ଏସିଆା କପ : ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚିପାରେ ଭାରତ
ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚି ପାରିବ ଭାରତ । ଭାରତ ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିବାବେଳେ ବର୍ଷା ଏହି ମ୍ୟାଚର ଫଳାଫଳ ଆସିନାହିଁ । ଉଭୟ ଏକ ଏକ ପଏଣ୍ଟ ଭାଗ କରିଛନ୍ତି ।
ଉଭୟ ଦଳ ପଏଣ୍ଟ ଭାଗ ବାଣ୍ଟିଥିବାବେଳେ ପାକିସ୍ତାନ ସୁପର-୪ ପାଇଁ କ୍ବାଲିଫାଇ କରିସାରିଛି । ତେବେ ଭାରତ ଶେଷ ଲିଗ ମ୍ୟାଚରେ ନେପାଳ ବିପକ୍ଷରେ ମଇଦାନକୁ ଓହ୍ଲାଇବ ।
ପାଣିପାଗ ସୂଚନା ଅନୁଯାୟୀ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ମ୍ୟାଚର ଫଳାଫଳ ନଆସେ ତାହେଲେ ପଏଣ୍ଟ ଭାଗ ହେବ । ଭାରତ ୨ ପଏଣ୍ଟ ସହ ସୁପର-୪ ପାଇଁ ନିଜର ସ୍ଥାନ ପକ୍କା କରିପାରିବ ।
ଅନ୍ୟପଟେ ନେପାଳ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିଛି । ଏଣୁ ଭାରତ ମ୍ୟାଚ ନଖେଳିଲେ ମଧ୍ୟ ସୁପର-୪ରେ ସ୍ଥାନ ପକ୍କା କରିପାରିବ ।

ତେବେ ଯଦି ନେପାଳ ଆଗାମୀ ମ୍ୟାଚରେ କୌଣସି ଅବିଶ୍ୱନୀୟ ପ୍ରଦର୍ଶନ କରି ଭାରତ ଠାରୁ ଜିତେ, ତେବେ ଟିମ୍ ଇଣ୍ଡିଆର ଏସିଆ କପ୍ ଯାତ୍ରା ଏଇଠି ଶେଷ ହେବ ।
ଭାରତ ଏବଂ ନେପାଳ ମଧ୍ୟରେ ଆଜି ପାଲଲେକେରେ ମ୍ୟାଚ୍ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବର୍ଷା ଏହାକୁ ଧୋଇ ନେଇଥିଲା ।
ଆଜି ନେପାଳ ବିପକ୍ଷରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍, ଶ୍ରେୟସ ଆୟରଙ୍କ ବ୍ୟାଟରୁ ରନ୍ ବାହାରିବାର ଆବଶ୍ୟକତା ରହିଛି । ସେହିପରି ନେପାଳର ଲେଗ୍ସ୍ପିନର୍ ସନ୍ଦୀପ ଲାମିଚାନ୍ ଏବଂ ଅଧିନାୟକ ରୋହିତ ପୌଡ଼ଲ୍ଙ୍କ ବୋଲିଂ ଭାରତ ପାଇଁ ଆହ୍ବାନ ଆଣିପାରେ ।
ପ୍ରଥମ ମ୍ୟାଚରେ ପାକିସ୍ତାନ ନେପାଳକୁ ୨୩୮ ରନରେ ପରାସ୍ତ କରିଥିଲା। ସେହିପରି ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା, ବାଂଲାଦେଶକୁ ୫ ୱିକେଟରେ ହରାଇ ଥିଲା । ତୃତୀୟ ମ୍ୟାଚ ଭାରତ ଓ ପାକିସ୍ତାନ ଭିତରେ ହୋଇଥିଲା । ହେଲେ ବର୍ଷା ବାଧକ ସାଜିଥିଲା । ଚତୁର୍ଥ ମ୍ୟାଚରେ ବାଂଲାଦେଶ, ଆଫଗାନିସ୍ତାନ କୁ ୮୯ ରନରେ ହରାଇଥିଲା । ଆଉ ଆଜି ପଞ୍ଚମ ମ୍ୟାଚରେ ଭାରତ ଓ ନେପାଳ ପରସ୍ପର ଖେଳିବେ ।












Click it and Unblock the Notifications