Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍ ଫାଇନାଲ: ମାଲାମାଲ୍ ହେଲେ ଭାରତୀୟ ଖେଳାଳି; ଜାଣନ୍ତୁ, କାହାକୁ ମିଳିଲା କେତେ ଟଙ୍କା ?

କଲମ୍ବୋ: ରବିବାର ଖେଳା ଯାଇଥିବା ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ୮ମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି । ଭାରତର ଏହି ବିଜୟରେ ୬ ୱିକେଟ୍ ଅକ୍ତିଆର କରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମହମ୍ମଦ ସିରାଜ୍ ।

ତେଣୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ମହମ୍ମଦ ସିରାଜ ଏବଂ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ କୁଲଦୀପ ଯାଦବଙ୍କୁ ମୋଟା ଅଙ୍କର ଅର୍ଥରାଶି ମିଳିଛି । ତେବେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ମହମ୍ମଦ ସିରାଜ ନିଜ ଅର୍ଥରାଶିକୁ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ଉଚ୍ଛଗୀକୃତ କରି ଦେଇଛନ୍ତି ।

Asia Cup 2023 Final

ସେହିପରି ଭାରତୀୟ ଦଳ ଏସିଆ କପ୍ ୨୦୨୩ ଜିତିବା ପରେ ପୁରସ୍କାର ସ୍ୱରୂପ ୧,୭୫,୦୦୦ ଡଲାର (୧.୨୪ କୋଟି ଟଙ୍କା) ପାଇଛି । ତେବେ ଆସନ୍ତୁ ଦେଖିବା କାହାକୁ ମିଳିଛି କେତେ ପୁରଷ୍ଖାର ରାଶି...

  • ରବିନ୍ଦ୍ର ଜାଡେଜା: ୩୦୦୦ ଡଲାର (୨.୪୯ ଲକ୍ଷ) ମ୍ୟାଚର ଶ୍ରେଷ୍ଠ କ୍ୟାଚ୍
  • ମହମ୍ମଦ ସିରାଜ: ୫୦୦୦ ଡଲାର (୪.୧୫ ଲକ୍ଷ ଟଙ୍କା) ପ୍ଲେୟାର ଅଫ୍ ଦି ମ୍ୟାଚ୍
  • କୁଲଦୀପ ଯାଦବ: ୫୦,୦୦୦ ଡଲାର, (୪୧.୫୪ ଲକ୍ଷ ଟଙ୍କା) ପ୍ଲେୟାର ଅଫ୍ ଦି ସିରିଜ୍
  • ଶ୍ରୀଲଙ୍କାର ଗ୍ରାଉଣ୍ଡ କର୍ମଚାରୀ: ୫୦,୦୦୦ ଡଲାର (୪୧.୫୪ ଲକ୍ଷ ଟଙ୍କା)
  • ଶ୍ରୀଲଙ୍କା: ରନର୍ ଅପ୍ ଦଳକୁ ୭୫,୦୦୦ ଡଲାର୍ (୬୨.୩୧ ଲକ୍ଷ ଟଙ୍କା)
  • ଭାରତ: ବିଜେତା ଦଳକୁ ୧୫୦,୦୦୦ ଡଲାର୍ ( ୧.୨୪ କୋଟି ଟଙ୍କା)

ଗତକାଲିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ପରେ ଡିଫେଣ୍ଡିଂ ଚାମ୍ପିଅନକୁ ଭାରି ପଡ଼ିଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଆଟାକ୍ ଆଗରେ ଭାଙ୍ଗି ଯାଇଥିଲା ସିଂହଳ ଟିମର ଦମ୍ଭ । ଶ୍ରୀଲଙ୍କାର ପୁରା ଟିମ୍ 15.2 ଓଭରରେ ମାତ୍ର 50 ରନ କରି ଅଲଆଉଟ୍ ହୋଇଯାଇଥିଲେ । ଯାହା ଫଳରେ ଭାରତର ଆଗରେ ମାତ୍ର 51 ରନ ବିଜୟ ଲକ୍ଷ୍ୟ ଠିଆ ହୋଇଥିଲା ।

ଏହି ସହଜ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ଗୋଡ଼ାଇବା ପାଇଁ ଅଧିନାୟକ ରୋହିତଙ୍କ ବଦଳରେ ଗିଲଙ୍କ ସହ ଓଫନ କରିବାକୁ ଆସିଥିଲେ ଯୁବ ଇଶାନ କିଷନ । ଦୁଇ ଓପନର କୌଣସି ଭୂଲ ନ କରି ମାତ୍ର 37 ବଲରେ 51 ରନର ଟାର୍ଗେଟ୍ ପୂରା କରିଥିଲା । ଏହା ସହ ଭାରତର ଦିନିକିଆ କ୍ରିକେଟରେ 263 ବଲ ବାକି ଥାଇ ଏହା ସର୍ବବୃତହ ବିଜୟ ହୋଇଛି ।

ତେବେ ଶୁଭମନ ଗିଲ 19 ବଲରେ ଅପରାଜିତ 27 ରନ ସ୍କୋର କରିଥିବା ବେଳେ 18 ବଲରେ ଅପରାଜିତ23 ରନ୍ ସ୍କୋର କରିଥିଲେ ଇଶାନ କିଷନ । ଗିଲ 6ଟି ଚୌକା ମାରିଥିବା ବେଳେ ଇଶାନ କିଷନ ତିନିଟି ଚୌକା ମାରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+