ମୋଦୀଙ୍କ ଦ୍ୱିତୀୟ ପାଳିରେ ବି ସ୍ଥାନ ପାଇଲେ ଅଶ୍ୱିନୀ ବୈଷ୍ଣବ; କ୍ୟାବିନେଟ ମନ୍ତ୍ରୀ ଭାବେ ନେଲେ ଶପଥ
ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭାବେ ମୋଦୀ ନିଜର ତୃତୀୟ ପାଳି ଆରମ୍ଭ କରିଛନ୍ତି । ତେବେ ମୋଦୀ ଶପଥ ନେବା ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସାଂସଦମାନେ ମଧ୍ୟ ଶପଥ ନେଇଛନ୍ତି ।
ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭାବେ ମୋଦୀ ନିଜର ତୃତୀୟ ପାଳି ଆରମ୍ଭ କରିଛନ୍ତି । ତେବେ ମୋଦୀ ଶପଥ ନେବା ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସାଂସଦମାନେ ମଧ୍ୟ ଶପଥ ନେଇଛନ୍ତି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ଓଡିଶାରୁ ୩ ଜଣ । ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।

ମୋଦୀଙ୍କ ଦ୍ୱିତୀୟ ପାଳିରେ ରେଳମନ୍ତ୍ରୀ ଦାୟୀତ୍ୱରେ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦୀଙ୍କ ତୃତୀୟ ପାଳିରେ ସ୍ଥାନ ମିଳିଛି । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଏଥର କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ସେ ଏବେ ଓଡିଶା କୋଟାରେ ରାଜ୍ୟସଭା ସାଂସଦ ରହିଛନ୍ତି ।
ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ଓଡିଶାରୁ ୩ ଜଣ । ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।












Click it and Unblock the Notifications