ଅଶ୍ୱିନଙ୍କ ବଡ ରେକର୍ଡ, ଇଂଲଣ୍ଡ ବିପକ୍ଷରେ ରଚିଲେ ଇତିହାସ

ରେକର୍ଡ ଭାଙ୍ଗିଲା ଅଶ୍ଵିନ । ରାଞ୍ଚିରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଲଞ୍ଚ ସୁଦ୍ଧା ୨୪.୧ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ କରିଛି। ଏହି ୫ଟି ୱିକେଟ୍‌ରୁ ଆକାଶ ଦୀପ ୩ଟି ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ନେଇଛନ୍ତି।

Ravichandran Ashwin

ଜନ୍ନୀ ବେୟାରଷ୍ଟୋଙ୍କ ୱିକେଟ୍ ନେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ତାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଜନ୍ନୀ ବେୟାରଷ୍ଟୋ। ଏହା ସହିତ ଅଶ୍ୱିନ ତାଙ୍କ ନାଁରେ ଏକ ରେକର୍ଡ କରି ନେଇଛନ୍ତି। ଟେଷ୍ଟରେ ଇଂଲଣ୍ଡ ବିରୋଧରେ ୧୦୦ଟି ୱିକେଟ୍ ନେବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ ବୋଲର। ୪୩ଟି ଇଂନିସରୁ ଇଂଲଣ୍ଡ ବିରୋଧରେ ସେ ଏହି ରେକର୍ଡ କରିଛନ୍ତି।

ଅଶ୍ୱିନଙ୍କ ପୂର୍ବରୁ ବିଏସ୍ ଚନ୍ଦ୍ରଶେଖର ଇଂଲଣ୍ଡ ବିପକ୍ଷରେ ୩୮ଟି ଇନିଂସରୁ ୯୫ଟି ୱିକେଟ୍ ନେଇଥିବା ବେଳେ ଅନୀଲ କୁମ୍ବଲେ ୩୬ଟି ଇନିଂସରୁ ୯୨ଟି ୱିକେଟ୍ ନେଇଥିଲେ। ସେହିଭଳି ବିଶନ ସିଂହ ବେଦୀ ଇଂଲଣ୍ଡ ବିପକ୍ଷରେ ୩୬ଟି ଇନିଂସରେ ୮୫ଟି ୱିକେଟ୍ ନେଇଥିବା ବେଳେ କପିଳ ଦେବ ୪୮ଟି ଇନିଂସରୁ ୮୫ଟି ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+