ନୂଆ ରେକର୍ଡରେ ସାମିଲ ହେବେ ଅଶ୍ଵିନୀ; ଆଉ ୩ଟି ୱିକେଟ
ଆଉ ୩ଟି ୱିକେଟ ପୁଣି ନୂଆ ରେକର୍ଡ। ଅନ୍ତର୍ଜାତୀୟ କ୍ରିକେଟ୍ରେ ୭୦୦ ଓ୍ୱିକେଟ୍ ନେବେ ରବିଚନ୍ଦ୍ରନ ଅଶ୍ୱିନୀ। ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ରେ ଅଶ୍ୱିନୀ ଏହି ରେକର୍ଡ କରି ପାରନ୍ତି।
ବର୍ତ୍ତମାନ ସୁଦ୍ଧା ଅଶ୍ୱିନୀ ୯୨ଟି ଟେଷ୍ଟ ମ୍ୟାଚ୍ ଖେଳି ୪୭୪ ଓ୍ୱିକେଟ୍ ନେଇଛନ୍ତି। ୧୧୩ଟି ଦିନିକିଆ ମ୍ୟାଚ୍ ଖେଳି ୧୫୧ଟି ୱିକେଟ ନେଇଥିବା ବେଳେ ୬୫ଟି ଟି-୨୦ ମ୍ୟାଚ୍ ଖେଳି ୭୨ଟି ଓ୍ୱିକେଟ୍ ନେଇଛନ୍ତି । ସମସ୍ତ ଫର୍ମାଟରେ ନେଇଥିବା ଓ୍ୱିକେଟ୍କୁ ମିଶାଇଲେ ୬୯୭ରେ ପହଞ୍ଚିଛି ।

୨୧ ବର୍ଷରେ ୱେଷ୍ଟଇଣ୍ଡିଜଠୁ ଟେଷ୍ଟ ସିରିଜ୍ ହାରିନି ଭାରତ। ୨୦୦୨ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୮ଟି ସିରିଜ୍ ଖେଳାଯାଇଛି। ଭାରତ ଏହି ସବୁ ସିରିଜରେ ବିଜୟଲାଭ କରିଛି। ୨୦୦୨, ୨୦୦୬, ୨୦୧୧, ୨୦୧୩, ୨୦୧୬, ୨୦୧୮, ଏବଂ ୨୦୧୯ରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ ।
ଇଣ୍ଡିଆ ପ୍ରଥମ ଥର ପାଇଁ ୧୯୫୨ରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା। ୧୯୭୦ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା ଭାରତ । ଏହାପରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ରେ ୧୨ ଟେଷ୍ଟ ସିରିଜ୍ ଖେଳିଛି। ଏଥିରୁ ୫ଟି ମ୍ୟାଚ୍ ଜିତିଥିବା ବେଳେ ୭ଟି ମ୍ୟାଚ୍ ହାରିଛି। ଶେଷ ଥର ପାଇଁ ଭାରତ ୨୦୦୨ରେ ହାରିଥିଲା।
ଜୁଲାଇ ୧୨ରୁ ଆରମ୍ଭ ହେବ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇରେ ଡୋମିନିକାରେ ଖେଳାଯିବ। ଏହି ମୁକାବିଲା ପାଇଁ ଉଭୟ ଟିମ୍ ଡୋମିନିକାରେ ପହଞ୍ଚି ସାରିଛନ୍ତି। ଦୁଇ ଟିମରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ












Click it and Unblock the Notifications