Asia Cup 2023, IND vs SL: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳରେ ଗୋଟିଏ ପରିବର୍ତ୍ତନ

Asia Cup 2023, IND vs SL: ଚଳିତ ଏସିଆ କପ ସୁପର୍‌-୪ର ଭାରତ ତାର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି । ତେବେ ଆଜି ମ୍ୟାଚରେ ମଧ୍ୟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ ।

ତେବେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅକ୍ସର ପଟେଲଙ୍କୁ ଏକ ସୂଯୋଗ ମିଳିଛି ।

Asia Cup 2023, IND vs SL

କହିରଖୁ କି, ପାକିସ୍ତାନକୁ ପରାସ୍ତ କରିବା ମାତ୍ର ୧୬ ଘଣ୍ଟା ପରେ ପୁଣି ମୈଦାନକୁ ଓହ୍ଲାଉଛି ଭାରତୀୟ ଦଳ । ଭାରତୀୟ ସମୟ ଦିନ ୩ଟା ବେଳେ ଆଜି ଶ୍ରୀଲଙ୍କାର ପ୍ରେମାଦାସା ଷ୍ଟାଡିୟମରେ ଘରୋଇ ଦଳ ସହ ମ୍ୟାଚ ଖେଳୁଛି ଭାରତ । ଆଜିର ମ୍ୟାଚ୍‌ ଭାରତ-ଶ୍ରୀଲଙ୍କା ମଧ୍ୟରୁ ଯିଏ ଜିତିବ ସିଏ ଫାଇନାଲରେ ସ୍ଥାନ ପକ୍କା କରିବ ।

  • ଶ୍ରୀଲଙ୍କା ଏକାଦଶ: ପୃଥମ୍ ନିସାନ୍କା, ଡିମୁଥ୍ କରୁଣାରାତ୍ନେ, କୁସାଲ୍ ମେଣ୍ଡିସ୍ (ୱିକେଟକିପର), ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଦାସୁନ୍ ଶାନାକା (ଅଧିନାୟକ), ଡୁନିଥ୍ ୱେଲାଲେଜ୍, ମହେଶ ଥେକ୍ସାନା, କାସୁନ୍ ରାଜିତା, ମାଥେଶା ପାଥିରାନା ।
  • ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+