Asia Cup 2023 : ବର୍ଷା ପରେ ଆରମ୍ଭ ହେଲା ମ୍ୟାଚ୍

ବର୍ଷା ପରେ ଆରମ୍ଭ ହେଲା ମ୍ୟାଚ୍ ଷ୍ଟାଡିୟମରେ ବର୍ଷା । ଭାରତ-ପାକିସ୍ତାନ୍ ମ୍ୟାଚ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ବର୍ଷା ହେତୁ ବନ୍ଦ ରହିଥିଲା । ଶ୍ରୀଲଙ୍କା କାଣ୍ଡିରେ ହଠାତ୍ ପ୍ରବଳ ବର୍ଷା ହେତୁ ମ୍ୟାଚ ଅଧାରେ ଅଟକି ଯାଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଶୁବମନ୍ ଗିଲ ଓ ରୋହିତ ପଡ଼ିଆକୁ ଓହ୍ଲାଇ ଥିଲେ । ହେଲେ ବର୍ଷା ହେବା ପରେ ମ୍ୟାଚ ଅଟକିଛି ।

ରୋହିତ ଶର୍ମା ୧୮ଟି ବଲ୍ ଖେଳି ମାତ୍ର ୧୧ ରନ୍ କରିଥିବା ବେଳେ ଗିଲ ୮ଟି ବଲ ଖେଳି ଖାତା ଖୋଲି ନାହାନ୍ତି । ବ‌ର୍ଷା କମି ଯାଇଥିଲେ ହେଁ ସଂପୂର୍ଣ୍ଣ ବନ୍ଦ ହୋଇନାହିଁ । ବର୍ଷା ଛାଡ଼ିବା ପରେ ଖୁବ୍ ଶୀଘ୍ର ମ୍ୟାଚ ଆରମ୍ଭ ହେବ ବୋଲି ଦୁଇଦଳ ଆଶାବାଦୀ ଅଛନ୍ତି ।

ଯଦି ଭାରତୀୟ ଏକାଦଶ କଥା କହିବା, ଆଶା କରାଯାଉଥିବା ଏକାଦଶ ସହ ପଡିଆକୁ ଓହ୍ଲାଇଛି ଭାରତୀୟ ଦଳ । ଚୁଡାନ୍ତ ଏକାଦଶରେ ମଧ୍ୟକ୍ରମ ପାଇଁ ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷାନଙ୍କୁ ସୁଯୋଗ ମିଳିଛି । ସୂର୍ଯ୍ୟକୁମାର ଯାଦବ ଓ ପେସ ଷ୍ଟାର ମହମ୍ମଦ ଶାମି ଦଳରେ ସ୍ଥାନ ପାଇ ନାହାଁନ୍ତି । ଶାମିଙ୍କ ବଦଳରେ ଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ସ୍ଥାନ ଦିଆଯାଇଛି ।

ind_vs_pak

୧୯୮୪ରୁ ୨୦୧୮ ପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏସିଆ କପ୍ । ଏହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ୧୩ଟି ମୁକାବିଲା ହୋଇଛି । ଯେଉଁଥିରେ ପାକିସ୍ତାନ ୫ଥର ବିଜୟ ହୋଇଥିବା ବେଳେ ଭାରତୀୟ ଟିମ୍‌ ୭ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍‌ର କୌଣସି ରେଜଲ୍ଟ ବାହାରି ନାହିଁ ।

ଭାରତ ଏକାଦଶ: ରୋହିଶ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା,‌ ସାର୍ଦ୍ଦୁଲ ଠାକୁର, ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ପାକିସ୍ତାନ ଏକାଦଶ: ଫକର ଜମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଆଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମଦ ନୱାଜ, ହାରିସ ରୌଫ୍‌, ସାହିନ ଶାହ ଆଫ୍ରିଦି, ନସିମ ଶାହ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+