ଏସିଆ କପ୍‌ 2023: ଭାରତ-ପାକ୍ ମ୍ୟାଚ ରିଜର୍ଭ ଡେ' ବିବାଦ; ଲାଭରେ ପାକିସ୍ତାନ, ଘାଟାରେ ଦୁଇ ଦେଶ, ଭାରତ ସ୍ଥିତି କଣ ?

Asia Cup 2023 Reserve Day Controversy: ଚଳିତ ଏସିଆ କପର ପିଛା ଛାଡୁନି ବିବାଦ । ପ୍ରଥମେ ଦୁଇ ଦେଶ ଭାରତ-ପାକିସ୍ତାନ ଭେନ୍ୟୁକୁ ନେଇ ବିବାଦ ହୋଇଥିବା ବେଳେ ପରେ ଶ୍ରୀଲଙ୍କାର ପାଣିପାଗ ଆୟୋଜଙ୍କୁ ବିବାଦ ଭିତରକୁ ଟାଣି ନେଇଛି । ଏବେ ପୁଣି ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି ।

ଆସନ୍ତାକାଲି (ରବିବାର) ଏସିଆ କପ୍ 2023ର ସୁପର-4ରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଏକ ରିଜର୍ଭ ଡେ ରଖାଯାଇଛି । ଯେତେବେଳେ କି ସୁପର-4 ବାକି 4ଟି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ ।

Asia Cup 2023 IND vs PAK Super 4

ଭାରତ-ପାକ ମ୍ୟାଚ୍ ପାଇଁ ରିଜର୍ଭ ଡେ

ସୁପର୍‌ ସନ୍‌-ଡେରେ ହେବ ଭାରତ-ପାକିସ୍ତାନ ମୁକାବିଲା । ଆଉ ଏହି ମ୍ୟାଚ ପାଇଁ ଏକ ରିଜର୍ଭ ଡେ ରଖାଯାଇଛି । ଅର୍ଥାତ ୧୦ ତାରିଖରେ ଖେଳାଯିବାକୁ ଥିବା ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ଯଦି ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଉଛି । ତେବେ ପର ଦିନ ଅର୍ଥାତ ୧୧ ତାରିଖରେ ଏହା ପୂରା କରାଯିବ ।

ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । କେବଳ ଗୋଟିଏ ମ୍ୟାଚ ପାଇଁ କାହିଁକି ରିଜର୍ଭ ଡେ ? ଅନ୍ୟ ମ୍ୟାଚ ପାଇଁ କାହିଁକି ନୁହେଁ ?
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଭାରତ-ପାକିସ୍ତାନ ମୁକାବିଲା ରିଜର୍ଭ ଡେରେ ଖେଳାଯାଇ ସମ୍ପୂର୍ଣ୍ଣ ହୁଏ ଏବଂ ବାକି ସମସ୍ତ ମ୍ୟାଚ ବର୍ଷା ପାଇ ବାତି ହୁଏ । ତେବେ କିଏ ଖେଳିବ ଫାଇନାଲ ? ସେହିପରି ଏହି ରିଜର୍ଭ ଡେ ପାଇଁ କିଏ କାହାକୁ ମିଳିବ ଅଧିକ ଫାଇଦା ଭାରତ ନା ପାକିସ୍ତାନ ? ଅନ୍ୟ ଦୁଇ ଦଳ ଶ୍ରୀଲଙ୍କା ଓ ବାଂଲାଦେଶର ଫାଇନାଲ ରାସ୍ତା କଣ ହେବ ?

କିଏ ଖେଳିବ ଫାଇନାଲ ?

ଯଦି ବର୍ଷା କାରଣରୁ ସୁପର-୪ ପର୍ଯ୍ୟାୟର ଆଉ କୌଣସି ବି ମୁକାବିଲା ସମ୍ଭବ ନ ହୁଏ, ତେବେ ପାକିସ୍ତାନ ଫାଇନାଲକୁ ସିଧା ଏଣ୍ଟ୍ରି ମାରିବ । କାରଣ ବର୍ତ୍ତମାନ ବାଂଲାଦେଶକୁ ହରାଇ ଦଳ ପାଖରେ ଦୁଇ ପଏଣ୍ଟ ରହିଛି । ବାକି ଖେଳିବାକୁ ଥିବା ଦୁଇଟି ମ୍ୟାଚ୍ ଯଦି ସମ୍ଭବ ନହୁଏ, ତେବେ ଦଳର ପଏଣ୍ଟ ୪ରେ ପହଞ୍ଚିବ । ଯାହା ପରେ ଦଳ ସିଧା ଫାଇନାଲରେ ଏଣ୍ଟ୍ରି ମାରିବ । ଅନ୍ୟପଟେ ବାଂଲାଦେଶ ଗୋଟିଏ ମ୍ୟାଚ୍ ହାରିଥିବାରୁ, ଯଦି ଅନ୍ୟ ମ୍ୟାଚ୍ ଗୁଡିକ ଖେଳିବା ସମ୍ଭବପର ନହୁଏ, ତେବେ ବାଂଲାଦେଶ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେବ ।

ସେହିଭଳି ଯଦି ପାକିସ୍ତାନକୁ ଭାରତ ପରାସ୍ତ କରୁଛି ଓ ସୁପର୍‌ ଫୋର୍‌ରେ ହେବାକୁ ବାକି ମ୍ୟାଚ୍‌ ବାତିଲ ହେଉଛି ତାହେଲେ ଭାରତ ଫାଇନାଲରେ ପହଞ୍ଚିଯିବ ଓ କୌଣସି ମ୍ୟାଚ୍‌ ନ ହାରି ବି ଟାଇଟଲ ଦୌଡ଼ରୁ ବାଦ ପଡ଼ିବ ଶ୍ରୀଲଙ୍କା ।

ଅନ୍ୟପଟେ ଭାରତ-ଶ୍ରୀଲଙ୍କା କିନ୍ତୁ ସୁପର-୪ ପର୍ଯ୍ୟାୟରେ ମ୍ୟାଚ୍ ନ ହେଲେ ଫସିବାକୁ ଯାଉଛନ୍ତି । ଯଦି ଆଗାମୀ ସମସ୍ତ ମ୍ୟାଚ୍ ରଦ୍ଦ ହେଇଯାଏ, ତେବେ ଦୁଇଟି ଯାକ ଦଳ ୩-୩ ଲେଖାଏଁ ପଏଣ୍ଟ ପାଇବେ । ଏପରି ସ୍ଥଳେ ଦୁଇଟି ଯାକ ଦଳର ରନ୍ ରେଟ୍ ମଧ୍ୟ ଶୂନ ଥିବ । ତେଣୁ ଏହି ଦୁଇଟି ଦଳ ଭିତରୁ କିଏ ଫାଇନାଲ ଖେଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ବିଶେଷଜ୍ଞଙ୍କ କହିବା ମୁତାବକ, ଏପରି ସ୍ଥଳେ ଟସ୍ ପକାଇ ଫାଇନାଲ ଟିମ୍ ଧାର୍ଯ୍ୟ କରାଯାଇଥାଏ । ଆଉ ଯଦି ବର୍ଷା କାରଣରୁ ଏମିତି ହୁଏ, ତେବେ ଏସିଆ କପ୍ ଫାଇନାଲ କେଉଁ ଦୁଇଟି ଟିମ୍ ଖେଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ପ୍ରଶ୍ନ ଉଠାଇଲେ ଦୁଇ ଦେଶର କୋଚ୍

ଶ୍ରୀଲଙ୍କା କୋଚ୍ କ୍ରିସ୍ ସିଲଭରଉଡ୍ ଏବଂ ବାଂଲାଦେଶ ପ୍ରଶିକ୍ଷକ ଚନ୍ଦିକା ହାଥୁରାସିଂହା ରିଜର୍ଭ ଦିନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ହାଥୁରାସିଂହା କହିଛନ୍ତି ଯେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇ ନାହିଁ । ଏହା ସଠିକ୍ ନୁହେଁ । ଆମକୁ ଏକ ଅତିରିକ୍ତ ଦିନ ମଧ୍ୟ ଦରକାର । ସିଲଭରଉଡ୍ କହିଛନ୍ତି ଯେ ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ଏହା ଆମ ପାଇଁ ଅସୁବିଧା ସୃଷ୍ଟି କରିପାରେ ।

ଅନ୍ୟପକ୍ଷରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ସୂଚନା ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଦିନ ରଖିବାକୁ ନିଷ୍ପତ୍ତି କେବଳ 4 ଟି ଦଳର ସହମତି ପରେ ନିଆଯାଇଛି ।

ଏସିଆ କପ୍ 2023 ଆରମ୍ଭ ପୂର୍ବରୁ ବିବାଦ

ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ବିବାଦ ଲାଗି ରହିଥିଲା । ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏସିଆନ୍ କ୍ରିକେଟ୍ ପରିଷଦ ଅର୍ଥାତ୍ ଏସିସି ଦ୍ୱାରା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ପାକିସ୍ତାନରେ ଏସିଆ କପ୍ ଖେଳା ଯିବାକୁ ଥିଲା, କିନ୍ତୁ ବିସିସିଆଇ ଏକ ସମସ୍ୟା ସୃଷ୍ଟି କରିଥିଲା । ସେ ଦଳକୁ ପାକିସ୍ତାନ ପଠାଇବାକୁ ମନା କରି ଦେଇଥିଲେ । ଦୀର୍ଘ ଦିନର ବିବାଦ ପରେ ଶେଷରେ ନିଷ୍ପତ୍ତି ନିଆଗଲା ଯେ ଏହା ଦୁଇ ଦେଶରେ ସଂଗଠିତ ହେବ ଏବଂ ମ୍ୟାଚ ଖେଳିବା ପାଇଁ ଭାରତକୁ ପାକିସ୍ତାନ ଯିବାକୁ ପଡିବ ନାହିଁ ।

ତେବେ ବର୍ତ୍ତମାନ ଟୁର୍ନାମେଣ୍ଟର ଅବଶିଷ୍ଟ 4 ଟି ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଯାଉଛି । 1984 ମସିହାରୁ ଏସିଆ କପ୍ ଖେଳା ଯାଉଛି । ତେବେ 39 ବର୍ଷରେ ପ୍ରଥମ ଥର ପାଇଁ ଦୁଇ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+