ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ 'ନାଗିନ୍ ଡ୍ୟାନ୍ସ' ଫାଇଟ୍: ଜାଣନ୍ତୁ, କେବେ ଓ କେମିତି ଆରମ୍ଭ ହୋଇଥିଲା ?
Asia Cup 2023, BAN vs SL: ଗତକାଲି (ବୁଧବାର) ଠାରୁ ଆରମ୍ଭ ହୋଇ ସାରିଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ଘରୋଇ ପାକିସ୍ତାନ ଦଳ ବିଶାଳ ବିଜୟ ହାସଲ କରିଛି । ତେବେ ଆଜି (ଗୁରୁବାର) ଏସିଆ କପର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ବାଂଲାଦେଶକୁ ଭେଟିବାକୁ ଯାଉଛି ।
ଗତ କିଛି ବର୍ଷ ମଧ୍ୟରେ 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ ପାଇଁ ଶ୍ରୀଲଙ୍କା ଏବଂ ବାଂଲାଦେଶର ମ୍ୟାଚ୍ ଚର୍ଚ୍ଚାରେ ରହିଛି । ଏସିଆ କପ୍ ସମୟରେ ମଧ୍ୟ ଯେତେ ବେଳେ ଏହି ଦୁଇ ଦେଶ ମଧ୍ୟରେ ସଂଘର୍ଷ ହେବ, ସେତେବେଳେ ପଡ଼ିଆରେ 'ନାଗିନ୍ ଡ୍ୟାନ୍ସ' ଦୃଶ୍ୟ ଦେଖିବାକୁ ମିଳିବ ।
ତେବେ ଆସନ୍ତୁ ଜାଣିବା, ଏହି ଦୁଇ ଦଳ ମଧ୍ୟରେ ଏହି 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ କେବେ ଓ କେମିତି ହୋଇଥିଲା ଆରମ୍ଭ ?

ବାସ୍ତବରେ ବାଂଲାଦେଶ ପ୍ରିମିୟର ଲିଗରୁ 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ ଆରମ୍ଭ ହୋଇଥିଲା । ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ୍ ସାମି ବାଂଲାଦେଶର ସ୍ପିନର ନାଜମୁଲ ଇସଲାମଙ୍କୁ କହିଥିଲେ ଯେ, ତୁମେ ଏକ ସପା ପରି ଦେଖାଯାଉଛି । ଏହା ପରେ ନଜମୁଲ ପ୍ରତ୍ୟେକ ଥର ୱିକେଟ୍ ନେବା ପରେ 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ ଆରମ୍ଭ କରିଥିଲେ ।
କିନ୍ତୁ ଯେତେବେଳେ ଶ୍ରୀଲଙ୍କା 2018 ରେ ବାଂଲାଦେଶ ଗସ୍ତ କରିଥିଲା, ସେତେବେଳେ ଏକ ଭିନ୍ନ କାହାଣୀ ଆରମ୍ଭ ହେଲା । ୱିକେଟ୍ ନେବା ପରେ ନାଜମୁଲ 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ କରୁଥିଲେ। ପରେ ଶ୍ରୀଲଙ୍କା ଖେଳାଳି ନାଜମୁଲଙ୍କୁ ପରିହାସ କରୁଥିବା ସମାନ ଶୈଳୀକୁ କପି କରିଥିଲେ । ବାଂଲାଦେଶର ତାରକା ଖେଳାଳି ରହୀମ ଏହି ଜିନିଷକୁ ପସନ୍ଦ କରୁ ନଥିଲେ ଏବଂ ନିବାସ ଟ୍ରଫିର ମ୍ୟାଚ୍ ଜିତିବା ପରେ ବାଂଲାଦେଶ ଖେଳାଳିମାନେ 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ କରିଥିଲେ।
ଏଠାରୁ ହିଁ 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ କୁ ନେଇ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । କେଉଁ ଦଳ ମ୍ୟାଚ୍ ଜିତିବେ, ସେ 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନ୍ କରିବା ଆରମ୍ଭ କରିବେ । ଉଭୟ ଦଳର ପ୍ରଶଂସକମାନେ ମଧ୍ୟ ସମାନ କାର୍ଯ୍ୟ ଆରମ୍ଭ କରିଥିଲେ । ଅନେକ ଥର 'ନାଗିନ୍ ଡ୍ୟାନ୍ସ' ସେଲିବ୍ରେସନକୁ ନେଇ ଉଭୟ ଦେଶର ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ଝଗଡା ମଧ୍ୟ ଦେଖିବାକୁ ମିଳେ ।
ବିଶେଷ କଥା ହେଉଛି ବାଂଲାଦେଶ ଏବଂ ଶ୍ରୀଲଙ୍କାର ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ଏହି ଶତ୍ରୁତା କେବଳ କ୍ରିକେଟ୍ ପର୍ଯ୍ୟନ୍ତ ରହିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସଂପୂର୍ଣ୍ଣ ସ୍ୱାଭାବିକ ଏବଂ ସେମାନଙ୍କ ମଧ୍ୟରେ ଶତ୍ରୁତା ନାହିଁ ।












Click it and Unblock the Notifications