Asia Cup 2023: ସ୍ଥିତି ସଜାଡୁଛି ଟିମ୍ ଇଣ୍ଡିଆ, ଶୀଘ୍ର ଯାଇଥିଲା ୪ଟି ୱିକେଟ୍
ସ୍ଥିତି ସଜାଡୁଛି ଟିମ୍ ଇଣ୍ଡିଆ । ପ୍ରଥମରୁ ବ୍ୟାଟିଙ୍ଗ ବିପର୍ଯ୍ୟୟ ପରେ ଭାରତ ସ୍ଥିତି ସଜାଡୁଛି । ଖବର ଲେଖିଲା ବେଳକୁ ଭାରତ ୨୯ ଓଭରରେ ୪ ୱିକେଟ୍ ହରାଇ ୧୪୭ ରନ କରିଛି । ଇଶାନ କିସନ୍ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ଅଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଶୁବମନ୍ ଗିଲ ଓ ରୋହିତ ପଡ଼ିଆକୁ ଓହ୍ଲାଇ ଥିଲେ । ରୋହିତ ୨୨ ବଲରୁ ୧୧ ରନ କରିଥିବା ବେଳେ ବିରାଟ ୭ ବଲରୁ ୪ ରନ କରିଥିଲେ ।
ସାହିନ ଆଫ୍ରିଦଙ୍କ ବଲର ସାମ୍ନା କରିପାରିଲେନି ଦୁଇ ପ୍ରମୁଖ କ୍ରିକେଟର । ବର୍ଷା ପରେ ଆରମ୍ଭ ହୋଇଥିଲା ମ୍ୟାଚ୍ ଆଉ ରୋହିତ ପ୍ରଥମ ବ୍ୟାଟର ଭାବରେ ୱିକେଟ ହରାଇଥିଲେ ।

ପରେ ଶ୍ରେୟସ ଆୟର ୯ ବଲରୁ ୧୪ ଓ ଗିଲ୍ ୩୨ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ । ତେବେ ସମସ୍ତେ ଆଉଟ୍ ହେବା ପରେ ଟିମକୁ ପାଣ୍ଡ୍ୟା ଓ ଇଶାନ କିଶନ ଚଳାଇଛନ୍ତି । ହାରିସ ରଫ ଓ ସାହିନ ଆଫ୍ରିଦ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।
ଏସିଆ କପ୍ରେ ଭାରତ-ପାକିସ୍ତାନ ଭିତରେ ମୋଟ ୧୬ ଥର ମୁକାବିଲା ହୋଇଛି । ୧୯୮୪ରୁ ୨୦୧୮ ପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏସିଆ କପ୍ । ଏହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ୧୩ଟି ମୁକାବିଲା ହୋଇଛି । ଯେଉଁଥିରେ ପାକିସ୍ତାନ ୫ଥର ବିଜୟ ହୋଇଥିବା ବେଳେ ଭାରତୀୟ ଟିମ୍ ୭ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ର କୌଣସି ରେଜଲ୍ଟ ବାହାରି ନାହିଁ ।
ତେବେ ୧୬ଟି ମୁକାବିଲା ମଧ୍ୟରୁ ୧୯୯୭ରେ ଖେଳାଯାଇଥିବା ମ୍ୟାଚ୍ରେ ରେଜଲ୍ଟ ବାହାରିନଥିଲା । ବାକି ଆଉ ୧୫ଟି ମ୍ୟାଚ୍ରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା ।
୨୦୧୬ରେ ଗୋଟିଏ ମ୍ୟାଚ୍ ଏବଂ ୨୦୨୨ରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ୨୦୧୬ରେ ଭାରତ ପାକିସ୍ତାନରୁ ୫ଓ୍ୱିକେଟ୍ରେ ପରାସ୍ତ କରିଥିଲା । ଏହାପରେ ୨୦୨୨ର ଗ୍ରୁପ ଷ୍ଟେଜ୍ ଓ ସୁପର-୪ରେ ପାକିସ୍ତାନ ବିଜୟ ହୋଇଥିଲା ।












Click it and Unblock the Notifications