ଏସିଆ କପ୍ ୨୦୨୩ : ଆଜି ଭାରତ ଓ ପାକିସ୍ତାନ ଭିତରେ ମୁକାବିଲା, ବର୍ଷା ହେଲେ କାଲି ମ୍ୟାଚ

ଏସିଆ କପରେ ଆଜି ଭାରତ ଓ ପାକିସ୍ତାନ ଭିତରେ ମୁକାବିଲା ଦେଖିବାକୁ ମିଳିବ । ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ କ୍ରିକେଟପ୍ରେମୀ ଚାହିଁ ରହିଥିବା ବେଳେ ବର୍ଷା ସାଜିବ ବଡ ବାଧକ ।

ଏହି ମ୍ୟାଚ୍ ରବିବାର କଲମ୍ବୋରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ଅଛି । ଯଦି ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ ତେବେ ଏହା ରିଜର୍ଭ ଡେରେ ଖେଳାଯିବ ।

ତେବେ ଯଦି ବର୍ଷା ହୁଏ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇପାରନ୍ତି । ମ୍ୟାଚ୍ ମଝିରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ମ୍ୟାଚର ଫଳାଫଳ ପାଇଁ ଡକୱର୍ଥ ଲୁଇସ ନିୟମର ଉପଯୋଗ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ଆଜି ମ୍ୟାଚ୍‌ ବେଳେ ବର୍ଷା ସମ୍ଭାବନା ୯୦ ପ୍ରତିଶତ ରହିଛି । କିନ୍ତୁ ସଂରକ୍ଷିତ ଦିବସ ରହିଥିବାରୁ ପ୍ରଶଂସକମାନେ କିଛିଟା ଆଶ୍ବସ୍ତି ହେବେ।

asia_cup_ind_vs_pak

ବର୍ତ୍ତମାନ ସୁଦ୍ଧା ଚଳିତ ଏସିଆ କପ୍‌ରେ ଭାରତ ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳି ପାରିନାହିଁ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଅଧାରୁ ବନ୍ଦ ହୋଇଥିଲା ସେହିପରି ନେପାଳ ବିପକ୍ଷ ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିଥିଲା। ଭାରତର ବ୍ୟାଟିଂ ବେଳକୁ ଓଭର କମ୍‌ କରି ଦିଆଯାଇଥିଲା ।

କେଉଁ ସମୟରୁ ଆରମ୍ଭ ହେବ ?

ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3 ଟାରୁ ଆରମ୍ଭ ହେବ । ଏହି ମ୍ୟାଚର ଟସ୍ ଅପରାହ୍ନ 2:30 ରେ ହେବ ।

ମାଗଣାରେ ଦେଖି ପାରିବେ ମ୍ୟାଚ୍

ଭାରତ ବନାମ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଟିଭିରେ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଏବଂ ଡିଡି ସ୍ପୋର୍ଟସ ଚ୍ୟାନେଲରେ ଫ୍ରି-ଡିସ୍ ମାଧ୍ୟମରେ ସିଧା ପ୍ରସାରଣ ହେବ । ଏଥି ସହିତ, ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ମ୍ୟାଚର ଅନ୍ଲାଇନ୍ ଷ୍ଟ୍ରିମିଂ କରାଯିବ, ଯାହା ଆପଣ ମୋବାଇଲରେ ମାଗଣାରେ ଦେଖିପାରିବେ ।

କେମିତି ରହିବ ପାଣିପାଗ ?

ରବିବାର ଦୁଇ ଚିରପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ପ୍ରଶଂସକଙ୍କ ଉତ୍ସାହ ଦିଗରେ ବର୍ଷା ବାଧକ ସାଜିପାରେ । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ବର୍ଷା‌ ହୋଇପାରେ । ଏହି ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ୯୦ ପ୍ରତିଶତ ରଖାଯାଇଛି। ଯଦି ମ୍ୟାଚ୍ ଖେଳ ହୁଏ ତାହେଲେ ଡିଏଲ୍‌ଏସ୍‌ ପଦ୍ଧତି ନିର୍ଣ୍ଣାୟକ ହୋଇପାରେ । ତେବେ ମ୍ୟାଚ୍ ନ ହେଲେ ଏହା କାଲି ରିଜର୍ଭ ଡେ ରେ ଖେଳାଯିବ ।

ସମ୍ଭାବ୍ୟ ଭାରତ ଏକାଦଶ: ଶୁବମନ ଗିଲ୍‌, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ,
ଯଶପ୍ରୀତ୍‌ ବୁମରା,

ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ଚୂଡ଼ାନ୍ତ ଏକାଦଶ

ବାବର ଆଜମ(ଅଧିନାୟକ), ଫଖର ଜମାନ, ଇମାମ ଉଲ ହକ୍, ସଲମାନ ଅଲୀ ଆଗା, ଇଫତିକାର ଅହମ୍ମଦ, ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ଶାଦାବ ଖାନ(ଉପ ଅଧିନାୟକ), ଫହୀମ ଅଶରଫ, ହାରିସ ରାଉଫ, ନସୀମ ଶାହ ଓ ଶାହୀନ ଶାହ ଆଫ୍ରିଦି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+