Asia Cup 2023 : ଛାଡୁନି ବର୍ଷା, ଅଟକିଛି ମ୍ୟାଚ୍, ଆରମ୍ଭ ହୋଇପାରୁନି ପାକିସ୍ତାନର ବ୍ୟାଟିଂ
ଛାଡୁନି ବର୍ଷା । ଅଟକିଛି ମ୍ୟାଚ୍ । ଆରମ୍ଭ ହୋଇପାରୁନି ପାକିସ୍ତାନର ବ୍ୟାଟିଂ । ଭାରତ ପାକିସ୍ତାନ ଆଗରେ ୨୬୭ ରନର ଟାର୍ଗେଟ ରଖିଛି । ତେବେ ମ୍ୟାଚ୍ ଜିତିବା ପାଇଁ ଭାରତକୁ କସରତ କରିବାକୁ ପଡ଼ିବ । ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ପ୍ରଥମରୁ ୱିକେଟ ନେବାକୁ ପଡିବ ।
ବିଶେଷ କରି ବୁମ୍ରା ଓ କୁଲଦୀପ ଯାଦବଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ଗୁରୁତ୍ଵ ପୂର୍ଣ୍ଣ । ବାବର ଆଜମଙ୍କୁ ଶୀଘ୍ର ଆଉଟ୍ କରିବାକୁ ପଡ଼ିବ । ପ୍ରଥମ ଦଶ ଓଭରରେ ଅତିକମରେ ଦୁଇଟି ୱିକେଟ ନେବାକୁ ପଡିବ । ତେବେ ଭାରତ ବିଜୟ ହାସଲ କରିପାରିବ । ଏହା ସହ ଫିଲ୍ଡିଂରେ ବି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।
ସିରାଜ, ବୁମ୍ରା, କୁଲଦୀପଙ୍କୁ ଭଲ ପ୍ରଦର୍ଶନ କରିବା ସହ ଅନ୍ୟ ମାନଙ୍କୁ ତାଙ୍କୁ ସହଯୋଗ କରିବାକୁ ପଡ଼ିବ । ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ଵ ପୂର୍ଣ୍ଣ । ସାରା ଦେଶ ଭାରତର ବିଜୟକୁ ଅପେକ୍ଷା କରିଛି । ପ୍ରଥମରୁ ଭାରତ ଏତେ ଭଲ ପ୍ରଦର୍ଶନ କରିପାରି ନଥିଲା । ତେବେ ଇସାନ ଓ ହାର୍ଦ୍ଦିକଙ୍କ ଶତକୀୟ ଭାଗିଦାରୀ ଦଳକୁ ୨୬୬ ରନରେ ପହଞ୍ଚାଇଛି ।

ପାକିସ୍ତାନ ଆଗରେ ୨୬୭ ରନର ଟାର୍ଗେଟ ରଖିଛି ଭାରତ । ୪୮.୫ ଓଭାରେ ଦଳ ୨୬୬ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡା ସର୍ବାଧିକ ୮୭ ରନ କରିଥିବା ବେଳେ, ଇଶାନ କିଶନ ୮୨ ରନ କରିଛନ୍ତି । ଭାରତୀୟ ଵ୍ୟାଟରମାନେ ସାହିନ ଆଫ୍ରିଦି ଓ ହାରିସ ରଫଙ୍କ ମୁକାବିଲା କରି ପାରି ନଥିଲେ ।
ପ୍ରଥମରୁ ଭାରତର ବ୍ୟାଟିଙ୍ଗ ବିପର୍ଯ୍ୟୟ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଶୁବମନ୍ ଗିଲ ଓ ରୋହିତ ପଡ଼ିଆକୁ ଓହ୍ଲାଇ ଥିଲେ । ରୋହିତ ୨୨ ବଲରୁ ୧୧ ରନ କରିଥିବା ବେଳେ ବିରାଟ ୭ ବଲରୁ ୪ ରନ କରିଥିଲେ ।
ସାହିନ ଆଫ୍ରିଦଙ୍କ ବଲର ସାମ୍ନା କରିପାରିଲେନି ଦୁଇ ପ୍ରମୁଖ କ୍ରିକେଟର । ବର୍ଷା ପରେ ଆରମ୍ଭ ହୋଇଥିଲା ମ୍ୟାଚ୍ ଆଉ ରୋହିତ ପ୍ରଥମ ବ୍ୟାଟର ଭାବରେ ୱିକେଟ ହରାଇଥିଲେ ।
ପରେ ଶ୍ରେୟସ ଆୟର ୯ ବଲରୁ ୧୪ ଓ ଗିଲ୍ ୩୨ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ । ଇସାନ କିଶନ ୮୧ ବଲରୁ ୮୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯୦ ବଲରୁ ୮୭ ରନ କରି ଆଉଟ୍ ହୋଇଥିଲେ । ଜାଡେଜା ୨୨ ବଲରୁ ୧୪ ଓ ଶାର୍ଦ୍ଦୁଲ ଠାକୁର ୩ ବଲରେ ତିନି କରି ଆଉଟ୍ ହୋଇଥିଲେ ।
ସାହିନ ଆଫ୍ରିଦ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ହାରିସ ରଫ ଓ ନସିମ ସାହା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।












Click it and Unblock the Notifications