ଏସିଆ କପ: ଆଜି ଭାରତ-ହଂକଂ ମୁକାବିଲା, ବଡ ବିଜୟ ସହ ସୁପର-୪ରେ ପହଞ୍ଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଏସିଆ କପରେ ଆଜି ହଂକଂକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା।
ଦୁବାଇ: ଏସିଆ କପରେ ଆଜି ହଂକଂକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା। ଫଳରେ ଭାରତର ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍କୁ କିନ୍ତୁ ଭାରତ ବୃହତ୍ ବ୍ୟବଧାନରେ ଜିତିବା ପାଇଁ ପ୍ରୟାସ କରିବ।

ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଭାରତ ସୁପର-୪ରେ ସ୍ଥାନ ହାସଲ କରିବ । ହଂକଂଙ୍କୁ ଭାରତ ଆଦୌ ହାଲକା ଭାବେ ଗ୍ରହଣ କରିବ ନାହିଁ । ଏସିଆ କପ୍ କ୍ୱାଲିଫାୟର୍ସରେ ହଂକଂ ସବୁ ୩ଟି ମ୍ୟାଚ୍ ଜିତି ମୁଖ୍ୟ ଡ୍ରରେ ସାମିଲ ହୋଇଥିଲା । ହଂକଂ କ୍ୱାଲିଫାୟର୍ସରେ ଆୟୋଜକ ୟୁଏଇ, ସିଙ୍ଗାପୁର ଓ କୁଏତ ଭଳି ଦଳକୁ ପରାସ୍ତ କରିଥିଲା । ଏହାପୂର୍ବରୁ ଶେଷଥର ପାଇଁ ଭାରତ ଓ ହଂକଂ ୨୦୧୮ ଏସିଆ କପରେ ପରସ୍ପରକୁ ଭେଟିଥିଲେ ।
ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିଲେ ମଧ୍ୟ ଭାରତର କେତୋଟି ସମସ୍ୟା ରହିଛି। ଯଦି ଏଗୁଡିକର ସମାଧାନ ହେବ ତାହାଲେ ଭାରତ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିବ। ଲୋକେଶ ରାହୁଲଙ୍କୁ ଯଦି ଦଳରୁ ବାଦ୍ ଦିଆଯାଏ ତାହାଲେ ଦୀପକ ହୁଦା କିମ୍ବା ରିଷଭ ପନ୍ତ ସାମିଲ ହୋଇାପାରନ୍ତି। ରୋହିତ ଶର୍ମା ଓ ବିରାଟ କୋହଲି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ରୋହିତ ଚଳିତ ବର୍ଷ ୧୪ ଟି-୨୦ ମ୍ୟାଚ୍ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍ର ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ଭାରତୀୟ ଦଳ : ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି, ,ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଆଭେସ ଖାନ ଓ ଅର୍ଶଦୀପ ସିଂ
ହଂକଂ ଦଳ : ନିଜାକତ ଖାନ, ୟାସିମ ମୁର୍ତ୍ତାଜା, ବାବର ହାୟାତ, କିଞ୍ଚିତ ଶାହା, ଏଇଜାଜ ଖାନ, ସ୍କଟ ମ୍ୟାକେନ୍, ଜିସାନ ଅଲି, ହାରୁନ ଅର୍ଶାଦ, ଏହସାନ ଖାନ, ମହମ୍ମଦ ଘଜନଫର ଓ ଆୟୁସ ଶୁକ୍ଳା ।












Click it and Unblock the Notifications