ଏସିଆ କପ 2023: ଭାରତର ବିଜୟ ସହ ବାମହାତୀ ସ୍ପିନର କୁଲଦୀପ କଲେ ଏହି ଖାସ୍ ରେକର୍ଡ
ନୂଆଦିଲ୍ଲୀ: କୁଲଦୀପ ଯାଦବଙ୍କ ଆଉ ଏକ ରେକର୍ଡ । ବାମହାତୀ ସ୍ପିନର ଭାବେ ହାସଲ କଲେ ଖାସ୍ ଉପଲବ୍ଧ । ଏହାବ୍ୟତୀତ ୨ୟ ଭାରତୀୟ ବୋଲର ଭାବେ କରିଛନ୍ତି ନୂଆ ରେକର୍ଡ । ଏବେ ଚାରିଆଡେ କୁଲଦୀପ ଯାଦବଙ୍କ ସ୍ପିନ ବୋଲିଂ ନେଇ ଚର୍ଚ୍ଚା ଜୋର ଧରିଛି ।
ଚଳିତ ଏସିଆ କପ କ୍ରିକେଟରେ ଭାରତ ଲୋ ସ୍କୋରିଂ ମୁକାବିଲାରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିରେ ବାମହାତୀ ସ୍ପିନର କୂଲଦୀପ ଯାଦବ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ସେ ୯.୩ ଓଭରରେ ୪୩ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ ।

ଏହା ପୂର୍ବରୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପାଞ୍ଚଟି ୱିକେଟ୍ ନେଇଥିଲେ କୁଲଦୀପ ଯାଦବ । ଯାହାକୁ ମିଶାଇ କୁଲଦୀପ ଯାଦବ ଦିନିକିଆ କ୍ରିକେଟରେ ମୋଟ ୧୫୦ ୱିକେଟ୍ ଅତିକ୍ରମ କରିଛନ୍ତି । ଜଣେ ଭାରତୀୟ ବାମହାତୀ ସ୍ପିନର ଭାବେ କମ୍ ମ୍ୟାଚ୍ ଖେଳି ୧୫୦ ୱିକେଟ୍ ଅତିକ୍ରମ କରିବାରେ ପ୍ରଥମ ଖେଳାଳି ସାଜିଛନ୍ତି । ଏଥିରେ କୁଲଦୀପଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ୬/୨୫ । ଏହା ବ୍ୟତୀତ ୭ଥର ୪ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଦୁଇ ଥର ପାଞ୍ଚୋଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
ତେବେ କୁଲଦୀପ ୮୮ ମ୍ୟାଚରେ ଏହି ସଫଳତା ହାସଲ କରି ବାଂଲାଦେଶର ଅବଦୁର ରଜାକଙ୍କୁ ପଛରେ ପକାଇ ଦେଇଛନ୍ତି । ରଜାକ ୧୦୮ ମ୍ୟାଚରେ ୧୫୦ ୱିକେଟ ନେଇଥିଲେ । ତେବେ ଓଭରାଲ ସ୍ପିନର ଭାବେ ଏହି ସଫଳତା ହାସଲ କରିବାରେ କୂଲଦୀପ ୪ର୍ଥ ସ୍ଥାନରେ ରହିଛନ୍ତି । ସାକଲେନ ମୁସ୍ତାକ(୭୮), ରଶିଦ ଖାଁ (୮୦)ଓ ଅଜନ୍ଥା ମେଣ୍ଡିସ(୮୪) ତାଙ୍କ ଆଗରେ ରହିଛନ୍ତି ।












Click it and Unblock the Notifications