ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡାଙ୍କ ଅର୍ଦ୍ଧଶତକ : ପାକିସ୍ତାନ ଆଗରେ ୨୬୭ ରନର ଟାର୍ଗେଟ ରଖିଲା ଭାରତ
ପାକିସ୍ତାନ ଆଗରେ ୨୬୭ ରନର ଟାର୍ଗେଟ ରଖିଲା ଭାରତ । ୪୮.୫ ଓଭାରେ ଦଳ ୨୬୬ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡା ସର୍ବାଧିକ ୮୭ ରନ କରିଥିବା ବେଳେ, ଇଶାନ କିଶନ ୮୨ ରନ କରିଛନ୍ତି । ଭାରତୀୟ ଵ୍ୟାଟରମାନେ ସାହିନ ଆଫ୍ରିଦି ଓ ହାରିସ ରଫଙ୍କ ମୁକାବିଲା କରି ପାରି ନଥିଲେ ।
ପ୍ରଥମରୁ ଭାରତର ବ୍ୟାଟିଙ୍ଗ ବିପର୍ଯ୍ୟୟ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଶୁବମନ୍ ଗିଲ ଓ ରୋହିତ ପଡ଼ିଆକୁ ଓହ୍ଲାଇ ଥିଲେ । ରୋହିତ ୨୨ ବଲରୁ ୧୧ ରନ କରିଥିବା ବେଳେ ବିରାଟ ୭ ବଲରୁ ୪ ରନ କରିଥିଲେ ।
ସାହିନ ଆଫ୍ରିଦଙ୍କ ବଲର ସାମ୍ନା କରିପାରିଲେନି ଦୁଇ ପ୍ରମୁଖ କ୍ରିକେଟର । ବର୍ଷା ପରେ ଆରମ୍ଭ ହୋଇଥିଲା ମ୍ୟାଚ୍ ଆଉ ରୋହିତ ପ୍ରଥମ ବ୍ୟାଟର ଭାବରେ ୱିକେଟ ହରାଇଥିଲେ ।

ପରେ ଶ୍ରେୟସ ଆୟର ୯ ବଲରୁ ୧୪ ଓ ଗିଲ୍ ୩୨ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ । ଇସାନ କିଶନ ୮୧ ବଲରୁ ୮୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯୦ ବଲରୁ ୮୭ ରନ କରି ଆଉଟ୍ ହୋଇଥିଲେ । ଜାଡେଜା ୨୨ ବଲରୁ ୧୪ ଓ ଶାର୍ଦ୍ଦୁଲ ଠାକୁର ୩ ବଲରେ ତିନି କରି ଆଉଟ୍ ହୋଇଥିଲେ ।
ସାହିନ ଆଫ୍ରିଦ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ହାରିସ ରଫ ଓ ନସିମ ସାହା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।












Click it and Unblock the Notifications