ଭାରତ ବନାମ ନେପାଳ: ପ୍ରଥମରୁ ତିନୋଟି କ୍ୟାଚ୍ ଛାଡ଼ିଲା ଭାରତ, ଦେଖନ୍ତୁ ଭିଡ଼ିଓ
ଏସିଆ କପ୍ ୨୦୨୩ ର ୫ମ ମ୍ୟାଚରେ ଭାରତ କଣ କରୁଛି ଜାଣି ହେଉନାହିଁ । ଭାରତୀୟ ଦଳ ମାତ୍ର କିଛି ଓଭର ମଧ୍ୟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଛାଡ଼ିଛି । ଶ୍ରେୟାସ ଆୟର, ବିରାଟ କୋହଲି ଏବଂ ଇଶାନ କିଶନ ସମସ୍ତେ ପ୍ରାରମ୍ଭିକ ପାଞ୍ଚ ଓଭରରେ ଦୁଇ ନେପାଳ ଓପନରଙ୍କ କ୍ୟାଚ ଛାଡ଼ିଛନ୍ତି ।
ପ୍ରଥମ ଓଭରର ଅନ୍ତିମ ବଲରେ କୁଶାଲ ଭୁର୍ତେଲଙ୍କ କ୍ୟାଚ ଶ୍ରେୟାସ ଆୟର ସ୍ଲିପରେ ଧରିବାକୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହାକୁ ଧରି ପାରିନଥିଲେ । ବଲ୍ ତାଙ୍କ କବଳରୁ ଦୂରେଇ ଯାଇଥିଲା ।
ପରବର୍ତ୍ତୀ ଓଭରରେ କୋହଲି ଆସିଫ୍ ସେଖ୍ଙ୍କ କ୍ୟାଚ୍ ବି। ଛାଡିଥିଲେ। ସେ ବଲକୁ ସିଧା କଭର୍ ପଏଣ୍ଟ ପଠାଇଥିଲେ, କିନ୍ତୁ କୋହଲି ଏହାକୁ ଧରିବା ପାଇଁ ଚେଷ୍ଟା କରି ତଳେ ପକାଇ ଦେଇଥିଲେ ।
ତା'ପରେ, ୪ର୍ଥ ଓଭରରେ, ଗୋଡ ପାର୍ଶ୍ୱରୁ ଏକ ଡେଲିଭରିରେ କୁଶାଲ ଭୁର୍ତେଲ ଏକ ସଟ୍ ଖେଳିଥିଲେ । ବାମ ପାର୍ଶ୍ୱରେ ଥିବା ଇଶାନ କିଶାନଙ୍କୁ କ୍ୟାଚ ଧରିବା ପାଇଁ ଏକ ସ୍ପଷ୍ଟ ସୁଯୋଗ ମିଳିଥିଲା, କିନ୍ତୁ ୱିକେଟ୍ କିପର ଏହାକୁ କାବୁ କରି ପାରି ନଥିଲେ । ବଲଟି ଚାରି ହୋଇ ଯାଇଥିଲା ।

ନେପାଳ ବିପକ୍ଷରେ ଭାରତର ଫିଲ୍ଡିଂ ବିଫଳତାକୁ ଦେଖି ପ୍ରଶଂସକମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଯେ ଆଗାମୀ ଆଇସିସି ଦିନିକିଆ ବିଶ୍ୱକପ 2023 ପାଇଁ ଏହି ଦଳ ଯଥେଷ୍ଟ ପ୍ରସ୍ତୁତ ଅଛି କି ?
3 Dropped Catches 😱 #IndvsNep pic.twitter.com/KDYzPX0uEa
— Desi बालक ❤️✍️✍️✍️ (@999pawankumar2) September 4, 2023
ତେବେ ଖବର ଲେଖିଲା ବେଳକୁ ୧୫ ଓଭରରେ ଏକ ୱିକେଟ ବିନିମୟରେ ନେପାଳ ୭୩ ରନ କରିଥିଲା । କୁଶାଲ ଭୁର୍ତେଲ ୨୫ ବଲରୁ ୩୮ ରନ କରି ଆଉଟ୍ ହୋଇଥିଲେ । ଶାର୍ଦୂଲ୍ ଠାକୁରଙ୍କୁ ଏହି ସଫଳତା ମିଳିଥିଲା । ଆସିଫ୍ ସେଖ୍ ୫୨ ବଲରୁ ୨୬ ଓ ଭୀମ ସାର୍କି ୧୩ ବଲରୁ ୫ ରନ କରି କ୍ରିଜରେ ଥିଲେ ।












Click it and Unblock the Notifications