ଏସିଆ କପ୍: ସବୁ ପ୍ରତୀକ୍ଷାର ଅନ୍ତ, ଆଜି ‘ପ୍ରତିଶୋଧ ଲଢ଼େଇ’
ଭାରତ ବନାମ ପାକିସ୍ତାନ ହାଇଭୋଲ୍ଟେଜ ଫାଇଟ୍ । ଲଢ଼େଇ ଆର୍ ୟା ପାର୍ର । ଲଢେଇ ଜୋର ଜାର । ଲଢେଇ ଦୁଇ ଦେଶ ପ୍ରେମର । ଏ ଲଢେଇ ପାରମ୍ପାରିକ । କାରଣ ଏହି ଲଢେଇ ପାଇଁ ଅପେକ୍ଷା କରିଥାନ୍ତି ସାରା ବିଶ୍ୱ କ୍ରିକେଟ୍ ପ୍ରେମୀ ।
ଦୁବାଇ: ସମସ୍ତ ପ୍ରତୀକ୍ଷାର ଅନ୍ତ । ଆଜି ସେହି ବହୁ ପ୍ରତୀକ୍ଷିତ ମୁକାବିଲା । ଭାରତ ବନାମ ପାକିସ୍ତାନ ହାଇଭୋଲ୍ଟେଜ ଫାଇଟ୍ । ଲଢ଼େଇ ଆର୍ ୟା ପାର୍ର । ଲଢେଇ ଜୋର ଜାର । ଲଢେଇ ଦୁଇ ଦେଶ ପ୍ରେମର । ଏ ଲଢେଇ ପାରମ୍ପାରିକ । କାରଣ ଏହି ଲଢେଇ ପାଇଁ ଅପେକ୍ଷା କରିଥାନ୍ତି ସାରା ବିଶ୍ୱ କ୍ରିକେଟ୍ ପ୍ରେମୀ । ଆଉ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା 7 ବାଜି 30 ମିନିଟରେ ଆରମ୍ଭ ହେବ ଏହି ଲଢେଇ ।

ତେବେ ଏହି ଲଢେଇ ହେବ ପ୍ରତିଶୋଧର । ଗତ ଟି-20 ବିଶ୍ୱକପରେ ପରାଜୟର ପ୍ରତିଶୋଧ ନେବାକୁ ତୟାର ଭାରତୀୟ । ଆଇସିସି ଇଭେଣ୍ଟରେ ପାକିସ୍ତାନ ଉପରେ ବିଜୟ ଧାରାକୁ ଜାରି ରଖିବାକୁ ଜି ଜାନ୍ ଲଗାଇ ଦେବ ଭାରତୀୟ ଦଳ । ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଏକତରଫା ଭାବେ ୧୦ ୱିକେଟରେ ମ୍ୟାଚ୍ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି । ତେଣୁ ଦୁଇ ଟିମ୍ ନିଜର ସବୁଠୁ ବେଷ୍ଟ ପ୍ରଦର୍ଶନ ଏଥିରେ ଦେବେ ।
ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି । ତେଣୁ ଏଥର କ୍ରିକେଟର ମଜା ଦ୍ୱିଗୁଣା ହେବା ଅନୁମାନ କରାଯାଉଛି । ସେହିପରି ପାକିସ୍ତାନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବାବର ଆଜମଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।
ଅନ୍ୟପଟେ ଦୁଇ ଫାଷ୍ଟ ବୋଲରଙ୍କ ବିନା ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ଭାରତ ପାକିସ୍ତାନ । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାହ ଓ ପାକିସ୍ତାନର ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ମ୍ୟାଚ୍ ଖେଳିବେ ନାହିଁ ।
ଏସିଆ କପ୍ର ଟି-୨୦ ଫର୍ମାଟରେ ଉଭୟ ଦଳ ୯ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬ଥର ଓ ପାକିସ୍ତାନ ୨ଥର ବିଜୟୀ ହୋଇଛି। ଅନ୍ୟ ଗୋଟିଏ ମ୍ୟାଚ୍ ଟାଇ ରହିବା ପରେ ଭାରତ "ବୋଲ ଆଉଟ୍'ରେ ବିଜୟୀ ହୋଇଥିଲା। ଏସିଆ କପ୍ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯାଉଛି । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ପରେ ୨୦୧୬ରେ ଟି-୨୦ ବିଶ୍ବକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ୨୦୧୮ରେ ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯାଉଛି ।
ସେପଟେ ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳାଯାଇଥିବା ଶ୍ରୀଲଙ୍କା ଆଫଗାନିସ୍ତାନ ମ୍ୟାଚ୍ରେ ଆଫଗାନ୍ ଟିମ୍ ୮ ୱିକେଟ୍ରେ ବାଜି ମାରି ନେଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ୍ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ଦଳ ୧୦.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆଫଗାନିସ୍ତାନ ପକ୍ଷରୁ ଉତ୍ତମ ବୋଲିଂ, ଫିଲ୍ଡିଂ ସାଙ୍ଗକୁ ବ୍ୟାଟିଂ ଦେଖିବାକୁ ମିଳିଥିଲା। ତେଣୁ ଏହି ଦଳ ମ୍ୟାଚ୍କୁ ୮ ୱିକେଟରେ ବିଜୟ ହାସଲ କରିଛି।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications