Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍ : ବେକାର ହେଲା ଗିଲଙ୍କ ଶତକ, ଭାରତକୁ ୬ ରନରେ ହରାଇଲା ବାଂଲାଦେଶ

ରୋମାଞ୍ଚକର ମ୍ୟାଚରେ ଭାରତକୁ ୬ ରନରେ ହରାଇଲା ବାଂଲାଦେଶ । ଶୁବମନ ଗିଲ୍‌ଙ୍କ ଲଢୁଆ ଶତକ ସତ୍ତ୍ବେ ଏସିଆ କପରେ ବାଂଲାଦେଶ ଠାରୁ ହାରିଲା ଭାରତ । ଏହି ମ୍ୟାଚ୍ ଜିତି ବାଂଲାଦେଶର ଅଭିଯାନ ଏସିଆ କପରେ ଶେଷ ହୋଇଛି ।

ପ୍ରଥମେ ବ୍ୟାଟିଙ୍ଗ କରି ବାଂଲାଦେଶ ୨୬୬ ରନ କରିପାରିଥିଲା । ତେବେ ଏହି ଲକ୍ଷ୍ୟକୁ ପିଛା କରି ଭାରତ ଗୋଟିଏ ବଲ୍‌ ପୂର୍ବରୁ ୨୫୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ଏହାଫଳରେ ଲଗାତର ଦୁଇଟି ମ୍ୟାଚ୍‌ ହାରିଥିବା ବାଂଲାଦେଶ ଏହି ମ୍ୟାଚରେ ବିଜୟ ହୋଇଥଲା।

ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୧୩୩ ବଲରେ ଲଢୁଆ ୧୨୧ରନ କରିଥିଲେ ଓ ସୂର୍ଯ୍ୟକୁମାର ଯାଦବ ୨୬ ରନ କରିଥିଲେ । ଶେଷ ବେଳକୁ ଅକ୍ଷର ପଟେଲ ୪୪ ରନ କରି ଆଉଟ ହୋଇଥିଲେ । ହେଲେ ପରାଜୟ ରୋକି ପାରି ନଥିଲେ । ଆରମ୍ଭରୁ ହିଁ ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ ବାଂଲାଦେଶୀ ବୋଲର । ଆରମ୍ଭରୁ ଭାରତ ଓ୍ବିକେଟ ହରାଇଥିଲା ।

subhman_gill_asia_cup

ବାଂଲାଦେଶ ଅଧିନାୟକ ୮୫ ବଲ୍‌ରୁ ୬ ଚୌକା ଓ ୩ ଛକା ସହ ୮୦ ରନର ଇନିଂସ ଖେଳିଥିଲେ। ହ୍ରିଡୟ ୫୪ ରନର ଭଲ ବ୍ୟାଟିଂ କରିଥିଲେ। ଶେଷ ଆଡ଼କୁ ନସୁମ ଅହମ୍ମଦ ୪୪ ରନର ଉପଯୋଗୀ ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ମେହେଦି ହାସନ ଅପରଜିତ ୨୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଫଳରେ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୬୫ ରନ କରିଥିଲା ।

ତେବେ ପ୍ରଥମରୁ ଭାରତର ବ୍ୟାଟର ବିଫଳ ହେଇଥିଲେ । ଗିଲଙ୍କ ୧୨୧ ରନ ଓ ଅକ୍ଷର ପଟେଲଙ୍କ ୪୨ ରନ ମଧ୍ୟ ଭାରତକୁ ପରାଜୟରୁ ରକ୍ଷା କରି ପାରିନାହିଁ ।

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୬୫ ରନ ଦେଇ ୩ଟି ଓ ମହମ୍ମଦ ସାମି ୨ଟି ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆସନ୍ତା 17 ସେପ୍ଟେମ୍ବରରେ ଶ୍ରୀଲଙ୍କାର କଲୋମ୍ବୋ ସ୍ଥିତ ଆର ପ୍ରେମାଡାସା ଷ୍ଟାଡିୟମରେ ଖେଳାଯିବ ଚଳିତ ଏସିଆ କପ୍ 2023ର ଫାଇନାଲ୍ ମ୍ୟାଚ୍ । ତେବେ ଏପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଖେଳା ଯାଇଥିବା ଅଧିକାଂଶ ମ୍ୟାଚ ବର୍ଷା ହେତୁ ବ୍ୟାଘାତ ହୋଇଛି । ସେହିପରି ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଆସନ୍ତାକାଲି ଭାରତ ଓ ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍ ଖେଳାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+