳିବାକୁ ପଡ଼ିବ । ତେବେ ଭାରତ ଏହି ମ୍ୟାଚ୍ ଜିତି ପାରିବ । ସନ୍ଦୀପ ଲାମଚାନଙ୍କ ବୋଲିଙ୍ଗ ଭାରତ ପାଇଁ ଆହ୍ବାନ ହେବ । ଗତ ମ୍ୟାଚରେ ବ୍ୟାଟର ମାନେ ଏତେ ଟା ଭଲ ଖେଳି ପାରି ନଥିଲେ ।ଆଉ ଏହି ମ୍ୟାଚରେ ବୋଲର ବି ଏତେଟା ଖାସ କରି ପାରି ନାହାନ୍ତି । ଟିମ୍ ଭାରି ଖରାପ ସ୍ଥିତି ଦେଇ ଗତି କରୁଛି । ମ୍ୟାଚ୍ ଆରମ୍ଭରୁ ୩ଟି କ୍ୟାଚ ଡ୍ରପ ହୋଇଥିଲା । ବିରାଟ, ଶ୍ରେୟସ ଓ ଇସାନ୍ ଗୋଟିଏ ଲେଖାଏଁ କ୍ୟାଚ ଛାଡିଥିଲେ ।












Click it and Unblock the Notifications