Get Updates
Get notified of breaking news, exclusive insights, and must-see stories!

ଏସିଆ କପ 2023: ପ୍ରଥମ ଦୁଇଟି ମ୍ୟାଚରୁ କେଏଲ ରାହୁଲ ଆଉଟ୍, ଇଶାନ କିଷାନଙ୍କୁ ମିଳିବ ସୁଯୋଗ...

Asia Cup 2023: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ୍ 2023 । ସେପ୍ଟେମ୍ବର 2 ତାରିଖରେ ଭାରତ-ପାକିସ୍ତାନ ମୁହାଁମୁଁହି ହେବେ । ଏହା ପରେ ନେପାଳକୁ ଭେଟିବ ଭାରତ । ତେବେ ଏହି ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଛନ୍ତି ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ଏନେଇ ବିସିସିଆଇ ଟୁଇଟ୍ କରି ବିଧିବଦ୍ଧ ଭାବେ ସୂଚନା ଦେଇଛି ।

ତେବେ ଏହି ଦୁଇଟି ମ୍ୟାଚ ପରେ ସେ ଦଳରେ ଯୋଗ ଦେବେ । ବିସିସିଆଇ ତରଫରୁ କୋଚ୍ ରାହୁଲ ଦ୍ରାବିଡଙ୍କ ଏକ ମେସେଜକୁ ଟୁଇଟ୍ କରାଯାଇଛି । ଯେଉଁଥିରେ ରାହୁଲ ତୁରନ୍ତ ଫିଟ୍ ହେଉଛନ୍ତି ବୋଲି କୁହାଯିବା ସହିତ ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିବା ନେଇ ସୂଚନା ଦିଆଯାଇଛି । ତେବେ ଆହତ ସମସ୍ୟା ଦେଇ ଗତି କରୁଥିବା ରାହୁଲ ଏଥର ଏସିଆ କପ୍ ଟିମରେ ସାମିଲ ହେଇଛନ୍ତି ।

Asia Cup 2023

ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆର ଦୁଇ ଖେଳାଳି କେ ଏଲ ରାହୁଲ ଏବଂ ଶ୍ରେୟାସ ଆୟର ଆହତ ହେଇ ଦଳରୁ ଦୀର୍ଘ ଦିନ ହେଲା ଦୂରରେ ରହିଥିଲେ । ହେଲେ ଏସିଆ କପ୍ ପାଇଁ ଦୁଇ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଶ୍ରେୟାସ ଆୟର ଏବେ ସମ୍ପୂର୍ଣ୍ଣ ଫିଟ୍ ବୋଲି ସୂଚନା ମିଳିଥିବାବେଳେ, କେଏଲ ରାହୁଲ ଦୁଇଟି ମ୍ୟାଚ୍ ପରେ ସୁସ୍ଥ ହେବେ ବୋଲି କୁହାଯାଉଛି ।

ଏଠାରେ କହିରଖୁ କି, ଆସନ୍ତାକାଲି (ଅଗଷ୍ଟ 30 ତାରିଖ)ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍- 2023ର ଟୁର୍ଣ୍ଣାମେଣ୍ଟ । ତେବେ ସେପ୍ଟେମ୍ବର 2 ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ ଖେଳାଯିବ । ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ହାଇବ୍ରିଡ୍ ମଡେଲରେ ଖେଳାଯାଉଛି । ଯେଉଁଥିରେ ପାକିସ୍ତାନରେ 4 ଟି ମ୍ୟାଚ୍ ଖେଳାଯିବ ଏବଂ ଫାଇନାଲ ସମେତ 9 ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ 30 ଅଗଷ୍ଟରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍ 17 ସେପ୍ଟେମ୍ବରରେ ଖେଳାଯିବ ।

ଏଥର ଏସିଆ କପ୍ 50 ଓଭର ଫର୍ମାଟରେ ଖେଳାଯାଉଛି । ଶେଷ ଥର ପାଇଁ 2018ରେ ଦିନିକିଆ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟାଇଟଲ୍ ଜିତିଥିଲା ​​। 2ଟି ଗ୍ରୁପରେ ବିଭକ୍ତ ହୋଇଥିବା ଏସିଆ କପ୍ 2023 ରେ ମୋଟ 6ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଗ୍ରୁପ୍-ଏରେ ପାକିସ୍ତାନ, ନେପାଳ ଏବଂ ଭାରତ ଅଂଶ ଥିବାବେଳେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ଗ୍ରୁପ୍-ବିରେ ସ୍ଥାନିତ କରାଯାଇଛି ।

ଗ୍ରୁପ୍ ମ୍ୟାଚ୍ ସମାପ୍ତ ହେବା ପରେ, ଉଭୟ ଗୋଷ୍ଠୀର ଟପ୍-2 ଦଳ ସୁପର-4 ପର୍ଯ୍ୟାୟ ପାଇଁ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ । ଏହା ପରେ ସମସ୍ତ ଦଳ ମଧ୍ୟରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଖେଳାଯିବ ଏବଂ ଏହି ପର୍ଯ୍ୟାୟରେ ଟପ୍-2 ମାନ୍ୟତା ପ୍ରାପ୍ତ ଦଳ ମଧ୍ୟରେ ଏକ ଫାଇନାଲ୍ ମ୍ୟାଚ୍ ହେବ । ସେପ୍ଟେମ୍ବରରେ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ମ୍ୟାଚ୍ ଖେଳାଯିବ, ସେଇଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହା ବ୍ୟତୀତ ସେପ୍ଟେମ୍ବର 10 ରେ ଦୁଇ ଦଳ ମଧ୍ୟରେ ସୁପର -4 ମ୍ୟାଚ୍ ଏବଂ ସେପ୍ଟେମ୍ବର 17 ରେ ଫାଇନାଲ ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+