ପୁଣି ଇତିହାସ ରଚିଲେ ବିରାଟ କୋହଲି: ଦିନିକିଆରେ ସବୁଠାରୁ ଦ୍ରୁତ ଗତିରେ ୧୩ ହଜାର ରନ୍‌ କଲେ ପୂରଣ

କଲମ୍ବୋ: ପାକିସ୍ତାନ ସାମ୍ନାରେ ବିଶାଳ ଲକ୍ଷ୍ୟ । ଆଉ ପୁଣି ବିରାଟଙ୍କ ରେକର୍ଡ଼ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦଲକର ଓ ରିକି ପଣ୍ଟିଂଙ୍କ ରେକର୍ଡ଼ ଭାଙ୍ଗିଲେ ରନ ମେସିନ । ଏସିଆ କପର ସୁପର ୪ ମ୍ୟାଚରେ ଏହି ରେକର୍ଡ କରିଛନ୍ତି କେ ଏଲ ରାହୁଲ ।

୧୩ ହଜାର ରନ୍‌ ପୂରା କରି ବିଶ୍ଵ ରେକର୍ଡ କରିଛନ୍ତି । ପାକିସ୍ତାନ ଆଗରେ ୩୫୬ ରନ୍‌ ବିଶାଳ ସ୍କୋର ଛିଡ଼ା କରିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ୍ ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି ବିରାଟ ।

ଦିନିକିଆ କ୍ୟାରିୟରରେ ବିରାଟ କୋହଲି ୪୭ ତମ ଶତକ ହାସଲ୍ କରିଛନ୍ତି । ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତ ଗତିରେ ୧୩ ହଜାର ରନ୍‌ ପୂରଣ କରିଥିବା କ୍ରିକେଟର ହୋଇଛନ୍ତି ବିରାଟ କୋହଲି ।

ଭାରତ ୨୪.୧ ଓଭରରୁ ବ୍ୟାଟିଂ କରି ଆରମ୍ଭ କରି ପାକିସ୍ତାନ ଆଗରେ ୩୫୬ ରନ୍‌ ବିଶାଳ ସ୍କୋର ଛିଡ଼ା କରିଛି । ନିୟମ ଅନୁସାରେ, ଆଜି ପୁଣିଥରେ ମ୍ୟାଚ୍‌ ସେହିଠାରୁ ଆରମ୍ଭ ହୋଇଥିଲା।

ବିରାଟ କୋହଲି ୯୪ ବଲରେ ୧୨୨ ରନ କରି ଅପରାଜିତ ଅଛନ୍ତି । ୯ ଚୌକା ଓ ତିନୋଟି ଛକା ମାରିଛନ୍ତି । ସେହିପରି କେଏଲ ରାହୁଲ ୧୧୧ ରନ୍ ସଂଗ୍ରହ କରିଥିବା ବେଳେ ଦୁଇ ବ୍ୟାଟର ଅପରାଜିତ ରହିଥିଲେ । ପାକିସ୍ତାନ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।

VIRAT_KOHLI

ଗତକାଲି ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଦମଦାର ଆରମ୍ଭ କରିଥିଲା । ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଥିଲେ ।

ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଥିଲେ । ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 52 ବଲରୁ 58 ରନ କରିବା ପରେ ଆଉଟ୍ ହୋଇଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+