ଭାରତ ବନାମ ପାକିସ୍ତାନ ଏସିଆ କପ୍ : ବର୍ଷା ସାଜିବ ବଡ ବାଧକ, ଜାଣନ୍ତୁ କିପରି ରହିବ ପାଣିପାଗ ?
ପୁଣି ବର୍ଷା ଧୋଇଦେବ ମ୍ୟାଚ୍ । ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ କ୍ରିକେଟପ୍ରେମୀ ଚାହିଁ ବସିଛନ୍ତି। ହେଲେ ବର୍ଷା ସାଜିବ ବଡ ବାଧକ । କାରଣ ଯେଉଁଠାରେ ମ୍ୟାଚ୍ ହେବାକୁ ଯାଉଛି ସେଠାରେ ବର୍ଷା ପ୍ରବଳରୁ ଅତି ପ୍ରବଳ ହୋଇପାରେ ।
ତେବେ ଯଦି ବର୍ଷା ହୁଏ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇପାରନ୍ତି । କାରଣ ଫଳାଫଳ ପାଇଁ ଡକୱର୍ଥ ଲୁଇସ ନିୟମର ଉପଯୋଗ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଚଳିତ ଏସିଆ କପ୍ରେ ଭାରତ ସମ୍ପୂର୍ଣ୍ଣ ମ୍ୟାଚ୍ ଖେଳି ପାରିନାହିଁ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ଆଉ ସେହିପରି ନେପାଳ ବିପକ୍ଷ ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିଥିଲା। ଭାରତର ବ୍ୟାଟିଂ ବେଳକୁ ଓଭର କମ୍ କରି ଦିଆଯାଇଥିଲା । ଡକୱର୍ଥ ଲୁଇସ ନିୟମରେ ଭାରତକୁ ଟାର୍ଗେଟ ମିଳିଥିଲା ।

କିପରି ରହିବ ପାଣିପାଗ ?
ଆଜି କଲୋମ୍ବରେ ପ୍ରବଳ ବର୍ଷା ହୋଇପାରେ । ଆଜି ଦିନ ୨ଟା ପର୍ଯ୍ୟନ୍ତ ଏଠାରେ ବର୍ଷା ହେବାର ସମ୍ଭାବନା ୪୯% ରହିଛି । ସେହିପରି ୩ଟା ବେଳକୁ ଏହା ବଢିବ । ୬୬ ପ୍ରତିଶତ ବର୍ଷା ହୋଇପାରେ ।
ଆମେ ଯଦି ଦେଖିବା ପୁରା ମ୍ୟାଚ୍ ସମୟରେ ୪୯ ରୁ ୬୯% ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଆଜିର ମ୍ୟାଚ୍ ନ ହୋଇପାରେ ।ଆଉ ଯଦି ଖେଳା ହେବ ତେବେ ଡକୱର୍ଥ ଲୁଇସ ନିୟମରେ ଖେଳା ହେବ ।
ପୁର୍ବ ମ୍ୟାଚ୍ ପରି ରବିବାର ମ୍ୟାଚ୍ ମଧ୍ୟ ବର୍ଷା ପାଇଁ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଗତକାଲି ସେହି ଗ୍ରାଉଣ୍ଡରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ତେବେ ପାଗ କିଛିଟା ସାମାନ୍ୟ ରହିଥିଲା, କିନ୍ତୁ ଆଜି ସମାନ ପାଗ ରବିବାର ନରହିପାରେ । କାଲି ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରି ନଥିଲା । ତେବେ ଆଜି ବର୍ଷା ହେତୁ ମ୍ୟାଚ୍ କାଲି ରିଜର୍ଭ ଡେ ରେ ହୋଇପାରେ ।
ପାକିସ୍ତାନ ଏହାର ପ୍ରଥମ ସୁପର୍ ଫୋର୍ ମ୍ୟାଚ୍ରେ ବାଂଲାଦେଶରକୁ ୭ ଉଇକେଟ୍ରେ ହରାଇଛି । ଆଜିର ମ୍ୟାଚ୍ରେ ଜିତି ପାକିସ୍ତାନ ଫାଇନାଲ ଟିକେଟ୍ ସୁରକ୍ଷିତ କରିବାକୁ ଚାହିଁବ । ସେହିପରି ପାକିସ୍ତାନ ଉପରେ ବଡ଼ ବିଜୟ ଲକ୍ଷ୍ୟରେ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ।
ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ଚୂଡ଼ାନ୍ତ ଏକାଦଶ ଜାରି କରିଛି । ଏ ନେଇ ପିସିବି ଘୋଷଣା କରିଛି ।
ବାବର ଆଜମ(ଅଧିନାୟକ), ଫଖର ଜମାନ, ଇମାମ ଉଲ ହକ୍, ସଲମାନ ଅଲୀ ଆଗା, ଇଫତିକାର ଅହମ୍ମଦ, ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ଶାଦାବ ଖାନ(ଉପ ଅଧିନାୟକ), ଫହୀମ ଅଶରଫ, ହାରିସ ରାଉଫ, ନସୀମ ଶାହ ଓ ଶାହୀନ ଶାହ ଆଫ୍ରିଦି।
ସମ୍ଭାବ୍ୟ ଭାରତ ଏକାଦଶ: ଶୁବମନ ଗିଲ୍, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ,
ଯଶପ୍ରୀତ୍ ବୁମରା












Click it and Unblock the Notifications