ଏସିଆ କପ୍ ଫାଇନାଲ: ଦିନିକିଆ କ୍ରିକେଟରେ ଭାରତର ବୃହତ ବିଜୟ, 8ମ ଥର ବନିଲା ଚାମ୍ପିଅନ
Asia Cup 2023, IND Vs SL Final Match Highlights: ସୁପର ସଣ୍ଡରେ ଖେଳାଯାଇଥିବା ଏସିଆ କପ୍ 2023ର ଫାଇନାଲ ମ୍ୟାଚରେ ଭାରଚ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କାକୁ ଅତି ଦୟନିୟ ଭାବେ ପରାସ୍ତ କରି 8ମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ବନିଛି । ଏଥି ସହିତ ଦିନିକିଆ କ୍ରିକେଟ୍ ଇତିହାସରେ ମଧ୍ୟ ଏହା ଭାରତୀୟ ଦଳ ସର୍ବବୃହତ ବିଜୟ ହୋଇଛି ।
ଆଜି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ପରେ ଡିଫେଣ୍ଡିଂ ଚାମ୍ପିଅନକୁ ଭାରି ପଡ଼ିଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଆଟାକ୍ ଆଗରେ ଭାଙ୍ଗି ଯାଇଥିଲା ସିଂହଳ ଟିମର ଦମ୍ଭ । ଶ୍ରୀଲଙ୍କାର ପୁରା ଟିମ୍ 15.2 ଓଭରରେ ମାତ୍ର 50 ରନ କରି ଅଲଆଉଟ୍ ହୋଇଯାଇଥିଲେ । ଯାହା ଫଳରେ ଭାରତର ଆଗରେ ମାତ୍ର 51 ରନ ବିଜୟ ଲକ୍ଷ୍ୟ ଠିଆ ହୋଇଥିଲା ।

ଏହି ସହଜ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ଗୋଡ଼ାଇବା ପାଇଁ ଅଧିନାୟକ ରୋହିତଙ୍କ ବଦଳରେ ଗିଲଙ୍କ ସହ ଓଫନ କରିବାକୁ ଆସିଥିଲେ ଯୁବ ଇଶାନ କିଷନ । ଦୁଇ ଓପନର କୌଣସି ଭୂଲ ନ କରି ମାତ୍ର 37 ବଲରେ 51 ରନର ଟାର୍ଗେଟ୍ ପୂରା କରିଥିଲା । ଏହା ସହ ଭାରତର ଦିନିକିଆ କ୍ରିକେଟରେ 263 ବଲ ବାକି ଥାଇ ଏହା ସର୍ବବୃତହ ବିଜୟ ହୋଇଛି ।
ତେବେ ଶୁଭମନ ଗିଲ 19 ବଲରେ ଅପରାଜିତ 27 ରନ ସ୍କୋର କରିଥିବା ବେଳେ 18 ବଲରେ ଅପରାଜିତ23 ରନ୍ ସ୍କୋର କରିଥିଲେ
ଇଶାନ କିଷନ । ଗିଲ 6ଟି ଚୌକା ମାରିଥିବା ବେଳେ ଇଶାନ କିଷନ ତିନିଟି ଚୌକା ମାରିଥିଲେ ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ମାତ୍ର 15.2 ଓଭରରେ 50 ରନ୍ ସଂଗ୍ରହ କରି ପାରିଥିଲା । ଭାରତ ବିପକ୍ଷରେ କୌଣସି ବିରୋଧୀ ଦଳର ଏହା ସର୍ବନିମ୍ନ ସ୍କୋର ଅଟେ । ଭାରତ ପାଇଁ ମହମ୍ମଦ ସିରାଜ ସର୍ବାଧିକ 6 ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା 3 ଓ ଜସପ୍ରୀତ ବୁମରା 1 ଗୋଟିଏ ୱିକେଟ ନେଇଛନ୍ତି । ସେହିପରି ଶ୍ରୀଲଙ୍କା ପକ୍ଷରୁ କୁଶନ ମେଣ୍ଡିସ 17 ଓ ଦୁଶାନ ହେମନ୍ଥା 13 ରନ କରିଥିଲା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ 2 ଅଙ୍କ ଛୁଇଁ ପାରି ନଥିଲେ ।
ସେହିପରି ଭାରତୀୟ ଦ୍ରୁତ ବୋଲରଙ୍କ ସାଂଘାତିକ ବୋଲିଂ ସାମ୍ନାରେ ଶ୍ରୀଲଙ୍କାର 9 ଖେଳାଳି ଦ୍ୱିଗୁଣିତ ହୋଇପାରି ନଥିଲେ । କେବଳ କୁସାଲ ମେଣ୍ଡିସ୍ 17 ଏବଂ ଦୁଶାନ୍ ହେମନ୍ଥା 13 ଡବଲ୍ ଅଙ୍କ ଛୁଇଁ ପାରିଥିଲେ ପାଥମ୍ ନିସଙ୍କା 02, କୁସାଲ ପେରେରା 00, ସାଦିରା ସମରୱିକ୍ରାମା 00, ଚାରିଥ ଆସାଲଙ୍କା 00, ଧନଞ୍ଜୟ ଦେ ସିଲଭା 04, ଦାସୁନ୍ ଶାନାକା 00, ଡୁନିଥ୍ ଭେଲାଲେଜ୍ 08 ଏବଂ ପ୍ରମୋଦ ମଧୁସାନ୍ 01 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।
- ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେଏଲ୍ ରାହୁଲ୍, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାସିଂଟନ୍ ସୁନ୍ଦର, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଜସପ୍ରୀତ୍ ବୁମରା ।
- ଶ୍ରୀଲଙ୍କା ଏକାଦଶ: କୁଶଲ ପେରେରା, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍, ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜନ ଡି ସିଲ୍ଭା, ଡାସୁନ୍ ଶଣକା (ଅଧିନାୟକ), ଦୁନିଥ୍ ୱାଲ୍ଲାଲାଗେ, ଦୁସାନ୍ ହେମନ୍ଥ, ମଥିଶା ପତିରଣା, କାସୁନ ରଜିଥା ।












Click it and Unblock the Notifications