ଏସିଆ କପ ୨୦୨୩: ଗୋଟିଏ ଗ୍ରୁପ୍‌ରେ ଭାରତ ଓ ପାକିସ୍ତାନ

ଏସିଆ କପ ୨୦୨୩ ପାଇଁ ଗ୍ରୁପ ଷ୍ଟେଜରେ ସୂଚୀ ଜାରୀ କରାଯାଇଛି । ଟି୨୦ ବିଶ୍ୱକପ ପରେ ପୁନର୍ବାର ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଟିମ ପୁନର୍ବାର ସେପ୍ଟମ୍ବରରେ ସାମ୍ନାସାମ୍ନି ହେବେ ।

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ପାଇଁ ଗ୍ରୁପ ଷ୍ଟେଜରେ ସୂଚୀ ଜାରୀ କରାଯାଇଛି । ଟି୨୦ ବିଶ୍ୱକପ ପରେ ପୁନର୍ବାର ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଟିମ ପୁନର୍ବାର ସେପ୍ଟମ୍ବରରେ ସାମ୍ନାସାମ୍ନି ହେବେ । ଗତ ଏସିଆକପରେ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଥିଲେ । ଟିମ ଇଣ୍ଡିଆ ସୁପର୪ ଦୌଡରୁ ବାଦ ପଡିଥିବା ବେଳେ ଫାଇନାଲରେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଚାମ୍ପିୟନ ହୋଇଛି ।

Asia Cup 2023

ଆଜି ଏସିଆନ କ୍ରିକେଟ କାଉନସିଲ(ଏସିସି) ୨୦୨୩ ଓ ୨୦୨୪ ବର୍ଷ ପାଇଁ ମ୍ୟାଚ୍‌ କ୍ୟାଲେଣ୍ଡର ଜାରି କରିଛି । ଏଥିରେ ଏସିଆ କପ ବେଳେ କେଉଁ ଦେଶ କେଉଁ ଗ୍ରୁପ୍‌ରେ ରହିବେ, ତା'ର ତଥ୍ୟ ମଧ୍ୟ ସାର୍ବଜନୀନ ହୋଇଛି । ଏହି ଘୋଷଣା ଅନୁସାରେ ଏସିଆ କପର ଗୋଟିଏ ଗ୍ରୁପ୍‌ରେ ଭାରତ ଓ ପାକିସ୍ତାନ ରହିଛନ୍ତି ।

ଏସିସି ସଭାପତି ତଥା ବିସିସିଆଇର ସମ୍ପାଦକ ଜୟ ଶାହ ଆଜି କାଉନସିଲର ୨୦୨୩ ଓ ୨୦୨୪ ବର୍ଷ ପାଇଁ କ୍ରିକେଟ କ୍ୟାଲେଣ୍ଡର ସାର୍ବଜନୀନ କରିଛନ୍ତି । ଏଥିରେ ପୁରୁଷ ଓ ମହିଳା ଏସିଆ କପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଠାରୁ ବିଭିନ୍ନ ଟ୍ରଫି ସମ୍ପର୍କିତ ସୂଚନା ରହିଛି ।

ଉଲ୍ଲେଖଥାଉ କି, ପାକିସ୍ତାନ ଚଳିତ ବର୍ଷ ଏସିଆ କପର ଆୟୋଜକ ରହିଛି । ମାତ୍ର ଏସିଆ କ୍ରିକେଟ କାଉନସିଲ ଅଧ୍ୟକ୍ଷ ଜୟ ଶାହ ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ସ୍ଥାନରେ ଖେଳାଯିବ ବୋଲି କହି ସାରିଛନ୍ତି । କାରଣ ପାକିସ୍ତାନ ଗସ୍ତରେ ଭାରତ ଯାଇ ପାରିବ ନାହିଁ । ଏ ପର୍ଯ୍ୟନ୍ତ ଏହା କେଉଁଠାରେ ଖେଳାଯିବ ଚୂଡାନ୍ତ ହୋଇ ନାହିଁ । ଗତଥର ଏହା ଟି-୨୦ ଫର୍ମାଟରେ ଖେଳା ଯାଇଥିଲା । ଏଥର କିନ୍ତୁ ଦିନିକିଆ ବିଶ୍ୱକପ ଆଗକୁ ଥିବାରୁ ଏହି ଫର୍ମାଟରେ ଏସିଆ କପ ଖେଳାଯିବ ।

ତେବେ ଏସିସିର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ବା ଏସିଆ କପ ୨୦୨୩ ସେପ୍ଟେମ୍ବର ମାସରେ ଖେଳାଯିବ। ଏସିଆ କପରେ ଭାଗ ନେବାକୁ ଥିବା ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ ଓ ଯୋଗ୍ୟତା ଅର୍ଜନ କରିବାକୁ ଥିବା ଦଳ (ପ୍ରିମିୟର କପ ବିଜେତା) ରହିଛନ୍ତି । ସେହିପରି ଦ୍ୱିତୀୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+