ଏସିଆ କପ୍ 2023: ଘରୋଇ ମ୍ୟାଚ୍ ଦେଖିବାକୁ ଆସୁ ନାହାଁନ୍ତି ପାକିସ୍ତାନ ବାସୀ, ଷ୍ଟାଡିୟମରେ ଚେୟାର ଖାଲି; ସୋସିଆଲ ମିଡିଆରେ ଟ୍ରୋଲ୍
Asia Cup 2023 Pakistan vs Nepal: ଆରମ୍ଭ ହୋଇ ସାରିଛି ଏସିଆ କପ୍ 2023 ଟୁର୍ଣ୍ଣାମେଣ୍ଟ । ଆଜି ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯାଉଛି ପ୍ରଥମ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତିବା ପରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।
ତେବେ ଏସିଆ କପ୍ 2023ର ଆୟୋଜକ ପାକିସ୍ତାନ ରହିଥିବା ବେଳେ ଆଜି ଉଦଘଟନୀ ମ୍ୟାଚ୍ ମଧ୍ୟ ପାକିସ୍ତାନର ମୁଲତାନ ଷ୍ଟାଡିୟମରେ ଖେଳାଯାଉଛି । ମାତ୍ର ସୋସିଆଲ ମିଡିଆରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବହୁତ ପରିହାସ କରାଯାଉଛି । ବାସ୍ତବରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ମ୍ୟାଚ୍ ଦେଖିବା ପାଇଁ ଖୁବ୍ କମ୍ ସଂଖ୍ୟକ ପ୍ରଶଂସକ ମୁଲତାନ ଷ୍ଟାଡିୟମକୁ ଆସିଛନ୍ତି ।

ପାକିସ୍ତାନ ଏବଂ ନେପାଳ ମଧ୍ୟରେ ମ୍ୟାଚ୍ ଦେଖିବା ପାଇଁ ଖୁବ୍ କମ୍ ସଂଖ୍ୟକ ପ୍ରଶଂସକ ମୁଲତାନ ଷ୍ଟାଡିୟମକୁ ଆସିଛନ୍ତି । ଯାହା ପରେ ସୋସିଆଲ ମିଡିଆରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ପରିହାସ କରାଯାଉଛି । ଏହା ବ୍ୟତୀତ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଚିତ୍ରଗୁଡ଼ିକରେ ଦେଖିବାକୁ ମିଳେ ଯେ ଷ୍ଟାଡିୟମରେ ବହୁତ କମ୍ ସଂଖ୍ୟକ ପ୍ରଶଂସକ ଉପସ୍ଥିତ ରହିଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ଏହି ଦୃଶ୍ୟକୁ ଟ୍ରୋଲ କରିବାରେ ଲାଗିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜିର ମ୍ୟାଚରେ ଟସ୍ ଜିତିବା ପରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଛି । ଅନ୍ୟପଟେ ଏସିଆ କପରେ ଏହା ନେପାଳର ଡେବ୍ୟୁ ମ୍ୟାଚ୍ ରହିଛି ।
Crazy Crowd in #PAKvsNEP Game🤣🤣
— ᴘʀᴀᴛʜᴍᴇsʜ⁴⁵ (@45Fan_Prathmesh) August 30, 2023
And they wanted Asia cup to happen in Pakistan, thank god it got Shifted in srilanka! pic.twitter.com/h0KTRZuZym
ଦୁଇ ଦଳର ଏକାଦଶ
- ପାକିସ୍ତାନ: ଫକର ଜମାନ, ଇମାମ-ଉଲ-ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ କିପର), ଆଗା ସଲମାନ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ନାସିମ ଶାହା, ହରିସ ରାଉଫ ।
- ନେପାଳ: କୁଶଲ ଭୁର୍ଟେଲ, ଆସିଫ ଶେଖ (ୱିକେଟ୍ ରକ୍ଷକ), ରୋହିତ ପାଉଡେଲ (ଅଧିନାୟକ), ଆରିଫ ଶେଖ, କୁଶଲ ମଲା, ଦୀପେନ୍ଦ୍ର ସିଂ ଆରେ, ଗୁଲସନ, ସୋମପାଲ କାମି, କରଣ କେସି, ସନ୍ଦୀପ ଲାମିଚାନେ, ଲଲିତ ରାଜବାନ୍ସି ।
ଏସିଆ କପ୍ 2023
ସୂଚନାଥାଉ କି, ଏସିଆ କପ୍ 2023ରେ ଆସନ୍ତା ସେପ୍ଟେମ୍ବର 2 ତାରିଖରେ ବାରତ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ତେବେ ଏହି ମ୍ୟାଚ୍ ପାକିସ୍ତାନରେ ନୁହେଁ ବରଂ ଶ୍ରୀଲଙ୍କାର କାଣ୍ଡି ଷ୍ଟାଡି଼ୟମରେ ଖେଳାଯିବ ।
କାରଣ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମଡେଲରେ ଖେଳା ଯାଉଛି । ଯେଉଁଥିରେ ପାକିସ୍ତାନରେ 4 ଟି ମ୍ୟାଚ୍ ଖେଳାଯିବ ଏବଂ ଫାଇନାଲ ସମେତ 9 ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଫାଇନାଲ ମ୍ୟାଚ୍ 17 ସେପ୍ଟେମ୍ବରରେ ଶ୍ରୀଲଙ୍କାର କଲମ୍ବୋ ଷ୍ଟାଡିୟମରେ ଖେଳାଯିବ ।
ତେବେ ଏଥର ଏସିଆ କପ୍ 50 ଓଭର ଫର୍ମାଟରେ ଖେଳାଯାଉଛି । 2ଟି ଗ୍ରୁପରେ ବିଭକ୍ତ ହୋଇଥିବା ଏସିଆ କପ୍ 2023 ରେ ମୋଟ 6ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଗ୍ରୁପ୍-ଏରେ ପାକିସ୍ତାନ, ନେପାଳ ଏବଂ ଭାରତ ଅଂଶ ଥିବାବେଳେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ଗ୍ରୁପ୍-ବିରେ ସ୍ଥାନିତ କରାଯାଇଛି ।
ଗ୍ରୁପ୍ ମ୍ୟାଚ୍ ସମାପ୍ତ ହେବା ପରେ, ଉଭୟ ଗୋଷ୍ଠୀର ଟପ୍-2 ଦଳ ସୁପର-4 ପର୍ଯ୍ୟାୟ ପାଇଁ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ । ଏହା ପରେ ସମସ୍ତ ଦଳ ମଧ୍ୟରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଖେଳାଯିବ ଏବଂ ଏହି ପର୍ଯ୍ୟାୟରେ ଟପ୍-2 ମାନ୍ୟତା ପ୍ରାପ୍ତ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications