ଆଜି ଭାରତ ବନାମ ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ, ମ୍ୟାଚକୁ ନେଇ ଏହି ୫ଟି ଖାସ୍ କଥା...
ରବିବାର ଏସିଆ କପର ଦ୍ୱିତୀୟ ମ୍ୟାଚରେ ଭାରତ ଓ ପାକିସ୍ତାନ ମୁକାବିଲା କରିବେ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ ।
ଦୁବାଇ: ରବିବାର ଏସିଆ କପର ଦ୍ୱିତୀୟ ମ୍ୟାଚରେ ଭାରତ ଓ ପାକିସ୍ତାନ ମୁକାବିଲା କରିବେ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ । ଲଢ଼େଇ ହେବ ଆର୍ ପାର୍ ର । ଲଢେଇ ହେବ ଜୋର୍ ଜାର୍ । ଲଢେଇ ହେବ ଦୁଇ ଦେଶ ପ୍ରେମର । ଏ ଲଢେଇ ପାରମ୍ପାରିକ । କାରଣ ଏହି ଲଢେଇ ପାଇଁ ଅପେକ୍ଷା କରିଥାନ୍ତି ସାରା ବିଶ୍ୱ କ୍ରିକେଟ୍ ପ୍ରେମୀ । ତେବେ ଏହି ହାଇ ଭୋଲ୍ଟେଜ ମୁକାବିଲାରେ ଆଜି ଘଟିବାକୁ ଥିବା ଏହି ପା଼୍ଚ କଥା ବି।ରେ ଜାଣନ୍ତୁ...

ବିରାଟଙ୍କ ପ୍ରତ୍ୟାବର୍ତ୍ତନ
ବିରାଟ କୋହଲି ଗତ ୪୧ ଦିନ ହେଲା କ୍ରିକେଟରୁ ବ୍ରେକ୍ ନେଇଥିଲେ । ପାକିସ୍ତାନ ବିପକ୍ଷରେ ସେ କମବ୍ୟାକ୍ କରିବାକୁ ଯାଉଛନ୍ତି । ଗତ ଜିମ୍ବାୱେ ବିପକ୍ଷ ସିରିଜରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ମଧ୍ୟ ସେ ସାମିଲ ନଥିଲେ । ତେଣୁ ଏକ ବଡ ବ୍ରେକ୍ ପରେ ବିରାଟ ପଡିଆକୁ କମବ୍ୟାକ୍ କରୁଥିବାରୁ ତାଙ୍କ ଉପରେ ନିଶ୍ଚିତ ଫ୍ୟାନ୍ସଙ୍କ ନଜର ରହିବ ।
ବିଶ୍ୱକପ୍ ପରାଜୟର ପ୍ରତିଶୋଧ
ଗତ ଅକ୍ଟୋବର 2021 ରେ ଟି-20 ବିଶ୍ୱକପରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ଭାରତକୁ 10 ୱିକେଟରେ ପରାସ୍ତ କରିଥିଲା । ସେହି ମ୍ୟାଚରେ ଶାହିନ୍ ଆଫ୍ରିଦି ରୋହିତ ଶର୍ମା, ବିରାଟ କୋହଲି ଏବଂ କେଏଲ୍ ରାହୁଲଙ୍କୁ ବରଖାସ୍ତ କରି ଭାରତୀୟ ଟପ୍ ଅର୍ଡର ନଷ୍ଟ କରି ଦେଇଥିଲେ । ଏହି କାରଣରୁ ଭାରତୀୟ ଦଳ ବଡ଼ ସ୍କୋର କରିପାରି ନଥିଲା ଏବଂ ପରେ ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ଯୋଡି ୱିକେଟ୍ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ବିଶ୍ୱକପ୍ ଇତିହାସରେ ପ୍ରଥମ କରି ଭାରତ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ତେଣୁ ଆଜିର ମ୍ୟାଚରେ ଏହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ଟିମ୍ ଇଣ୍ଡିଆ । ଆଉ ଭାରତୀୟ ପ୍ରଶଂସକ ମଧ୍ୟ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି ।
ପାକିସ୍ତାନ ବିପକ୍ଷରେ କ୍ୟାପ୍ଟେନ ରୋହିତଙ୍କ ପ୍ରଥମ ମ୍ୟାଚ୍
ଅଧିନାୟକ ଭାବେ ରୋହିତ ଶର୍ମା ପ୍ରଥମ କରି ପାକିସ୍ତାନ ବିପକ୍ଷରେ ଦଳର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ତେବେ ସେ ପୂର୍ବରୁ ଦିନିକିଆରେ ଏହି କରିସ୍ମା କରିସାରିଥିବାବେଳେ, ଟି-୨୦ରେ କିନ୍ତୁ ପ୍ରଥମ କରି ପାକିସ୍ତାନ ବିପକ୍ଷରେ ଦଳର ମଙ୍ଗ ସମ୍ଭାଳିବେ । ତେଣୁ ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ଉପରେ ନିଶ୍ଚିତ ନଜର ରହିବ । ୨୦୨୧ ବିଶ୍ୱକପ ପରେ ବିରାଟ କ୍ୟାପଟେନ୍ ପଦ ଛାଡି ଦେଇଥିଲେ । ଆଉ ଏହାପରଠାରୁ ରୋହିତ ଶର୍ମା ଦଳର ମଙ୍ଗ ଧରି ଆସୁଛନ୍ତି ।
ହାର୍ଦ୍ଦିକଙ୍କ ପାଇଁ ସ୍ପେଶାଲ ମ୍ୟାଚ୍
ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହି ମ୍ୟାଚ୍ ବହୁତ ସ୍ପେଶାଲ ହେବାକୁ ଯାଉଛି । କାହିଁକି ନା, ୨୦୧୮ ଏସିଆ କପ୍ ସମୟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳୁଥଇବାବେଳେ, ପାଣ୍ଡ୍ୟାଙ୍କ ତଳ ପିଠିରେ ଯନ୍ତ୍ରଣା ଦେଖିବାକୁ ମିଳିଥିଲା । ଯାହା ପରେ ପଡିଆରୁ ତାଙ୍କୁ ଷ୍ଟ୍ରେଚର ଯୋଗେ ନିଆଯିବା ସହିତ ଦୀର୍ଘ ସମୟ ଧରି ସେ କ୍ରିକେଟଠୁ ଦୂରରେ ରହିଥିଲେ । ତେବେ ଗତ ୮-୯ ଧରି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଚମକ୍ରାର ବ୍ୟାଟିଂ ସହିତ ବୋଲିଂରେ ବି କମାଲ କରୁଛନ୍ତି ପାଣ୍ଡ୍ୟା । ତେଣୁ ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କ ଜଲୱା ଦେଖିବାକୁ ମିଳିପାରେ ବୋଲି କ୍ରିକେଟ୍ ଫ୍ୟାନ୍ସ ଆଶା ବାନ୍ଧିଛନ୍ତି ।
ଷ୍ଟାଡିୟମରେ ଭାରତ-ପାକ୍ ଫ୍ୟାନ୍ସଙ୍କ ଚିକ୍ତାର
ଭାରତ-ପାକ୍ ମ୍ୟାଚରେ ଆଜି ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିପାରେ । ଦୁଇ ଦେଶର ହଜାର ହଜାର ସମର୍ଥକ ଷ୍ଟାଡିୟମରେ ଗହଳି ଲଗେଇବେ । ତେବେ କରୋନା ପରେ ଭାରତ-ପାକ୍ ମ୍ୟାଚ୍ ହେଉଥିବାରୁ ଦର୍ଶକଙ୍କ ଭିତରେ ଏହା ଏକ ନୂଆ ଜୋଶ୍ ଦେବ ବୋଲି କୁହାଯାଉଛି ।












Click it and Unblock the Notifications