ଟିମ ଇଣ୍ଡିଆକୁ ବଡ ଝଟକା: ଏସିଆ କପରୁ ବାଦ ପଡିଲେ ଜସପ୍ରୀତ ବୁମରା

ଏସିଆ କପ 2022 ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ମିଳିଛି ନୈରାଶ୍ୟ ଜନକ ଖବର । ପିଠିରେ ଆଘାତ କାରଣରୁ ଦଳକୁ ବାଦ୍ ପଡିଛନ୍ତି ଭାରତୀୟ ପେସ୍ ଷ୍ଟାର ଜସପ୍ରୀତ ବୁମରା ।

ନୂଆଦିଲ୍ଲୀ: ଏସିଆ କପ 2022 ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ମିଳିଛି ନୈରାଶ୍ୟ ଜନକ ଖବର । ପିଠିରେ ଆଘାତ କାରଣରୁ ଦଳକୁ ବାଦ୍ ପଡିଛନ୍ତି ଭାରତୀୟ ପେସ୍ ଷ୍ଟାର ଜସପ୍ରୀତ ବୁମରା । ଆଘାତ ହେତୁ ବୁମରା ଆଗାମୀ ଏସିଆ କପ୍ ଟି-20 ଟୁର୍ଣ୍ଣାମେଣ୍ଟରେ ଖେଳି ପାରିବେ ନାହିଁ ।

Jasprit Bumrah

ବୁମରା ଏଥିରୁ ସୁସ୍ଥ ହେବା ପାଇଁ କିଛି ସମୟ ଲାଗିବ ଏବଂ ଏହି କାରଣରୁ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଟି -20 ଫର୍ମାଟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଚୟନ ସୋମବାର ହେବାର ଥିଲା । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଅଗଷ୍ଟ 27 ରୁ ୟୁଏଇରେ ଏସିଆ କପ୍ ଟି-20 ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର 11 ରେ ଖେଳାଯିବ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୋମବାର ଦିନ ନାମ ଗୋପନ ରଖି କହିଛନ୍ତି, "ଜସପ୍ରୀତ ବୁମରାଙ୍କ ପିଠିରେ ଆଘାତ ଲାଗିଛି ଏବଂ ସେ ଏସିଆ କପରେ ଖେଳିବେ ନାହିଁ । ସେ ଆମର ମୁଖ୍ୟ ବୋଲର ଏବଂ ଆମେ ଚାହୁଁଛୁ ଯେ ଟି-20 ବିଶ୍ୱକପ ପୂର୍ବରୁ ସେ ପୁନର୍ବାର ଫିଟ୍ ହୋଇଯାଆନ୍ତୁ ।

ବୁମରା ଶେଷ ଥର ପାଇଁ ଜୁଲାଇରେ ଭାରତ ପାଇଁ ଲର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେହି ମ୍ୟାଚରେ ସେ 2 ୱିକେଟ୍ ନେଇଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, ବୁମରାଙ୍କ ଅନୁପସ୍ଥିତରେ ଦଳରେ ଏବଂ ଚୁଡାନ୍ତ ଏକାଦଶରେ କାହାକୁ ସାମିଲ କରିବ ବିସିସିଆଇ ? ତାହା ଦେଖିବାକୁ ବାକି ରହିଲା ।

2016 ରେ ଆନ୍ତର୍ଜାତୀୟ ଡେବ୍ୟୁ କରିଥିବା ବୁମରା ବର୍ତ୍ତମାନ ନିଜ ପରିବାର ସହିତ ଆମେରିକାରେ ଛୁଟି କରୁଛନ୍ତି । ବୁମରା ଏପର୍ଯ୍ୟନ୍ତ 30ଟି ଟେଷ୍ଟ, 72ଟି ଦିନିକିଆ ଏବଂ 58 ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ଟେଷ୍ଟରେ 128, ଦିନିକିଆରେ 121 ଏବଂ ଟି-20 ଇଣ୍ଟରନ୍ୟାସନାଲରେ 69 ୱିକେଟ୍ ନେଇଛନ୍ତି । ଘରୋଇ କ୍ରିକେଟରେ ଗୁଜରାଟର ପ୍ରତିନିଧିତ୍ୱ କରୁଥିବାବେଳେ ଆଇପିଏଲର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+