ଦିନିକିଆ କ୍ରିକେଟରେ ଏହି ଖାସ୍ ରେକର୍ଡ ରଚିଲେ ରୋହିତ୍

Rohit Sharma: କଲମ୍ବୋରେ ଆଜି ଚଳିତ ଏସିଆ କପ ସୁପର୍‌-୪ର ଭାରତ ତାର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି । ତେବେ ଆଜି ମ୍ୟାଚରେ ମଧ୍ୟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ ।

ଏଥି ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ 10 ହଜାର ରନ୍ ଅତିକ୍ରମ କରିଛନ୍ତି । ରୋହିତ ଶର୍ମା 241 ଇନିଂସରେ 10 ହଜାର ରନ୍ ସ୍କୋର କରିବାରେ ସଫଳତା ହାସଲ କରିଛନ୍ତି । ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ 22 ତମ ରନ୍ ସ୍କୋର କରିବା ମାତ୍ରେ ଏହି ବିଶେଷ ମାଇଲଖୁଣ୍ଟ ହାସଲ କରିଥିଲେ ।

Rohit Sharma

ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ 10 ହଜାର ରନ୍‌ ଛୁଇଁଥିବା ରୋହିତ ଶର୍ମା ତୃତୀୟ ଦ୍ରୁତତମ ବ୍ୟକ୍ତି ହୋଇଛନ୍ତି । ଏଥି ସହିତ ବିରାଟ କୋହଲି ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ବିରାଟ କୋହଲି 205 ଇନିଂସରେ 10 ହଜାର ରନ୍ ଛୁଇଁଥିଲେ । ଏହି ତାଲିକାରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତୃତୀୟ ସ୍ଥାନରେ ଅଛନ୍ତି । ସଚିନ ତେନ୍ଦୁଲକର 259 ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

ରୋହିତ ଶର୍ମା 248 ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି 248 ଟି ମ୍ୟାଚ୍ ର 241 ଇନିଂସରେ ରୋହିତ ଶର୍ମା 10025 ରନ୍ ସଂଗ୍ରହ କରିଛନ୍ତି । ODI ଫର୍ମାଟରେ ରୋହିତ ଶର୍ମାଙ୍କ ନାମରେ 30 ଶତକ ରହିଛି । କ୍ରିକେଟ୍ ଇତିହାସରେ ରୋହିତ ଶର୍ମା ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ODI ଫର୍ମାଟରେ ଦୁଇଥର ଶତକ ହାସଲ କରିଛନ୍ତି । ODI ଫର୍ମାଟରେ ରୋହିତ ଶର୍ମା ହାରାହାରି 49.14 ରନ୍ ଏବଂ ଷ୍ଟ୍ରାଇକ୍ ରେଟ୍ 90.30 ସ୍କୋର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+