ଏସିଆ କପ୍ ୨୦୨୩: ଆରମ୍ଭ ହେଲା ମ୍ୟାଚ, କ୍ରିଜରେ ବିରାଟ ଓ ରାହୁଲ
ଛାଡ଼ିଲା ବର୍ଷା । ଆରମ୍ଭ ହେଲା ମ୍ୟାଚ । ୨୪.୧ ଓଭର ସରିଲା ପରେ ଗତକାଲି ଆଉ ମ୍ୟାଚ୍ ହୋଇ ପାରି ନଥିଲା । ଆଜିଠାରୁ ପୁଣି ମ୍ୟାଚ୍ ଆରମ୍ଭ ହୋଇଛି । ୨୪.୨ ଓଭରରୁ ବୋଲିଙ୍ଗ ଆରମ୍ଭ ହୋଇଥିଲା । ଗତକାଲିର ମ୍ୟାଚ୍ ଆଜି ପୁଣି ଆରମ୍ଭ ହୋଇଛି । ଦୁଇ ବ୍ୟାଟର ବିରାଟ ଓ ରାହୁଲ ଏବେ ବି କ୍ରିଜରେ ଅଛନ୍ତି।
ଖବର ଲେଖିଲା ବେଳକୁ ରାହୁଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବିରାଟ ୩୯ ରନ କରି କ୍ରିଜରେ ଥିଲେ । ଦୁହିଙ୍କ ଭିତରେ ୧୦୦ ରନର ଭାଗିଦାରୀ ହୋଇଛି ।
ତେବେ ମ୍ୟାଚ ବିଷୟରେ କହିବାକୁ ଗଲେ, ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଦମଦାର ଆରମ୍ଭ କରିଥିଲା । ବର୍ଷା ହେବା ପୂର୍ବରୁ ଭାରତ 24.1 ଓଭରରେ ଦୁଇ ୱିକେଟ୍ ବିନିମୟରେ 147 ରନ୍ ସଂଗ୍ରହ କରିଛି । ଦଳର ଉଭୟ ଓପନର୍ ଆଉଟ୍ ହୋଇଛନ୍ତି ।

ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଥିଲେ । ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 52 ବଲରୁ 58 ରନ କରିବା ପରେ ଆଉଟ୍ ହୋଇଥିଲେ ।
ତେବେ ରୋହିତ୍ ଶର୍ମା ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଥିଲେ ବିରାଟ୍ କୋହଲି । ବିରାଟ କୋହଲି 16 ବଲରୁ 8 ରନ ଏବଂ ଶୁଭମନଙ୍କ ପରେ ବ୍ୟାଟିଂ ଆସିଥିବା ଲୋକେଶ ରାହୁଲ 28 ବଲରୁ 17 ରନ କରି ଅପରାଜିତ ରହିଛନ୍ତି । ପାକିସ୍ତାନ ପକ୍ଷରୁ ଶାଦବ ଖାନ ଏବଂ ଶାହିନ୍ ଆଫ୍ରିଦି 1-1 ୱିକେଟ୍ ନେଇଛନ୍ତି ।












Click it and Unblock the Notifications