ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଭାରତ, ଦିନିକିଆରେ ଡେବ୍ୟୁ କଲେ ତିଲକ ବର୍ମା
କଲମ୍ବୋ : ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଭାରତ । ସୁପର-୪ ର ଅନ୍ତିମ ମ୍ୟାଚ ଆଜି ଖେଳାଯିବ । ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ତାର ଅନ୍ତିମ ମ୍ୟାଚ୍ ଖେଳିବ ।
ତିଲକ ବର୍ମା ଟିମ୍ ଇଣ୍ଡିଆ ପାଇଁ ଦିନିକିଆରେ ଡେବ୍ୟୁ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ତାଙ୍କୁ ଡେବ୍ୟୁ କ୍ୟାପ ପ୍ରଦାନ କରିଛନ୍ତି । ଏହି ମ୍ୟାଚର ଫଳାଫଳ ସିରିଜ୍ ଉପରେ ପ୍ରଭାବ ପକାଉ ନଥିବା ବେଳେ ଭାରତ ଏହି ମ୍ୟାଚ ଭଲରେ ଜିତି ଫାଇନାଲକୁ ମନୋବଳ ଆହୁରି ସୁଦୃଢ କରି ଯିବାକୁ ଚେଷ୍ଟା କରିବ । ସେହିପରି ବାଂଲାଦେଶ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ଆଗାମୀ ବିଶ୍ବକପ୍ ପାଇଁ ରଣନୀତି ପ୍ରସ୍ତୁତ କରିବ ।
ବାଂଲାଦେଶ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ବାଂଲାଦେଶ ୪ଟି ମ୍ୟାଚ୍ ଖେଳିସାରିଛି ଓ କେବଳ ଗୋଟିଏ ମ୍ୟାଚ୍ରେ ବିଜୟ ସ୍ୱାଦ ଚାଖିଛି । ଆଜି ଭାରତ ବିପକ୍ଷରେ ଜିତିବା ସହଜ ହେବ ନାହିଁ । ସାକିବ ଅଲ୍ ହାସନ ଓ ଲିଟନ ଦାସଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର କରିବ ।
ସେପଟେ ଟପ୍ ଫର୍ମରେ ରହିଛି ବ୍ୟାଟିଂ ବିଭାଗ । ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍ , ବିରାଟ କୋହଲି ଓ କେ ଏଲ ରାହୁଲଙ୍କ ବ୍ୟତୀତ ଇଶାନ କିଷନ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ ଦେଇଛନ୍ତି ।

ବାଂଲାଦେଶ (ଏକାଦଶ): ଲିଟନ୍ ଦାସ (ୱିକେଟ କିପର), ତାଞ୍ଜୀଦ ହାସନ, ଅନାମୁଲ ହକ, ଶାକିବ ଅଲ ହାସନ (ଅଧିନାୟକ), ତୋହିଦ ହ୍ରିଡୋ, ଶ୍ୟାମ ହୁସେନ, ମେହିଡି ହାସନ ମିରାଜ, ମହେଦି ହାସନ, ନାସୁମ ଅହମ୍ମଦ, ତାନଜିମ ହାସନ ସାକିବ, ମୁସ୍ତାଫିଜୁର ରେହମାନ
ଭାରତ (ଏକାଦଶ): ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କେ.ଏଲ୍ ରାହୁଲ (ୱିକେଟ ରକ୍ଷକ), ଇଶାନ କିଶନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ପ୍ରସିଦ୍ଧ କ୍ରିଷ୍ଣା












Click it and Unblock the Notifications